ସ୍ୱାସ୍ଥ୍ୟ

ଥଣ୍ଡା ,କାଶ, ଜ୍ଵର ମାତ୍ର 2 ଦିନରେ ଗାୟବ ହୋଇଯିବ, କରନ୍ତୁ ଏହି ରାମବାଣ ଉପଚାର

ବନ୍ଧୁଗଣ ଥଣ୍ଡା, କାଶ, କଫ, ଓ ଜ୍ଵର ଭଳି ରୋଗ ମଣିଷକୁ ଅସ୍ତବ୍ୟସ୍ତ କରିଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ କହିବୁ ଯାହାକୁ ଆପଣ କେବଳ ଥରେ ବ୍ୟବହାର କରି ଏହି ସବୁ ରୋଗ ଠାରୁ ଦୂରେଇ ରହିପାରିବେ । ଏହି ଉପାୟଟି ଛୋଟ ପିଲା ଠାରୁ ବଡ଼ ପିଲା ଯାଏଁ ସମସ୍ତେ ପ୍ରୟୋଗ କରିପାରିବେ । ଏହି ଉପାୟଟି ବହୁତ ସହଜ ଏବଂ ସରଳ । ତେବେ ଚାଲନ୍ତୁ ଜାଣିବା । ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଗୋଟେ ପାତ୍ରରେ ଗୋଟେ ଗିଲାସ ପାଣି ନେଇ ତାହାକୁ ଗ୍ୟାସ ରେ ବସାନ୍ତୁ । ପାଣି ଅଳ୍ପ ଗରମ ହେବା ପରେ ସେଥିରେ ୧୦ ରୁ ୧୨ଟି ଗୋଲମରିଚ ଛେଚି ପକାଇଦିଅନ୍ତୁ । ଗୋଲମରୀଚ ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ । ଏହାର ପ୍ରୟୋଗ ଦ୍ଵାରା ଆମକୁ ବହୁତ ପ୍ରକାରର ଫାଇଦା ମିଳିଥାଏ । ଏହାପରେ ଏଥିରେ ୨ଟି ଲବଙ୍ଗ ମିଶାନ୍ତୁ । ଲବଙ୍ଗ ଆମେ ରୋଷେଇ କରିବା ସମୟରେ ବ୍ୟବହାର କରିଥାଉ ।

ଏବଂ ଏହା ଥଣ୍ଡା,କାଶ, ଜ୍ଵର ଆଦି ପାଇଁ ବହୁତ ଉପକାରୀ ହୋଇଥାଏ । ବର୍ତମାନ ଏଥିରେ ଗୋଟେ ଚାମଚ ଜୁଆଣୀ ମିଶାନ୍ତୁ । ଜୁଆଣୀ ଶରୀର ପାଇଁ ବହୁତ ଚମତ୍କାରୀ ହୋଇଥାଏ । ଏହାପରେ ଏଥିରେ କିଛି ସୁଣ୍ଠି ମିଶାନ୍ତୁ । ଏବଂ ଶେଷରେ ଏଥିରେ ୬ରୁ ୭ଟି ତୁଳସୀ ପତ୍ରକୁ ମିଶାନ୍ତୁ । ତୁଳସୀ ପତ୍ର ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ ।

ବର୍ତମାନ ସବୁକୁ ଭଲ ଭାବରେ ଗୋଳାଇ ଏହାକୁ ଫୁଟିବାକୁ ଛାଡିଦିଆନ୍ତୁ । ଏହାପରେ ଏହି ଚମତ୍କାରୀ ମିଶ୍ରଣ କୁ ଛାଣି ନିଅନ୍ତୁ ଏବଂ ସକାଳେ ଖାଲି ପେଟରେ ଏହାର ସେବନ କରନ୍ତୁ । ଏପରି କରିବା ଦ୍ବାରା ଥଣ୍ଡା, କାଶ,ଜ୍ଵର,ଇତ୍ୟାଦି ପରି ରୋଗ ଆପଣଙ୍କ ଠାରୁ ଦୂରେଇ ରହିଥାନ୍ତି । ଏହି ଉପୟତି ଖୁବ ସହଜ ଏବଂ ଘରୋଇ ମଧ୍ୟ । ତେଣୁ ଏହାକୁ ନିଶ୍ଚୟ କରିକି ପିଅନ୍ତୁ ଏବଂ ସୁସ୍ଥ ରୁହନ୍ତୁ । ଆମ ସହିତ ଆଗକୁ ରହିବାପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button