ଅପରାଧ

ହାଥରସର ହୃଦୟଥରା ଘଟଣା: ସୁରକ୍ଷା ବ୍ୟବସ୍ଥା ପ୍ରତି କରାଯାଇଥିଲା ଅଣଦେଖା – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସର ହୃଦୟଥରା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ସତସଙ୍ଗ ଦଳାଚକଟା ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇ ହାଥରସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଦଳାଚକଟା ପରେ କାହିଁକି ଏଭଳି ଅଭାବନୀୟ ଘଟଣା ଘଟିଲା ? ଦଳାଚକଟା ପାଇଁ ଦାୟୀ କିଏ ? କେଉଁ ପରିସ୍ଥିତିରେ ଏସବୁ ହେଲା? ଏମିତି କିଛି ପ୍ରଶ୍ନ ଉଠୁଥିବା ବେଳେ ଅଘଟଣର କାରଣ ଖୋଜା ଚାଲିଛି। ତାହା ସହ ତଦନ୍ତ ମଧ୍ୟ ଚାଲିଛି ।

ଆଉ ଏତିକି ବେଳେ ସାମ୍ନାକୁ ଆସିଛି ଅଘଟଣ ପଛର ଅବହେଳା କଥା । କେମିତି ସତସଙ୍ଗ ଆୟୋଜକଙ୍କ ଖାମଖିଆଲି ପାଇଁ ୧୨୧ ଜଣ ନୀରିହ ଲୋକଙ୍କ ଜୀବନ ଗଲା ତାହା ଏବେ ଆଲୋଚନାର ବିଷୟ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏତେବଡ କାର୍ଯ୍ୟକ୍ରମ ହେଉଥିଲା ମାତ୍ର ସୁରକ୍ଷା ବ୍ୟବସ୍ଥା ପ୍ରତି ପୂରା ଅଣଦେଖା କରାଯାଇଥିଲା । ଅବ୍ୟବସ୍ଥା ପାଇଁ ହିଁ ଏମିତି ଆଉ ଏତେବଡ କାଣ୍ଡ ହେଲା । ତେବେ ନଜର ପକାନ୍ତୁ ସତସଙ୍ଗରେ କେଉଁ କେଉଁ ବ୍ୟବସ୍ଥା କରାଯାଇନଥିଲା, ବୋଧହୁଏ ଏସବୁ ଦିଗ ପ୍ରତି ଆୟୋଜକମାନେ ଧ୍ୟାନ ଦେଇଥିଲେ ଏତେବଡ ଘଟଣା ଘଟିନଥାନ୍ତା ।

ଯଦି ଉପରୋକ୍ତ କଥା ଉପରେ ଧ୍ୟାନ ଦିଆଯାଇଥାନ୍ତା କିମ୍ବା ଗାଇଡଲାଇନ୍ ଅନୁଯାୟୀ ସବୁ କରାଯାଇଥାନ୍ତା ତେବେ ବୋଧହୁଏ ଏଭଳି ସ୍ଥିତି ହାଥରସକୁ ଦେଖିବାକୁ ପଡିନଥାନ୍ତା ।

ସେପଟେ ଦଳା ଚକଟା ଘଟଣାରେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ମୁଖ୍ୟ ସେବାଦାର ଦେବପ୍ରକାଶ ମଧୁକର ଓ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ୟୁପି ସିକନ୍ଦରାବାଦ ନିକଟ ଫୁଲେର ଗାଁରେ ସତସଙ୍ଗ ଚାଲିଥିଲା ବେଳେ ଗତକାଲି ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ହୋଇଛି। ୟୁପିର ସକର ବିଶ୍ବହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ୟ୍ୟକ୍ରମରେ ଏଭଳି ଘଟଣା ଘଟିଛି। ମୃତକମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଜଣାପଡିଛି।

ସୂଚନା ଅନୁସାରେ ଫୁଲେର ଗାଁରେ ଭୋଲେ ବାବାଙ୍କ ସତସଙ୍ଗ ଚାଲିଥିଲା। ପ୍ରବଚନ ଶୁଣିବାକୁ ଅସମ୍ଭାଳ ଭିଡ଼ ହୋଇଥିଲା । ଭୋଲେ ବାବା ପ୍ରବଚନ ଦେଇ କାର୍ୟ୍ୟକ୍ରମସ୍ଥଳ ଛାଡିବା ପରେ ଶ୍ରଦ୍ଧାଳୁଙ୍କୁ ଛାଡିଥିଲେ ଆୟୋଜକ କମିଟି। ଫଳରେ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅତିଷ୍ଠ ହୋଇପଡିଥିବା ଶ୍ରଦ୍ଧାଳୁ ଶୀଘ୍ର ଟେଣ୍ଟରୁ ବାହାରିବାକୁ ଉଦ୍ୟମ କରିବାରୁ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button