ଏହି କାଢାର ସେବନ ଦ୍ଵାରା 100 ବର୍ଷ ପର୍ଯ୍ୟନ୍ତ ଆପଣଙ୍କ Heart ରହିବ ସୁସ୍ଥ, ରକ୍ତ ଧମନୀ ହୋଇଯିବ ସଫା

ଆମ ଶରୀର ମଧ୍ୟ ରେ ଅନେକ ଆଭ୍ୟନ୍ତରୀଣ ଅଙ୍ଗ ରହିଅଛି । ସେହି ଭଳି ହାର୍ଟ ମଧ୍ୟ ଅନ୍ୟତମ । ହାର୍ଟ ର କାମ ହେଉଛି ରକ୍ତ ପରିଚାଳନା କରାଇବା । ଏହା ଆମ ମସ୍ତିଷ୍କ ରୁ ପ୍ରତେକ ଅଙ୍ଗ ଶିରା ପ୍ରଶିର ରେ ରକ୍ତ ପ୍ରବାହ ବା ସଞ୍ଚାଳନ କରାଇଥାଏ । କିନ୍ତୁ ଯଦି ରକ୍ତ ଧମନୀ ଯଦି ପରିସ୍କାର ନ ରହେ ତେବେ ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇ ନ ଥାଏ । ଏହା ହାର୍ଟ ଉପରେ ପ୍ରଭାବ ପକାଇ ଥାଏ । ଧମନୀ ରେ ଯଦି କୋଲେଷ୍ଟ୍ରଲ ଆଦି ଜମା ହୋଇ ଥାଏ
ବା ଧମନୀ ଯଦି ପରିଷ୍କାର ନ ରହେ ତେବେ ଉଚ୍ଚ ରକ୍ତଚାପ, ହାର୍ଟ ରୋଗ ଆଦି ହୋଇଥାଏ । ତେବେ ଆଜି କାଲି ହାର୍ଟ ରୋଗ, ଉଚ୍ଚ ରକ୍ତଚାପ ରୋଗ ବହୁତ ଲୋକଙ୍କ ମଧ୍ୟ ରେ ଦେଖା ଯାଉଚି । ତେବେ ଏହି ଧମନୀ କୁ ଆମେ କିପରି ପରିଷ୍କାର ରଖିବା ଓ ଏହି ରୋଗ ରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ଆଜି ଆମେ ଏକ ଘରୋଇ ଉପଚାର ବିଷୟରେ କହିବୁ ।
ଆପଣଙ୍କୁ ଏଥିପାଇଁ କୌଣସି ଔଷଧ ଦରକାର ପଡିବ ନାହିଁ । ଆପଣ ଯଦି ଘରେ ଏହି ଆୟୁର୍ବେଦିକ ଔଷଧ ର ସେବନ କରିବେ । ଆପଣ ଅର୍ଜୁନ ଗଛର ଛାଲ ର ଗୁଣ୍ଡ ଆଣିବେ । ଏହାକୁ ଏକ ଗ୍ଲାସ ପାଣି ରେ ଏକ ଚାମଚ ପ୍ରାୟତଃ ୩ ଗ୍ରାମ ଭଳି ଗୁଣ୍ଡ ନେଇ ମିଶାଇ ପିଇବେ । ଯଦି ଆପଣଙ୍କୁ ଏହି ଗୁଣ୍ଡ ଭଲ ଲାଗି ନାହିଁ ।
ତେବେ ଆପଣ ଏକ ଗ୍ଲାସ ପାଣି ରେ ୩ ରୁ ୪ ଗ୍ରାମ ଗୁଣ୍ଡ ନେଇ ଏହାକୁ ଗୋଳାଇ ରାତି ସାରା ରଖିଦେବେ । ସକାଳୁ ଏହି ପାଣି କୁ ଛାଣି ପିଇ ପାରିବେ । ରାତି ସାରା ରେ ଅର୍ଜୁନ ଛାଲର ସବୁ ଉପକାରୀ ଗୁଣ ସେହି ପାଣି ରେ ମିଶି ଯାଇ ଥାଏ । ଯଦି ଆପଣ ଚାହିଁବେ ଏହି ଗୁଣ୍ଡ ର କାଢା ବନାଇ ପିଇ ପାରିବେ । ଆପଣ ୪ ରୁ ୫ ଗ୍ରାମ ଗୁଣ୍ଡ ନେଇ ଏହାକୁ ଏକ ଗ୍ଲାସ ପାଣି ରେ ଗୋଳାଇ ରାତି ସାରା ରଖିବେ ।
ସକାଳୁ ଏହି ପାଣିକୁ ଫୁଟାଇ ନେବେ । ଯେପର୍ଯ୍ୟନ୍ତ ଏହି ପାଣି ଅଧା ହୋଇ ଯାଇଚି ସେ ପର୍ଯ୍ୟନ୍ତ ଫୁଟାଇବେ । ଏହାକୁ ଛାଣି ଚାହା ପିଇବା ଭଳି ପିଇ ପାରିବେ। ଏହି ଗୁଣ୍ଡ ର ସେବନ କରିବା ଦ୍ୱାରା ଆପଣଙ୍କ ର ହାର୍ଟ ଭଲ ରହି ଥାଏ । ରକ୍ତ ଧମନୀ ସଫା ରହିଥାଏ । ଲିଭର ଭଲ ରହି ଥାଏ। ପାଚକ ତନ୍ତ୍ର ଭଲ କାର୍ଯ୍ୟ କରିଥାଏ ଓ ସଫା ରହିଥାଏ । ଆମ ଶରୀରରୁ ଟାକ୍ସିସ ବାହାରକୁ ବାହାରି ଥାଏ । କିଡ୍ନୀ ଭଲ ରହି ଥାଏ । ଏହି ଗୁଣ୍ଡ ରେ ଆଣ୍ଟିକ୍ୟାଲସିୟମ ଓ ଆଣ୍ଟିଅକ୍ସୀଡାଣ୍ଟ ରହିଛି । ଯାହା ଆପଣଙ୍କ ଉଚ୍ଚରକ୍ତଚାପ କୁ କମାଇ ଥାଏ ଓ ହାର୍ଟ ରୋଗ ଠାରୁ ମୁକ୍ତି ଦେଇ ଥାଏ ।