ସ୍ୱାସ୍ଥ୍ୟ

ଗାଧୋଇବା ପାଇଁ ଏହି ଜିନିଷକୁ ପାଣିରେ ମିଶାନ୍ତୁ, ମିଳିବ ଅନେକ ଲାଭ – Kalinga News

[ad_1]

ଗାଧୋଇବା ପାଣିରେ ଏହି ଗୋଟିଏ ଜିନିଷକୁ ମିଶ୍ରଣ କରି ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ବହୁ ପରିମାଣରେ ଉନ୍ନତ ହୋଇପାରିବ । ଯଦି ଆପଣ ଏକ ବାଲ୍ଟି ପାଣିରେ ଗୋଟିଏ ଚାମଚ ଲୁଣ ମିଶାଇ ଗାଧୋଇବା ଆରମ୍ଭ କରନ୍ତି, ତେବେ ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଲୁଣ ପାଣିରେ ସ୍ନାନ କରିବାର କିଛି ଆଶ୍ଚର୍ଯ୍ୟଜନକ ଉପକାରିତା ବିଷୟରେ ଜାଣିବା ।

ଉଷୁମ ପାଣିରେ ଲୁଣ ମିଶାଇ ସ୍ନାନ କରିବାର କୌଶଳ ଆଜି ନୂଆ ନୁହେଁ, ବରଂ ଲୋକମାନେ ନିଜ ଜେଜେମା’ଙ୍କ ସମୟରୁ ଏହି କୌଶଳ ଅନୁସରଣ କରୁଛନ୍ତି । ଲୁଣରେ ଭଲ ପରିମାଣର ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ସୋଡିୟମ୍ ଏବଂ ମିନେରାଲ୍ସ ମିଳିଥାଏ ଏବଂ ଏହି ସମସ୍ତ ଉପାଦାନ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ ଠାରୁ କମ୍ ନୁହେଁ । ଲୁଣ ଯାହା ସହଜରେ ପାଣିରେ ମିଶିଯାଏ, ଏହା ଆପଣଙ୍କୁ ଦିନସାରା ଶକ୍ତିଶାଳୀ ରଖିବାରେ ଖୁବ ପ୍ରଭାବଶାଳୀ ହୋଇପାରେ ।

ଯଦି ଆପଣଙ୍କର ଗଣ୍ଠିରେ ଯନ୍ତ୍ରଣା ହେଉଛି ତେବେ ଆପଣ ଲୁଣ ପାଣିରେ ଗାଧୋଇବା ଆରମ୍ଭ କରିବା ଉଚିତ୍ । ଆପଣ କିଛି ଦିନ ମଧ୍ୟରେ ଗଣ୍ଠି, ଅଣ୍ଟା ଏବଂ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । ଗରମ ପାଣିରେ ସୈନ୍ଧବ ଲୁଣ ମିଶାଇ ସ୍ନାନ କରିବା ଦ୍ୱାରା ଫୁଲା ମଧ୍ୟ ବହୁ ପରିମାଣରେ କମିଯାଇପାରେ । ଏହା ବ୍ୟତୀତ ଲୁଣ ପାଣିରେ ଗାଧୋଇବା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହେବ, ଅର୍ଥାତ୍ ଆପଣ ବାରମ୍ବାର ଅସୁସ୍ଥ ହେବେ ନାହିଁ ।

ଏହି ଉପାୟରେ ଗାଧୋଇବା ଦ୍ୱାରା ଆପଣ ଆପଣ ଷ୍ଟ୍ରେସ ଏବଂ ଚିନ୍ତାରୁ ମଧ୍ୟ ମୁକ୍ତି ପାଇପାରିବେ । ଲୁଣ ପାଣି ତିଆରି କରିବା ପାଇଁ ଆପଣଙ୍କୁ ଦୁଇ କପ୍ ସୈନ୍ଧବ ଲୁଣକୁ ଏକ ବାଲ୍ଟି ଉଷୁମ ପାଣିରେ ମିଶାଇ ଏହାକୁ ପ୍ରାୟ ୨୦ ମିନିଟ୍ ପାଇଁ ଛାଡିବାକୁ ପଡିବ । ଏହା ଏକ ପ୍ରକାର ଥେରାପି ଯାହା ହେତୁ ଆପଣ ଅତ୍ୟନ୍ତ ଆରାମଦାୟକ ଅନୁଭବ କରିପାରିବ । ସ୍ୱାସ୍ଥ୍ୟ ସହିତ ଲୁଣ ପାଣିରେ ଗାଧୋଇବା ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହୋଇପାରେ ।

The post ଗାଧୋଇବା ପାଇଁ ଏହି ଜିନିଷକୁ ପାଣିରେ ମିଶାନ୍ତୁ, ମିଳିବ ଅନେକ ଲାଭ appeared first on KNews Odisha.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button