ଜ୍ୟୋତିଷ

Vastu Tips- ସୂର୍ଯ୍ୟାସ୍ତ ସମୟରେ ଏହି 5ଟି କାମ ଭୁଲରେ ବି କରନ୍ତୁ ନାହିଁ, ଘରକୁ ଆସିଥାଏ ଦରିଦ୍ରତା

ନିଜର ଘରର ଦହି ମଧ୍ୟ ଆପଣ କାହାକୁ ଦେବା ଉଚିତ ନୁହେଁ। କାରଣ ଦହି ହେଉଛି ଶୁକ୍ର ଗ୍ରହ ର କାରକ ତେଣୁ ଶୁକ୍ର ଗ୍ରହ ଧନ ଧାନ୍ୟ ର ଗ୍ରହ । ଏହା ଅନ୍ୟକୁ ଦେବା ଦ୍ୱାରା ଘରେ ଦାରିଦ୍ରତା ଦେଖା ଦେଇଥାଏ । ସୂର୍ଯ୍ୟ ଅସ୍ତ ପରେ କେବେବି ଶୋଇବା ଉଚିତ ନୁହେଁ । ଏପରି ଯେଉଁମାନେ କରିଥାନ୍ତି ସେମାନଙ୍କ ଭାଗ୍ୟ ମଧ୍ୟ ସେହି ଶୋଇ ରୁହେ।

ଅର୍ଥାତ ସେମାନଙ୍କର କୌଣସି ଉନ୍ନତି ହୋଇ ନ ଥାଏ। ସୂର୍ଯ୍ୟ ଅସ୍ତ ପରେ କେବେବି ସ୍ୱାମୀ ଓ ସ୍ତ୍ରୀ ବା ଯେକୌଣସି ନାରୀ ପୁରୁଷ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେଁ। ସୂର୍ଯ୍ୟ ଅସ୍ତ ପରେ ଖଟ କୁ ଧରି ବସିବା ଉଚିତ ନୁହେଁ । ଏହା ଦ୍ୱାରା ଶରୀରର ଅସୁସ୍ଥ ହୋଇଥାଏ । ସୂର୍ଯ୍ୟ ଅସ୍ତ ପରେ କେବେବି ଆପଣ ନିଜର ଚୁଟି ବା ନଖ କାଟିବା ଉଚିତ ନୁହେଁ ।

ଏହା ନକାରତ୍ମକ ପ୍ରଭାବ ପକାଇଥାଏ। ଅର୍ଥ ଅଭାବ ସହ ଅନେକ ଅସୁବିଧା ସୃଷ୍ଟି କରିଥାଏ । ସୂର୍ଯ୍ୟ ଅସ୍ତ ପରେ ପୂଜା ପାଠ ଆଦି କରିବା ଉଚିତ । କାରଣ ଏହି ସମୟରେ ନକାରତ୍ମକ ଉର୍ଜା ର ଶକ୍ତି ଅଧିକ ରହିଥାଏ । ଯଦି ଆପଣଙ୍କ ଘରେ ଝଗଡା, ନକାରତ୍ମକ ଉର୍ଜାର ଆଭାସ, ଅର୍ଥ ଅଭାବ ଆଦି ଲାଗି ରହୁଥାଏ । ତେବେ ଏହି ସବୁ କାର୍ଯ୍ୟ ର ଧ୍ୟାନ ରଖନ୍ତୁ।

ଘରେ କେବଳ ୨ ଟି ଛୁରୀ ରଖିବା ଉଚିତ । ଅଧିକ ରଖିବା ଉଚିତ ନୁହେଁ । ଘରେ କୌଣସି କଣ୍ଟାଜାତୀୟ ଗଛ ଲଗାଇବା ଉଚିତ ନୁହେଁ । କାରଣ କଣ୍ଟା ପ୍ରେମ ର ନୁହେଁ ନକାରତ୍ମକ ଉର୍ଜା ଵୃଦ୍ଧି କରିଥାଏ । ମାସିକ ଧର୍ମ ବେଳେ ତୁଳସୀ ଗଛରେ ଜଳ ଅର୍ପଣ କରିବା ଅନୁଚିତ। ଘରେ କୌଣସି ଭଙ୍ଗା ପଦାର୍ଥ ରଖିବା ଉଚିତ ନୁହେଁ ।

ଘରେ ଅସ୍ଵସ୍ଥ ଗଛ ବା ବରଗଛ ଲଗାଇବା ଉଚିତ ନୁହେଁ । ଯଦି ଅସ୍ଵସ୍ଥ ଗଛ ରହିଛି ତେବେ ଏହାକୁ ପୋତି ଦିଅନ୍ତୁ ଅନ୍ୟଥା ଜଳରେ ବିସର୍ଜନ କରିଦିଅନ୍ତୁ । କୌଣସି ବାହାର ଲୋକ ବାରମ୍ବାର ସ୍ୱାମି ଓ ସ୍ତ୍ରୀଙ୍କ ଶୋଇବା ଘର ପ୍ରବେଶ କରିବା ଉଚିତ ନୁହେଁ । ରାତି ୧୨ ଟା ପରେ କେବେବି ସଜେଇ ହେବା ଉଚିତ ନୁହେଁ । କାରଣ ଏହି ସମୟରେ ନକାରତ୍ମକ ଉର୍ଜା ର ପ୍ରଭାବ ପଡିଥାଏ ଓ ସୁଗନ୍ଧ କାରଣରୁ ସେମାନେ ଆପଣଙ୍କ ଆଡ଼କୁ ଆକର୍ଷିତ ହୋଇଥାନ୍ତି। ରାତିରେ କେବେବି ଅଇଁଠା ବାସନ ରଖିବା ଉଚିତ ନୁହେଁ। ଏମାନେ ଅଭିଶାପ ଦେଇଥାନ୍ତି ଯାହା ଦ୍ୱାରା ଦାରିଦ୍ରତା ଦେଖା ଦେଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button