ରାଜ୍ୟ

ସୀମାନ୍ତରୁ ପୁଣି ଲ୍ୟାଣ୍ଡମାଇନ୍‌ ଜବତ

ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଜରେଇକେଲା ଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ସରଣ୍ଡା ଜଙ୍ଗଲରୁ ରବିବାର ସୁରକ୍ଷା ବାହିନୀ ପକ୍ଷରୁ ଗୋଟିଏ ପାଞ୍ଚ କେଜି ବିଶିଷ୍ଟ ଲ୍ୟାଣ୍ଡମାଇନ ଜବତ ହୋଇଛି। ସରଣ୍ଡା ଜଙ୍ଗଲରେ ପୁଲିସ ଏବଂ ସିଆର୍‌ପିଏଫ୍‌ ଯବାନଙ୍କ ପକ୍ଷରୁ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନକୁ ବିଫଳ କରିବା ପାଇଁ ସିଆର୍‌ପିଏଫ୍‌ ଯବାନମାନଙ୍କୁ ଟାର୍ଗେଟ୍‌ କରି ସରଣ୍ଡା ଜଙ୍ଗଲର ଟୋନ୍ତୋ ଠାରେ ଏହି ଲ୍ୟାଣ୍ଡମାଇନଟି ମାଓବାଦୀଙ୍କ ପକ୍ଷରୁ ଲଗା ଯାଇଥିଲା।

ଚାଇବାସା ଏସ୍‌ପି ଆଶୁତୋଷ ଶେଖର କହିଛନ୍ତି ଯେ ନକ୍ସଲମାନଙ୍କ ବିରୋଧରେ ନିରନ୍ତର ସର୍ଚ୍ଚ ଅପରେସନ ଚାଲିଛି। ଯେଉଁଥିପାଇଁ ପୁଲିସ ଯବାନଙ୍କୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ନକ୍ସଲମାନଙ୍କ ଦ୍ଵାରା କ୍ରମାଗତ ଭାବରେ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ ଲଗାଯାଉଛି। ମାତ୍ର ପୁଲିସ ଏବଂ ସନ୍ଧାନୀ କୁକୁର ଟିମ୍‌ ଏହି ଲ୍ୟାଣ୍ଡମାଇନ ଗୁଡ଼ିକୁ ଜବତ କରିଚାଲିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button