ଜ୍ୟୋତିଷ

Vastu Tips- କେଉଁ ଲାଫିଙ୍ଗ ବୁଦ୍ଧ ଘରେ କିମ୍ବା ଅଫିସ ରେ କିପରି ଓ କେଉଁଠି ରଖିଲେ ବଢି ଚାଲେ ପ୍ରଚୁର ଧନ ସମ୍ପତି, ପୂର୍ଣ୍ଣ ହୁଏ ସବୁ ମନୋକାମନା

ନମସ୍କାର ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ରେ କଇଁଛ ଏବଂ ଆକ୍ୱାରିମ ର ମହତ୍ତ୍ୱ ରହିଛି ତା ଠାରୁ ଅଧିକ ମହତ୍ତ୍ୱ ରହିଛି ଲାଫିଙ୍ଗ ବୁଦ୍ଧ ଙ୍କର । ଆପଣ ମାନେ ବଜାର ରେ ଅନେକ୍ ଲାଫିଙ୍ଗ ବୁଦ୍ଧ ଦେଖିଥିବେ । କିଏ ହାତରେ ମିଠା ଧରି ଥିବ ତ କିଏ ଥଳି ଧରିଥିବ । କିଏ ଯୋଗ ଧ୍ୟାନ କରୁଥିବ ତ କିଏ ଡ୍ରାଗନ ଉପରେ ବସିଥିବ । କେଉଁ ଲାଫିଙ୍ଗ ବୁଦ୍ଧ କେଉଁଠି ରଖିବେ କେଉଁଠି ରଖିବେ ନାହିଁ ଏବଂ କିପରି ଲାଫିଙ୍ଗ ବୁଦ୍ଧ ନେବା ଉଚିତ ।

ଏହା ସହିତ ଅଫିସ ଏବଂ ଘରେ କେଉଁ ଲାଫିଙ୍ଗ ବୁଦ୍ଧ ଙ୍କୁ ରଖିବା ଉଚିତ ସେ ବିଷୟରେ ନିଶ୍ଚିତ ଭାବିଥିବେ । ତେବେ ସମସ୍ତ ଚିନ୍ତା କୁ ଦୁର କରିବା ପାଇଁ ଆଜି ଆମେ ସେହି ଲାଫିଙ୍ଗ ବୁଦ୍ଧ ଙ୍କ ବିଷୟରେ ଆଲୋଚନା କରିବା । ତେବେ ଆସନ୍ତୁ ଜାଣିନେବା ।

୧- ପ୍ରଥମ ରେ ହେଉଛି ଲାଫିଙ୍ଗ ବୁଦ୍ଧ ବସିଛନ୍ତି ଏବଂ ତାଙ୍କ ହାତରେ ମୋତି ର ହାର ଧରିଛନ୍ତି । ଏହି ପରି ଲାଫିଙ୍ଗ ବୁଦ୍ଧ ଙ୍କୁ ଘର ର ମୁଖ୍ୟ ଦ୍ୱାର ରେ ଦୁଇ ରୁ ତିନି ଫିଟ ଉଚ୍ଚ ରେ ଟେବୁଲ ପକାଇ ସେଠି ଲାଫିଙ୍ଗ ବୁଦ୍ଧ ଙ୍କୁ ରଖିବା ଉଚିତ । କିନ୍ତୁ ଏଥି ପ୍ରତି ଧ୍ୟାନ ଦେବେ ଯେପରି ଲାଫିଙ୍ଗ ବୁଦ୍ଧ ଙ୍କ ମୁହଁ ଟି ଯେପରି ସାମ୍ନା ରେ ଥିବା ଘରକୁ ଯିଏ ବି ଆସିବ ସେ ଯେପରି ସେହି ଲାଫିଙ୍ଗ ବୁଦ୍ଧ ଙ୍କ ମୁହଁ କୁ ଦେଖିବ । ଏହି ପରି ଲାଫିଙ୍ଗ ବୁଦ୍ଧ ଘରେ ସକରାତ୍ମକ ଉର୍ଜା ସୃଷ୍ଟି କରିଥାଏ । ଏବଂ ତା ସହ ଧନ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି କରାଇ ଥାଏ ।

