ଜ୍ୟୋତିଷ

ଘରେ କିପରି ବଢିଥାଏ ସୁଖ ଶାନ୍ତି ? ଏହା ସହିତ ପଢନ୍ତୁ ଆଜିର 20+ Anuchinta

ଘରେ ସୁଖ ଶାନ୍ତି ଓ ସମୃଦ୍ଧି ବୃଦ୍ଧି କରିବାକୁ ହେଲେ ସକାଳୁ ଉଠି ଭକ୍ତି ଗୀତ ବା ଭଜନ ଲଗାଇବା ଉଚିତ । ଘରେ କେବେବି ଝାଡୁ ଠିଆ କରି ରଖନ୍ତୁ ନାହିଁ କିମ୍ବା ଝାଡୁ ରେ ଗୋଡ଼ ମାରନ୍ତୁ ନାହିଁ। ଏହା ଦ୍ୱାରା ଅଶାନ୍ତି ସୃଷ୍ଟି ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରେ କେବେବି ଆଇନା ରଖିବା ଉଚିତ ନୁହେଁ । ଯଦି ବାଧ୍ୟତା ରେ ରଖୁଛନ୍ତି ତେବେ ସେଥିରେ କପଡା ଘୋଡାଇ ରଖିବା ଉଚିତ । ଘରର ଶୋଇବା ଖଟରେ କେବେବି ବସି ଖାଆନ୍ତୁ ନାହିଁ ।

ଏହା ଦ୍ୱାରା ଖରାପ ସ୍ୱପ୍ନ ଆସିଥା ଏବଂ ଦାରିଦ୍ରତା ବୃଦ୍ଧି ପାଇଥାଏ। ଘରର ମୁଖ୍ୟ ଦ୍ୱାରରେ ଚପଲ ବା ଜୋତା ଏପଟ ସେପଟ କରି ପକାନ୍ତୁ ନାହିଁ । ଚପଲ କୁ ଓଲଟା ମଧ୍ୟ ପକାନ୍ତୁ ନାହିଁ ଏପରି କରିବା ଦ୍ୱାରା ଅଶାନ୍ତି ଉତ୍ପନ୍ନ ହୋଇଥାଏ । ଘରର ସୁଖ ଓ ଶାନ୍ତି ବୃଦ୍ଧି ପାଇଁ ସକାଳ ର ପୂଜା ଆପଣ ସକାଳ ୬ ଟା ରୁ ୮ ଟା ମଧ୍ୟ ରେ କରନ୍ତୁ ।

କୁଶ ଆସନ ରେ ବସି ଉତ୍ତର କିମ୍ବା ପୁର୍ବ ଦିଗ କୁ ମୁହଁ କରି ବସି ପୂଜା କରନ୍ତୁ । ଘରର ପାଇଁ ପ୍ରସ୍ତୁତ ଖାଦ୍ୟ ରୁ ପ୍ରଥମ ରୁଟି ଗାଈ କୁ ପ୍ରଦାନ କରନ୍ତୁ। ଘର ଭିତରେ ପୂଜା କରୁଥିବା ସ୍ଥାନ ରେ ପାଣି ପୂର୍ଣ କଳସ ଲଗାଇବା ଉଚିତ । ଘରେ ସର୍ବଦା ଶାନ୍ତି ରେ ରହିବାକୁ ହେଲେ ଘରର ଦୁଆର ରେ ସ୍ୱସ୍ତିକ ଚିହ୍ନ ଆଙ୍କିବା ଉଚିତ । ଘରର ଉତ୍ତର ପୂର୍ବ କୋଣ ରେ ଔଷଧ ରଖିବା ଉଚିତ ।

ଏହି ଦିଗରେ ଔଷଧ ରଖିବା ଦ୍ଵାରା  ଔଷଧର ପ୍ରଭାବ ଭଲ ରହିଥାଏ । ଘରର ଦକ୍ଷିଣ ପୂର୍ବ କୋଣ କୁ କମଳା ରଙ୍ଗ ବା ଗୋଲାପୀ ରଙ୍ଗ କରିବା ଉଚିତ । ବ୍ୟର୍ଥ ଖର୍ଚ୍ଚ କମ ହୋଇଥାଏ । ଘରେ ବୁଢିଆଣି ଜାଲ ବା ଅଳିଆ ହେବାକୁ ଦିଅନ୍ତୁ ନାହିଁ ଏହା ଦ୍ୱାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ । ଘରେ କୌଣସି ଶୁଖିଲା ଗଛ ଥିଲେ ଏହାକୁ ପାଣି ରେ ଭସାଇ ଦିଅନ୍ତୁ ।

ଘରେ କବାଟ ଖୋଲିବା ବା ବନ୍ଦ କରିବା ବେଳେ ଯେପରି କୌଣସି ଶବ୍ଦ ନ ବାହାରିବା ଉଚିତ ଏହା ପ୍ରତି ଆପଣ ଧ୍ୟାନ ଦେବେ। ଘରର ଦକ୍ଷିଣ ଆଡ଼କୁ ଗୋଡ଼ କରି ଶୋଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଅଶାନ୍ତି ହେବା ସହ ଖରାପ ସ୍ୱପ୍ନ ମଧ୍ୟ ଦେଖିବାକୁ ମିଳିଥାଏ ।

ଘରେ ଶୋଇବା ବେଳେ ପଶ୍ଚିମ ଆଡ଼କୁ ଗୋଡ଼ କରି ଶୋଇଲେ ଆଧ୍ୟାତ୍ମିକ ଶକ୍ତି ବୃଦ୍ଧି ହୋଇଥାଏ । ଘରେ ବାସ୍ତୁ ଦୋଷ ଦୂର କରିବା ପାଇଁ ଓ ସୁଖ ସମୃଦ୍ଧି ବୃଦ୍ଧି ପାଇ ତୁଳସୀ ଗଛ ଲଗାଇବା ଉଚିତ ଓ ପ୍ରତିଦିନ ଜଳ ଅର୍ପଣ କରିବା ଉଚିତ । ଘରକୁ ପୋଛିବା ସମୟରେ ଏଥିରେ ଅଳ୍ପ ଲୁଣ ପକାଇ ପୋଛିବା ଉଚିତ। ଘରେ ଧଳା ରଙ୍ଗର ଗଣେଶ ମୂର୍ତି ବା ଫଟୋ ରଖିବା ଦ୍ୱାରା ଘରେ ଶାନ୍ତି ବୃଦ୍ଧି ହୋଇଥାଏ । ଘରର ମୁଖ୍ୟ ଦ୍ୱାରରେ ଘୁଙ୍ଗୁର ବାନ୍ଧିଲେ ତାର ଶବ୍ଦ ଦ୍ୱାରା ଘରେ ସୁଖ ଓ ପ୍ରସନ୍ନତା ଲାଗି ରହିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button