ଦେଶ- ବିଦେଶ

ହାଥରସ ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ଦଳାଚକଟାରେ ୧୨୧ ମୃତ – Kalinga News

[ad_1]

ହାଥରସ: ଉତ୍ତରପ୍ରଦେଶର ହାଥରସରେ ହୋଇଥିବା ଦଳଚକଟାରେ ମୃତ୍ୟୁ ସଂଖ୍ୟା ୧୨୧ରେ ପହଞ୍ଚିଛି। ଏହି ଘଟଣାରେ ପାଖାପାଖି ୨୦୦ ଜଣ ଆହତ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୪୦ରୁ ଅଧିକ ମହିଳା ଓ ଶିଶୁ ଅଛନ୍ତି। ପୁଲିସ ସୂଚନା ଅନୁଯା‌ୟୀ ମଙ୍ଗଳବାର ଅପରାହ୍ନରେ ‘ଭୋଲେ ବାବା’ ସତ୍‌ସଙ୍ଗ ଚାଲିଥିବା ସମୟରେ ହଠାତ୍‌ ଭିଡ଼ ଅତ୍ୟଧିକ ବଢ଼ିଯିବାରୁ ଦଳା ଚକଟା ସ୍ଥିତି ଉପୁଜିଥିଲା ଏବଂ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ହାଥରସର ସିକନ୍ଦରା ରାଓ ଥାନା ଅଧୀନସ୍ଥ ଫୁଲରଇ ଗ୍ରାମରେ ଏହି ଘଟଣା ଘଟିଛି। ତୁରନ୍ତ ବସ୍‌ ଏବଂ ଟେମ୍ପୋ ଯୋଗେ ମୃତାହତମାନଙ୍କୁ ନିକଟସ୍ଥ ଚିକିତ୍ସାଳୟ ନିଆଯାଇଥିଲା। ଶତାଧିକ ଶବ ଜିଲ୍ଲା ପୋଷ୍ଟମର୍ଟମ ଗୃହରେ ପହଞ୍ଚିଥିବା ଜଣାପଡ଼ିଛି। ଜିଲ୍ଲାପାଳ ଆଶିଷ କୁମାର କହିଛନ୍ତି, ଘରୋଇ ଭାବେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ପାଇଁ ଏସ୍‌ଡିଏମ୍‌ଙ୍କ ଅନୁମତି ଥିଲା। ଘଟଣାସ୍ଥଳରେ ପ୍ରାୟ ୨୦ ହଜାର ଲୋକଙ୍କ ସମାଗମ ହୋଇଥିଲା।
ଏହି ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଆଗ୍ରା ଏଡିଜି ଏବଂ ଆଲିଗଡ଼ କମିସନରଙ୍କୁ ନେଇ ଟିମ୍‌ ଗଠନ କରାଯାଇଛି। ରାଜ୍ୟ ସରକାର ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୨ ଲକ୍ଷ ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button