୨- ଦ୍ୱିତୀୟ ଟି ହେଉଛି ଥଳି ଧରିଥିବା ଲାଫିଙ୍ଗ ବୁଦ୍ଧ । ଏହି ପରି ରହିଥିବା ଲାଫିଙ୍ଗ ବୁଦ୍ଧ ବ୍ୟବସାୟ, ଦୋକାନ, ଅଫିସରେ ରଖିବା ଉଚିତ । ଏହାକୁ ମୁଖ୍ୟ ଦରଜା କିମ୍ବା କବାଟ ପାଖରେ ନିଶ୍ଚୟ ରଖିବେ । ଏହା ଦ୍ୱାରା ଆପଣଙ୍କ ର ଧନ ବୃଦ୍ଧି ହେବ ବ୍ୟବସାୟ ରେ ଉନ୍ନତି କରିବେ । କାରଣ ମାନ୍ୟତା ରହିଛି କି ଏହି ଥଳି ଧରି ରହିଥିବା ଲାଫିଙ୍ଗ ବୁଦ୍ଧ ଟଙ୍କା ପଇସା କୁ ନିଜ ପ୍ରତି ଚୁମ୍ବକ ଭଳି ଆକର୍ଷିତ କରିଥାଏ । କିନ୍ତୁ ଧ୍ୟାନ ଦେବେ ସେହି ଥଳି ଟି ଯେପରି ଖାଲି ନ ଥିବ ପୂର୍ଣ୍ଣ ରହିବା ଉଚିତ ।

୩- ତୃତୀୟ ଟି ହେଉଛି ଧାତୁ ର ଲାଫିଙ୍ଗ ବୁଦ୍ଧ । ଅଧିକାଂଶ ଲାଫିଙ୍ଗ ବୁଦ୍ଧ ମାଟି ରେ ତିଆରି ହୋଇଥାଏ କିନ୍ତୁ ଯେଉଁମାନେ କୌଣସି କାର୍ଯ୍ୟ ପାଇଁ କିମ୍ବା କୌଣସି କାର୍ଯ୍ୟ ରେ ସଫଳତା ହାସଲ କରିବା ପାଇଁ ହେଲେ କୌଣସି ନିର୍ଣ୍ଣୟ ସଠିକ ଭାବରେ ନେଇ ପାରନ୍ତି ନାହିଁ । ସେ କିପରି ସଠିକ ନେଇ ପାରିବେ କିମ୍ବା ନିଜର ନିର୍ଣ୍ଣୟ କରିବା ର ଶକ୍ତି କୁ ବୃଦ୍ଧି କରାଇବା ପାଇଁ ଧାତୁରୁ ପ୍ରସ୍ତୁତ ଲାଫିଙ୍ଗ ବୁଦ୍ଧ । ଏହି ବୁଦ୍ଧ କୁ ଅଫିସ କିମ୍ବା ଘରେ ରଖିଲେ ସଫଳତା ମିଳିଥାଏ ।

୪- ଚତୁର୍ଥ ରେ ହେଉଛି ଧ୍ୟାନ ମୁଦ୍ରା ରେ ବସି ରହିଥିବା ଲାଫିଗ ବୁଦ୍ଧ । ଘରେ ଯଦି ସର୍ଵଦା ଝଗଡା, କଜିଆ କଳହ ଲାଗି ରହିଥାଏ କିମ୍ବା ନକରାତ୍ମକ ଶକ୍ତି ଘରେ ରହିଥାଏ ତେବେ ଆପଣ ଏହି ଧ୍ୟାନ ମୁଦ୍ରା ରେ ବସି ରହିଥିବା ଏହି ବୁଦ୍ଧ କୁ ନିଜ ଘରେ ଆଣି ରଖିବା ଉଚିତ ଏହା ଦ୍ୱାରା ଘରେ ଶାନ୍ତି ର ବାତାବରଣ ଦେଖା ଦେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button