ଖେଳ ଖବର

ଅନୁଷ୍କାଙ୍କ ପାଇଁ କୋହଲିଙ୍କ ଆବେଗଭରା ଲେଖା ‘ଏ ବିଜୟ ଯେତିକି ମୋର, ସେତିକି ତୁମର’ – Kalinga News

[ad_1]

ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ ପରେ ମହାନ ବ୍ୟାଟର୍ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କ ପାଇଁ ଲେଖିଛନ୍ତି ଆବେଗଭରା ଲେଖା। ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଅନୁଷ୍କାଙ୍କ ପାଇଁ ପ୍ରକାଶ କରିଥିବା ଭାବବିହ୍ବଳ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି, ପ୍ରେୟସୀ, ତୁମ ବିନା ଏସବୁ ଘଟିବା ସ୍ବପ୍ନରେ ବି ସମ୍ଭବ ନଥିଲା। ତୁମେ ମୋତେ ନମ୍ର ରହିବା ସହ ଗର୍ବ, ଅହଂକାର ଛାଡ଼ିବା ଶିଖାଇଛ। ସଚ୍ଚୋଟତାର ସହ ମୋତେ ସବୁବେଳେ ଆଇନା ଦେଖାଇଛ। ତୁମକୁ ଯେତେ କୃତଜ୍ଞତା ଜଣାଇଲେ ବି କମ୍ ହେବ। ଏହି ବିଜୟ ଯେତିକି ମୋର, ସେତିକି ତୁମର। ସବୁକିଛି ପାଇଁ ଅଶେଷ ଅଶେଷ ଧନ୍ୟବାଦ। ତୁମକୁ ମୋ ତରଫରୁ ଅଜସ୍ର ଭଲପାଇବା। ଏହି ଲେଖା ତଳେ ‌କୋହଲି ମଧ୍ୟ ଦୁଇଟି କୌତୁକିଆ ହୃଦୟ ଚିହ୍ନ ଛାଡ଼ି ଅନୁଷ୍କାଙ୍କ ପ୍ରତି ଥିବା ଭଲପାଇବାକୁ ଦର୍ଶାଇଛନ୍ତି। ଅନୁଷ୍କା ମଧ୍ୟ ହୃଦୟ ମିମ୍‌ରେ ଏହାର ପ୍ରତ୍ୟୁତ୍ତର ରଖିଛନ୍ତି। ପ୍ରଶଂସକମାନେ ବି ଉଭୟଙ୍କ ଏହି ‌ପୋଷ୍ଟ୍‌କୁ ବେଶ୍ ପସନ୍ଦ କରୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button