ଜ୍ୟୋତିଷ

Vastu Tips- ଏହି ଦିଗରେ ରଖନ୍ତୁ ଆଲମାରି, ମା’ ଲକ୍ଷ୍ମୀ କରିବେ କୃପା,ଏତେ ଟଙ୍କା ବର୍ଷିବା କି ସମ୍ଭାଳି ପାରିବେନି

ଯଦି ଆପଣଙ୍କ ପାଖେ ଧନ ଅଛି ତ ସମସ୍ତେ ଆପଣଙ୍କ ସାଥ ଦେବେ। ଯଦି ଅର୍ଥ ନାହିଁ ତ କେହି ବି ଆପଣଙ୍କ ଦୁଃଖରେ ଠିଆ ହୁଅନ୍ତି ନାହିଁ । ଆର୍ଥିକ ଅଭାବ ଦେଖା ଦେବ ଦ୍ୱାରା ଘରେ ଅସାନ୍ତି, କ୍ଳେଶ ଆଦି ଦେଖାଦେଇଥାଏ । ତେବେ ଘରେ ବାସ୍ତୁ ଶାସ୍ତ୍ର ଯଦି ସଠିକ ହୋଇ ନ ଥାଏ ତେବେ ସେହି ଘରେ ଆପଣ ଯେତେ ଆୟ କଲେ ମଧ୍ୟ ତାହା କମ ହୋଇଥାଏ ।

ତେବେ ଆମେ ପଇସା ଘରେ ଆଲମୀରା ରେ ରଖିଥାଉ । ତେଣୁ ଘରର ପ୍ରତେକ ଜିନିଷ ବାସ୍ତୁ ଶାସ୍ତ୍ର ଭାବେ ରଖିବା ଉଚିତ । ତେବେ ଆପଣ ଘରର ଆଲମୀରାକୁ କିପରି ରଖିବା ଦ୍ୱାରା ଆପଣଙ୍କ ଘରେ ଧନ ର ଅଭାବ ଦେଖା ଦେଇ ନ ଥାଏ ଏହି ସମ୍ପର୍କରେ ଆଜି ଆମେ ଆପଣଙ୍କୁ ଜଣାଇବୁ ।

ଆପଣ ଆଲମୀରା କୁ କେବେବି ଉତ୍ତର ବା ପୂର୍ବ ଦିଗକୁ ରଖିବେ ନାହିଁ । ଆଲମୀରା ରେ କେବେବି ଆଇନା ଲଗାଇ ରଖିବେ ନାହିଁ । ଆଲମୀରାକୁ କିପରି ରଖିବା ଉଚିତ  ?  ଆପଣ ଆଲମୀରାକୁ ଦକ୍ଷିଣ ଦିଗକୁ ବା ପଶ୍ଚିମ ଦିଗକୁ ରଖିବେ । ଯେପରି ଏହାର ଦ୍ୱାର ଉତ୍ତର ବା ପୂର୍ବ ଦିଗ କୁ ଖୋଲିଥିବ।

ଏହାର କାରଣ ହେଉଛି ଯଦି ଆପଣ ଉତର ଦିଗକୁ ରଖିବେ ତେବେ ଏହାର ଦ୍ୱାର ଦକ୍ଷିଣ ଦିଗକୁ ଖୋଲିଥାଏ ଯାହାକି ଯମ କୋଣ ହୋଇଥାଏ । ଯଦି ଆପଣ ଦକ୍ଷିଣ କୁ ରଖି ଉତ୍ତର ଦିଗକୁ ଦ୍ୱାର ରଖିବେ ତେବେ ଏହା କୁବେର ଓ ମା ଲଷ୍ମୀଙ୍କ କୋଣ ହୋଇଥାଏ ତେଣୁ ଏହା ଦ୍ୱାରା ଘରେ ଆୟ ବୃଦ୍ଧି ହୋଇଥାଏ ।

ଏହା ଛଡା ଆପଣ ଚେଷ୍ଟା କରିବେ ପ୍ରତିଦିନ ନିଜର ଆଲମୀରା ର ତଳ ଗୁଡିକ ସଫା ରଖିବାକୁ । କାରଣ ବେଳେବେଳେ ଏହି ଅଳିଆ ରହି ରହି ଆଲମୀରାର ଷ୍ଟାଣ୍ଡ ରେ କଳଙ୍କି ଲାଗିଥାଏ । ଯାହା ଦ୍ୱାରା ଅର୍ଥ ଅଭାବ ଦେଖା ଦେଇଥାଏ । ତେଣୁ ଚେଷ୍ଟା କରିବେ ଏହା କୁ ପରିଷ୍କାର ରଖିବାକୁ । ଏହା ଛଡା ଆଲମୀରା ରେ କେବେବି ଆଇନା ଲଗାଇବା ଉଚିତ ନୁହେଁ । ଏହା କରିବା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ର ପ୍ରଭାବ ପଡିଥାଏ । ତେଣୁ ଆଲମୀରା ରେ ଆଇନା ଲଗାଇବେ ନାହିଁ । ଏହି ସବୁ ନିୟମ ମାନି ଯଦି ଆପଣ ନିଜର ଆଲମୀରା ରଖିବେ ତେବେ ଆପଣଙ୍କ ଘରେ ମଧ୍ୟ ଧନ ରହିବ। ଆର୍ଥିକ ଅସୁବିଧା ଦେଖା ଯିବ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button