ମନୋରଞ୍ଜନ

ବିବାହର ୬ମାସ ପରେ ଗର୍ଭବତୀ ହେଲେ ଶୁରା ଖାନ୍ ! – Kalinga News

[ad_1]

ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ପ୍ରଯୋଜକ ଅରବାଜ ଖାନ, ମେକଅପ୍ ଆର୍ଟିଷ୍ଟ ଶୁରା ଖାନଙ୍କୁ ଗତ ଡିସେମ୍ବର ମାସରେ ବିବାହ କରିଥିଲେ। ବହୁଦିନରୁ ଦୁହେଁ ପରସ୍ପରକୁ ଡେଟ୍ କରିବା ପରେ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ଘରେ ଏହି ଦମ୍ପତି ନିରାଡ଼ମ୍ବର ଭାବରେ ବିବାହ କରିଥିଲେ। ବିବାହରେ କେବଳ ଘନିଷ୍ଠ ବନ୍ଧୁ ଓ ପରିବାର ଲୋକେ ଉପସ୍ଥିତ ଥିଲେ। ବିବାହ ପରେ ସୋସିଆଲ ମିଡିଆରେ ସେ ସମୟରେ ଅନେକ ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ଶୁରା ଖାନ୍ ଗର୍ଭବତୀ ଥିବା ଚର୍ଚ୍ଚା ହେଉଛି।

ଉଭୟ ଅରବାଜ୍ ଓ ଶୁରାଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯ‌ାହାକୁ ଦେଖି ଶୁରା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନା ମୁତାବକ, ଦୁହିଁଙ୍କୁ ମାଟରନିଟି କ୍ଲିନିକ୍ ବାହାରେ ଦେଖିବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ଗଣମାଧ୍ୟମର କ୍ୟାମେରା ଆଗକୁ ଆସିବା ପରେ ଶୁରାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, କ’ଣ ଖୁସିଖବର ଅଛି କି? ଏହା ଶୁଣି ଶୁରା ଟିକେ ଲାଜେଇ ଯିବା ସହ ମୁଣ୍ଡ ହଲାଇ ନା କରିଥିଲେ। ଏହା ପରେ  ତୁରନ୍ତ ଯାଇ ଗାଡ଼ିରେ ବସିପଡ଼ିଥିଲେ। ତେବେ ସେ ମନା କରିିଥିବା ବେଳେ ତାଙ୍କ ହାବଭାବ ଦେଖି ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button