ଦେଶ- ବିଦେଶ
୨୮ ବର୍ଷ ପରେ ବହିଷ୍କୃତ କନଷ୍ଟେବଳଙ୍କୁ ମିଳିଲା ନ୍ୟାୟ

ବୟସ ବିବାଦ ଲାଗି ୨୮ ବର୍ଷ ତଳେ ଚାକିରୀରୁ ବହିଷ୍କୃତ କନଷ୍ଟେବଳଙ୍କୁ ନ୍ୟାୟ ମିଳିଛି। ରାଜ୍ୟ ସରକାର ସଂପୃକ୍ତ କନେଷ୍ଟେବଳଙ୍କୁ ସମସ୍ତ ଅବସରକାଳୀନ ସହାୟତା ଦେବାକୁ ନିର୍ଦେଶ ଦେଇଛନ୍ତି ରାଜସ୍ଥାନ ହାଇକୋର୍ଟ। ନିଯୁକ୍ତି ବେଳେ ବୟସ ଜାଲିଆତି କରିବା ଆରୋପରେ ସଂପୃକ୍ତ କନଷ୍ଟେବଳ ସୁନ୍ଦର ପାଲଙ୍କୁ ଚାକିରୀରୁ ବିଦା କରାଯାଇଥିଲା। ନିଯୁକ୍ତି ବେଳେ କନଷ୍ଟେବଳଙ୍କ ବୟସ ୨୫ ବର୍ଷରୁ କମ୍ ହେବନି ବୋଲି ନିୟମ ଥିଲା। ଯେହେତୁ ସେ ବିବାହିତ ଥିଲେ ଓ ତିନି ସନ୍ତାନର ଜନକ ଥିଲେ। ସେଥିଲାଗି ୧୯୯୬ରେ ଚାକିରୀରୁ ବହିଷ୍କାର ହୋଇଥିଲେ। ଜଷ୍ଟିସ୍ ଗଣେଶ ରାମ ମୀନା ଏହାକୁ ବିଚାର କରି କହିଛନ୍ତି, ଏଭଳି କାରଣ ବିଲକୁଲ ଗ୍ରହଣୀୟ ନୁହେଁ। କାରଣ ସେତେବେଳେ କମ୍ ବୟସରେ ବିବାହ ହେଉଥିଲା। ୧୯୭୦-୮୦ ଦଶକରେ ଗ୍ରାମାଞ୍ଚଳରେ ବାଲ୍ୟ ବିବାହ ଚାଲିଥିଲା। ୧୯୮୧ରେ ଜଣେ ବ୍ୟକ୍ତି ବିବାହ କଲେ ୨୫ ବର୍ଷ ବେଳକୁ ତାଙ୍କର ୩ଟି ସନ୍ତାନ ହେବା କିଛି ଅସ୍ୱାଭାବିକ ନଥିଲା। ସେଥିଲାଗି ନିଯୁକ୍ତିଦାତାଙ୍କ ଏଭଳି ଯୁକ୍ତି ଗ୍ରହଣୀୟ ନୁହେଁ।