ଖେଳ ଖବର

ଟି-୨୦ ବିଶ୍ବକପ ପୂର୍ବରୁ ବିରାଟଙ୍କ ଆଗରେ ଏହି ଡିମାଣ୍ଡ ରଖିଲେ ଗାଙ୍ଗୁଲି – Kalinga News

[ad_1]


ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେବ ଟି-୨୦ ବିଶ୍ବକପ । ଏଥିପାଇଁ ଭାରତୀୟ ଦଳ ନ୍ୟୁୟର୍କରେ ପହଞ୍ଚିସାରିଛନ୍ତି। ବିରାଟ କୋହଲି ମଧ୍ୟ ଟି-୨୦ ବିଶ୍ୱକପରେ ଭାଗ ନେବାକୁ ନ୍ୟୁୟର୍କରେ ପହଞ୍ଚିଛନ୍ତି। ତେବେ ସେ ଆଜି ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ଅଭ୍ୟାସ ମ୍ୟାଚରେ ଅଂଶଗ୍ରହଣ କରିବେ କି ନାହିଁ, ତାହା ନିଶ୍ଚିତ ହୋଇନାହିଁ। ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ପାଇଁ ପ୍ରଥମେ କିଙ୍ଗ କୋହଲି ଅନ୍ୟ ଖେଳାଳିଙ୍କ ସହ ଆମେରିକାରେ ପହଞ୍ଚି ନଥିଲେ। ପରେ ସେ ଦଳରେ ଯୋଗ ଦେଇଥିବା କୁହାଯାଉଛି।

ତେବେ ବିଶ୍ବକପ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ତାଙ୍କ ଆଗରେ ନିଜର ଡିମାଣ୍ଡ ରଖିଛନ୍ତି। ସେ ଚାହୁଁଛନ୍ତି ଯେ ବିରାଟ କୋହଲି ଆଇପିଏଲ୍ ୨୦୨୪ରେ ଆରସିବି ପାଇଁ  ‌ଯେଉଁଭଳି ଢ଼ଙ୍ଗରେ ବ୍ୟାଟିଂ କରିଥିଲେ,ସେଭଳି ଢ଼ଙ୍ଗରେ ବିଶ୍ବକପ‌ରେ ବ୍ୟାଟିଂ କରନ୍ତୁ।

ରେଭ୍ ସ୍ପୋର୍ଟଜ୍ ରିପୋର୍ଟ ଅନୁଯାୟୀ ଗାଙ୍ଗୁଲି କହିଛନ୍ତି ଯେ, “ମୁଁ ଏହି ଟି-୨୦ ବିଶ୍ୱକପ୍‌ରେ ବିରାଟ କୋହଲିଙ୍କୁ ଓପନିଂ କରୁଥିବାର ଦେଖିବାକୁ ଚାହୁଁଛି। ମୁଁ ଚାହୁଁଛି ବିରାଟ ‌ଯେଉଁଭଳି ଢ଼ଙ୍ଗରେ ବ୍ୟାଟିଂ କରିଥିଲେ,ସେଭଳି ଢ଼ଙ୍ଗରେ ବିଶ୍ବକପ‌ରେ ବ୍ୟାଟିଂ କରନ୍ତୁ। ସେ ସ୍ୱାଧୀନତା ସହିତ ବ୍ୟାଟିଂ କରିବା ଉଚିତ୍। ସେ ଜଣେ ମହାନ ଖେଳାଳି।”

ଆଇପିଏଲ୍ ୨୦୨୪ରେ ବିରାଟ ଭଲ ପ୍ରଦର୍ଶନ କରିଥିଲେ। ସେ ଏହି ସିଜିନର ଖେଳିଥିବା ୧୫ଟି ମ୍ୟାଚରେ ୭୪୧ରନ୍ ସ୍କୋର କରିଥିଲେ।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button