ରାଜ୍ୟ
ସଇଁତଳାରେ ଡେଙ୍ଗୁ ଆତଙ୍କ , ୧୮ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର ଜିଲ୍ଲା ସଇଁତଳା ସହର ରେ ଡେ଼ଙ୍ଗୁ ଆତଙ୍କ ଦେଖା ଦେଇଛି।କିଛି ଦିନ ତଳେ ଡେ଼ଙ୍ଗୁ ରେ ଆକ୍ରାନ୍ତ ହୋଇ ଜଣ କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ବର୍ତ୍ତମାନ ୧୮ ଜଣ ଆକ୍ରାନ୍ତ ହୋଇଛନ୍ତି।୧୮ ଜଣକ ମଧ୍ୟରୁ ୧୧ ଜଣକର ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଛି। ଆଜି ସକାଳୁ ବଲାଙ୍ଗିର ଭିମ ଭୋଇ ମେଡ଼ିକାଲ କଲେଜରୁ ଏକ ଡ଼ାକ୍ତରୀ ଟିମ ଆସି ସହର ର ବିଭିନ୍ନ ପଡ଼ା କୁ ବୁଲି ଲୋକଙ୍କୁ ସଚେତନ କରିବା ସହ ଡେ଼ଙ୍ଗୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କୁ ନେଇଥିଲେ। ଅନ୍ୟ ପଟେ ସଇଁତଳା ହସ୍ପିଟାଲ ରୁ ମଧ୍ଯ ଏକ ଟିମ ବର୍ତ୍ତମାନ ଗାଁ ରେ ଘର କୁ ଘର ବୁଲି ଡେ଼ଙ୍ଗୁ ଲକ୍ଷଣ ଦେଖା ଦେଉଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରୁଛନ୍ତି। ଏହା ସହ ନାଳ ନର୍ଦ୍ଦମା ସଫା କଲେ ଡେ଼ଙ୍ଗୁ ମଶା ମଲେ ଡେ଼ଙ୍ଗୁ ରୋଗୀଙ୍କ ସଂଖ୍ୟା କମିବ ବୋଳି ଡାକ୍ତର ସମରେନ୍ଦ୍ର ମହାପାତ୍ର କହିଛନ୍ତି।