ଖେଳ ଖବର

ପୂର୍ବତନ ଭାରତୀୟ କ୍ରିକେଟରଙ୍କ ଘରୁ ଚୋରି; ମାମଲା ରୁଜୁ କଲେ ମା’ – Kalinga News

[ad_1]

ନୂଆଦିଲ୍ଲୀ: ହରିୟାଣା ପଞ୍ଚକୁଲା ସେକ୍ଟର-୪ ଏମଡିସିରେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ଘରୁ ୭୫ହଜାର ଟଙ୍କା ଓ ଅଳଙ୍କାର ଚୋରି ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି। ଯୁବରାଜ ସିଂହଙ୍କ ମା’ ସବନମ ସିଂହ ଏହି ଚୋରି ଘଟଣାରେ ଘରେ ଥିବା ତାଙ୍କର ଦୁଇ ସହାୟକଙ୍କୁ ସନ୍ଦେହ କରି ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ସେକ୍ଟର-୪ ଏମଡିସି ନିବାସୀ ସବନମ ସିଂହ ଅଭିଯୋଗ କରି କହିଥିଲେ, ‘ଘର ସଫା ପାଇଁ ଲଲିତା ଓ ରୋଷେଇ କରିବା ପାଇଁ ସଲିନ୍ଦର ଦାସଙ୍କୁ ରଖିଥିଲି। ୨୦୨୩ ‌ସେପ୍ଟେମ୍ବରରେ ଗୁରୁଗ୍ରାମସ୍ଥିତ ମା’ଙ୍କ ଘରକୁ ବୁଲିବାକୁ ଆସିଥିଲି। ଅକ୍ଟୋବର ୫ ତାରିଖରେ ଯେତେବେଳେ ଘରେ ପହଞ୍ଚିଥିଲି ମୋ ରୁମର ଅବସ୍ଥା ଦେଖି ସନ୍ଦେହ ହୋଇଥିଲା। ସଙ୍ଗେସଙ୍ଗେ ଆଲମିରା ଖୋଲି ଦେଖିଲା ବେଳକୁ ସେଥିରେ ୭୫ ହଜାର ଟଙ୍କା ଓ ଗହଣା ନଥିଲା। ମୁଁ ବହୁତ ଖୋଜାଖୋଜି କରିଥିଲେ ହେଁ ଆଉ ପାଇ ନଥିଲି। ଏହି ଘଟଣାର କିଛିଦିନ ପରେ ଦୀପାବଳି ପଡ଼ିଥିଲା। ଏହି ସମୟରେ ଲଲିତା ଓ ସଲିନ୍ଦର ଦାସ ହଠାତ କାମ ଛାଡ଼ି ଚାଲି ଯାଇଥିଲେ। ତେଣୁ ଏହି ଚୋରି ଘଟଣାରେ ଏଦୁହେଁ ସମ୍ପୃକ୍ତ ଥାଇ ପାରନ୍ତି ବୋଲି ମୁଁ ଅନୁମାନ କରୁଛି।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button