ସ୍ୱାସ୍ଥ୍ୟ

କ’ଣ ପାଇଁ ପିଲାଦିନ କଥା ମନେ ରୁହେନା ?

ଦୁନିଆରେ ସମସ୍ତଙ୍କ ସ୍ମୃତି ଶକ୍ତି ସମାନ ହୋଇନଥାଏ । କାହାର ସ୍ମୃତି ଶକ୍ତି ପ୍ରଖର ହୋଇଥିବା ବେଳେ କିଏ ଭୁଲାମନ ହୋଇଥାଏ । କିଏ ଅଳ୍ପ ପଢି ଶୁଣି ଶୁଣି ସବୁକିଛି ମନେ ରଖିପାରୁଥିବାବେଳେ କେହି ଘୋଷି ଘୋଷି ମଧ୍ୟ କିଛି ମନେ ରଖିପାରେନାହିଁ । ତେବେ ଏମିତି କାହିଁକି ହୁଏ ? ଏବଂ ଆଉ ଗୋଟିଏ କଥା ହେଉଛି ଆମେ ସମସ୍ତେ ନିଜ ପିଲାଦିନ କଥା ମନେ ପକାଉ କିନ୍ତୁ କ’ଣ ପାଇଁ ପିଲାଦିନର ସବୁକଥା ଆମେ ଭୁଲିଯାଉ । 5 ବର୍ଷ ଭିତରେ ଆମେ ଯାହା କରିଥାଉ ତା’ର 90 ପ୍ରତିଶତରୁ ଅଧିକ କଥା କାହିଁକି ଆମର ମନେ ନଥାଏ ? ଆସନ୍ତୁ ଜାଣିବା ଏସମ୍ପର୍କରେ ବିଜ୍ଞାନ କ’ଣ କହୁଛି ।

ଆମ୍ମେସିଆ କ’ଣ ?

ବାଲ୍ୟକାର କଥା ମନେ ରଖିବାରେ ଅକ୍ଷମତାକୁ ବିଜ୍ଞାନ ଭାଷାରେ ଆମ୍ମେସିଆ ବୋଲି କୁହାଯାଏ । ବୈଜ୍ଞାନିକମାନେ କହିଛନ୍ତି ଯେ ଯେଉଁଠାରେ ଆପଣ ହୁଏତ କିଛି ମାସ ପାଇଁ ଆପଣଙ୍କର ଦ୍ବିତୀୟ ଜନ୍ମଦିନ ସବୁଦିନ ମନେ ରଖିବାରେ ସକ୍ଷମ ହୋଇଥିବେ, କିନ୍ତୁ ପରେ ଏହି ସ୍ମୃତି ଗୁଡ଼ିକ ଅସ୍ପଷ୍ଟ ହୋଇ ଶେଷରେ ସବୁଦିନ ପାଇଁ ଲିଭିଯାଏ । ଗୋଟିଏ ସର୍ଭେ ରିପୋର୍ଟରେ କୁହାଯାଇଛି୩ବର୍ଷର ପିଲାମାନେ ପୂର୍ବ ବର୍ଷର ଅନେକ ଘଟଣାକୁ ମନେ ପକାଇବାକୁ ସକ୍ଷମ ହୋଇଥିଲେ । ଏହି ପ୍ରକ୍ରିୟା ୭ବର୍ଷ ବୟସ ପର୍ଯ୍ୟନ୍ତ ଜାରି ରହିଥାଏ । ଏହି ବୟସର ପିଲାମାନେ ସେମାନଙ୍କର ଅତୀତ ଜୀବନର ୭୨ ପ୍ରତିଶତ ମନେ ରଖିବାର ସକ୍ଷମ ହୋଇଥିଲେ । ଯାହା ୩ବର୍ଷ ବୟସ ପର୍ଯ୍ୟନ୍ତ ଥିଲା । କିନ୍ତୁ ୮ରୁ ୯ବର୍ଷ ବୟସରେ ପିଲାମାନେ ସେହି ସମୟରେ ମାତ୍ର ୩୫ ପ୍ରତିଶତ ମନେ ରଖିବାରେ ସକ୍ଷମ ହୋଇଥିଲେ ।

