ଚାଷୀଙ୍କ ପୁଅ ହେଲେ OAS ଅଫିସର

ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି ଏବଂ ପ୍ରକାଶିତ ପରୀକ୍ଷାଫଳ ତାଲିକାରେ ୨୮୦ ରାଙ୍କରେ ରହିଛନ୍ତି ଜଗତସିଂହପୁର ସଦର ବ୍ଲକ ରସଲପୁର ଗ୍ରାମର ଅମିତ ରାୟ। ରସଲପୁର ଗ୍ରାମର ବାସିନ୍ଦା ଅଜୟ ରାୟଙ୍କ ପୁଅ ଅମିତ ନିଜର ପ୍ରଥମ ଥର ପରୀକ୍ଷାରେ ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଛନ୍ତି । ୨୮୦ ରାଙ୍କରେ ରହି ସେ କୃତକାର୍ଯ୍ୟ ହୋଇଛନ୍ତି । ଏକ ସାଧାରଣ ଚାଷୀ ପରିବାରରେ ଜନ୍ମ ହୋଇ ନିଜର ପ୍ରାଥମିକ ଶିକ୍ଷା ନିଜ ଗ୍ରାମ ରସଲପୁର ପ୍ରାଥମିକ ବିଦ୍ୟାଳୟ ଓ ଜଗତସିଂହପୁର ସହରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ହାଇସ୍କୁଲ ଶିକ୍ଷା ସାରି ସ୍ଥାନୀୟ ଏସଭିଏମ କଲେଜରୁ କଲେଜ ଶିକ୍ଷା ସମାପ୍ତ କରିଥିଲେ। ପରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ମାଇକ୍ରୋ ବାୟୋଲୋଜିରେ ପୋଷ୍ଟ ଗ୍ରାଜୁଏଟ ଶିକ୍ଷା ଶେଷ କରିଥିଲେ । ଶିକ୍ଷା ଗ୍ରହଣ ଶେଷ ପରେ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ସେ ନିଜର ଉଦ୍ୟମ ଜାରି ରଖିଥିଲେ । ତାଙ୍କର ଏହି କୃତକାର୍ଯ୍ୟ ପାଇଁ ସମସ୍ତ ଶ୍ରେୟ ନିଜ ପିତାମାତା , ପରିବାର ବର୍ଗ, ଗ୍ରାମବାସୀ ଓ ଶିକ୍ଷକମାନଙ୍କୁ ଦେଇଛନ୍ତି।




