ଖେଳ ଖବର

ଭାରତ ବିଶ୍ବକପ ବିଜେତା ହେବାପରେ ଷ୍ଟାର ଖେଳାଳିଙ୍କ ଅବସର ଘୋଷଣାକୁ ନେଇ ସାମିଙ୍କ ପ୍ରତିକ୍ରିୟା – Kalinga News

[ad_1]

ନୂଆଦିଲ୍ଲୀ: ଭାରତ ଟି-୨୦ ବିଶ୍ବକପ ବିଜେତା ହେବାପରେ ସମସ୍ତେ ଉତ୍ସାହିତ ଥିବା ବେଳେ ଷ୍ଟାର କ୍ରିକେଟର ରୋହିତ ଶର୍ମା ଏବଂ ବିରାଟ କୋହଲି ଟି -୨୦ ଫର୍ମାଟରୁ ଅବସର ନେବା ଘୋଷଣା ଖେଳପ୍ରେମୀଙ୍କୁ ଚକିତ ଓ ନିରାଶ କରି ଦେଇଛନ୍ତି।

କେବଳ କ୍ରିକେଟ୍ ପ୍ରଶଂସକ ନୁହଁନ୍ତି ଦ୍ରୁତ ବୋଲର ମହମ୍ମଦ ଶାମି ମଧ୍ୟ ଷ୍ଟାର କ୍ରିକେଟରଙ୍କ ଏଭଳି ଏକାଠି ଅବସର ନେବାକୁ ନିଷ୍ପତ୍ତି ନେଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଗତ ଶନିବାର ରାତିରେ ଦକ୍ଷିଣ ଆଫ୍ରିକାକୁ ରୋମାଞ୍ଚକ ଭାବେ ୭ ରନ୍‌ରେ ହରାଇ ଭାରତ ଦ୍ବିତୀୟ ଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବାର ମାତ୍ର କେଇ ମିନିଟ୍‌ ଭିତରେ ମହାନ ବ୍ୟାଟର୍‌ ବିରାଟ କୋହଲି ଆଉ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବେ ନାହିଁ ବୋଲି ଘୋଷଣା କରି ଦେଇଥିଲେ।

ସେହିଭଳି ଭାରତ ବିଶ୍ବକପ୍‌ ଗୌରବମଣ୍ଡିତ ହେବା ପରେ ଅଧିନାୟକ ରୋହିତ ଶର୍ମା ମଧ୍ୟ ସମାନ ଧାରାରେ ସାମିଲ ହୋଇଯାଇଥିଲେ।

ଏହାର ଦିନକ ପରେ ଅଲ୍‌ରାଉଣ୍ଡର୍‌ ରବୀନ୍ଦ୍ର ଜାଡ଼େଜା ମଧ୍ୟ ତାଙ୍କ ‌ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳ ଜୀବନରେ ପୂର୍ଣ୍ଣଛେଦ ପଡ଼ିଲା ବୋଲି ଘୋଷଣା କରିଛନ୍ତି।

ବିଶ୍ବ ବିଜେତା ହେବାପରେ ଷ୍ଟାର କ୍ରିକେଟଙ୍କ ଏଭଳି ଏକା ସମୟରେ ଅବସର ଘୋଷଣାକୁ ନେଇ ସାମି କହିଛନ୍ତି,‘ ହଠାତ ଅବସର ନେବା ଆଶ୍ଚର୍ଯ୍ୟର କଥା କିନ୍ତୁ ସ୍ବାଭାବିକ କଥା ଯେ ଜଣେ ଖେଳାଳି ଗଲେ ଆଉ ଜଣେ ତାଙ୍କ ସ୍ଥ‌ାନରେ ନିଶ୍ଚୟ ଆସିଥାଆନ୍ତି।  କିନ୍ତୁ ଦଳରେ ଏଭଳି ଖେଳାଳିଙ୍କ ସ୍ଥାନ ପୁରଣ କରିବା ଏକ ପ୍ରକାର ଚ୍ୟାଲେଞ୍ଜ ବୋଲି ମୁଁ କହିବି। ମୁଁ ରୋହିତ ଓ ବିରାଟ ଉଭୟଙ୍କୁ ସେମାନଙ୍କ ଦମଦାର ପ୍ରଦର୍ଶନ ପାଇଁ ଧନ୍ୟବାନ ଦେବାକୁ ଚାହିଁବି।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button