ମେମୋରି କିପରି ତିଆରି ହୁଏ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ । ୭ବର୍ଷ ବୟସରୁ ପିଲାମାନଙ୍କର ରେଖା ସ୍ମୃତି ସଂଗ୍ରହ କରିବା ଆରମ୍ଭ କରିଥାଏ । ଯାହା ସମୟ ଏବଂ ଭାବନାରେ ସକ୍ଷମ ହୋଇଥାଏ । ଘଟଣାକୁ ମନେ ରଖିବା ଏବଂ ବ୍ୟକ୍ତିଗତ ସମୟସୀମା ଅନୁଯାୟୀ ସେଗୁଡ଼ିକୁ ଭୁଲିଯିବା । ଏହି ପ୍ରକ୍ରିୟା ପିଲା ଏବଂ ବୟସ୍କମାନଙ୍କୁ ପୁରୁଣା ସ୍ମୃତି ଭୁଲିଯିବାକୁ ବାଧ୍ୟ କରିଥାଏ । ବୈଜ୍ଞାନିକମାନେ କହିଛନ୍ତି ଉଭୟ ଅର୍ଥଗତ ଏବଂ ଏପିସୋଡିକ୍ ସ୍ମୃତି ମସ୍ତିସ୍କର କର୍ଟେକ୍ସ ନାମକ ଅନେକ ଅଂଶରେ ଗଚ୍ଛିତ ରହିଥାଏ ଏବଂ ୨ରୁ ୪ ବର୍ଷ ବୟସରେ ମସ୍ତିଷ୍କର ହିପୋକ୍ୟାମ୍ପସ୍ ସେମାନଙ୍କୁ ଏକ ନେଟୱାର୍କ ମାଧ୍ୟମରେ ସଂଯୋଗ କରି ଏକ ସୂଚନାର ଉତ୍ସ ସୃଷ୍ଟି କରିଥାଏ । ଏହି ସଂଯୋଗ ଗୁଡ଼ିକ ଦୀର୍ଘସ୍ଥାୟୀ ସ୍ମୃତି ସୃଷ୍ଟି କରିବାରେ ସାହାର୍ଯ୍ୟ କରେ  ପିଲାବେଳେ ମସ୍ତିଷ୍କରେ ନୂତନ କୋଷଗୁଡ଼ିକ ସୃଷ୍ଟି ହେବାକୁ ଲାଗେ । କିନ୍ତୁ ସ୍ତନ୍ୟପାୟୀ ପ୍ରାଣୀମାନଙ୍କରେ ସେମାନଙ୍କର ସ୍ମୃତି ବୃଦ୍ଧି ପ୍ରକ୍ରିୟା ଜାରି ରହିଥାଏ ।

ଶିଶୁମାନଙ୍କଠାରେ, ହାଇପୋକ୍ୟାମ୍ପସରେ ଅତି ଦ୍ରୁତ ଗତିରେ ନୂତନ ନ୍ୟୁରନ୍ ଗଠନ ହୁଏ । ସ୍ମୃତି ସଂରକ୍ଷଣ ଏବଂ ଏଥିରୁ ସୂଚନା ବାହାର କରିବା ପାଇଁ ଏହି ଅଂଶ ଦାୟୀ । ନୂତନ ନ୍ୟୁରନ୍ ଗଠନ ହେତୁ ପୁରୁଣା ସ୍ମୃତି ନଷ୍ଟ ହୋଇଥାଏ । କିନ୍ତୁ ବୈଜ୍ଞାନିକମାନେ ଏହାର କୌଣସି ଠୋସ୍ ପ୍ରମାଣ ପାଇବାରେ ସକ୍ଷମ ହୋଇ ନାହାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button