ଦେଶ- ବିଦେଶ

ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ମାମଲା: ବିଏସପିର ତଦନ୍ତ ଦାବି

ତାମିଲନାଡ଼ୁ ବିଏସପି ରାଜ୍ୟ ସଭାପତି ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି। ଏହା ସହ ରବିବାର ତାମିଲନାଡ଼ୁ ଯିବେ ମାୟାବତୀ। କେ. ଆର୍ମଷ୍ଟ୍ରଙ୍ଗକ ଶୋକସନ୍ତପ୍ତ ପରିବାରକୁ ଭେଟିବେ ମାୟାବତୀ। ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରି ହଙ୍ଗାମା କରିଛନ୍ତି ବିଏସପି କର୍ମକର୍ତ୍ତା। ଷ୍ଟାଲିନ୍ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ କରିଛନ୍ତି। ଗତକାଲି ଆର୍ମଷ୍ଟ୍ରଙ୍ଗଙ୍କୁ ୬ଜଣ ଅଜ୍ଞାତ ବ୍ୟକ୍ତି ତାଙ୍କ ଘର ସମ୍ମୁଖରେ ଛୁରୀରେ ଭୁଷି ହତ୍ୟା କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button