ମନୋରଞ୍ଜନ

ଭଉଣୀ ବିବାହରେ ଯୋଗ ଦେଇଥିଲେ କି ଲବ? – Kalinga News

[ad_1]

ମୁମ୍ବାଇ: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟରେ ପାଦ ଦେଇସାରିଛନ୍ତି। ସେ ତାଙ୍କର ପ୍ରେମିକ ଜହିର ଇକବାଲଙ୍କୁ ଜୁନ୍ ୨୩ରେ ବିବାହ କରିଥିଲେ। ଦିନରେ ସୋନାକ୍ଷୀ କୋର୍ଟ ମ୍ୟାରେଜ୍ କରିଥିଲେ, ଯେଉଁଥିରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହା ପରେ ରାତିରେ ନିଜର ବଲିଉଡ ସାଙ୍ଗମାନଙ୍କ ପାଇଁ ସେ ବଡ଼ ବିବାହ ଭୋଜିର ଆୟୋଜନ କରିଥିଲେ। ଦିନରେ ଧଳା ରଙ୍ଗର ଶାଢ଼ି ପିନ୍ଧିଥିବା ସୋନାକ୍ଷୀ ରାତିରେ ଲାଲ ରଙ୍ଗର ଶାଢ଼ି ପିନ୍ଧିଥିଲେ। ମଥାରେ ସିନ୍ଦୂର ଲଗାଇବା ସହ ଲାଲ ଶାଢ଼ିରେ ସେ ଖୁବ ସୁନ୍ଦର ଦିଶୁଥିଲେ।

सोनाक्षी की शादी में शामिल ना होने के रूमर्स पर भाई लव सिन्हा ने तोड़ी चुप्पी, बोले- 'मेरे लिए परिवार सबसे पहले

ତେବେ ବିବାହରେ ସବୁଠୁ ଅଧିକ ଆଲୋଚନାର ବିଷୟ ପାଲଟିଥିଲା ସୋନାକ୍ଷୀଙ୍କ ୨ଭାଇ ଲବ ଓ କୁଶ ବିବାହରେ ଯୋଗ ନଦେବା। ଗଣମାଧ୍ୟମ କ୍ୟାମେରାରେ ଦୁହେଁ କଏଦ ହୋଇନଥିବାରୁ ସେମାନେ ବିବାହରେ ଯୋଗ ଦେଇନଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। କୁଶ ନିଜର ପକ୍ଷର ରଖି ବିବାହରେ ‌ଯୋଗ ଦେଇଥିବା ନେଇ ସ୍ପଷ୍ଟ କରିଥିବା ବେଳେ ଏବେ ଲବ ମୁହଁ ଖୋଲିଛନ୍ତି।

ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ, “ମୁଁ କାହିଁକି ମୋ ଭଉଣୀ ବିବାହରେ ଯୋଗ ଦେବି ନାହିଁ। ମୋ ବିରୋଧ‌ରେ ଏକ ମିଥ୍ୟା ଅନଲାଇନ୍ ଅଭିଯାନ ଚାଲିଛି। ମୋ ପରିବାର ସର୍ବଦା ମୋ ପାଇଁ ପ୍ରଥମେ ରହିବେ। କ‌ୌଣସି ପରିବର୍ତ୍ତନ ହେବ ନାହିଁ।”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button