ଦେଶ- ବିଦେଶ

ପାଠ ମନେ ରଖିବାର ସବୁଠୁ ଛୋଟ ଓ ବେଷ୍ଟ ଉପାୟ, ଥରେ ପଢିଲେ କେବେ ବି ଭୁଲିବେ ନାହିଁ

ନମସ୍କାର ବନ୍ଧୁଗଣ, ଦୁନିଆରେ ପାଠ ବିନା ବାଟ ଚାଲିବା ବହୁତ କଷ୍ଟ । କାରଣ ସେହି ପାଠ ବଳରେ ହିଁ ମଣିଷ ଭଲ ରୋଜଗାର କ୍ଷମା ହୋଇପାରେ । ତେବେ ଯଦି ଆପଣ ପାଠ ପଢିବା ପାଇଁ ଚାହୁଁଛନ୍ତି ଏବଂ ଯେତେ ପଢିଲେ ମଧ୍ୟ ଆପଣଙ୍କର ପାଠ ମନେ ରାହୁନାହିଁ ତେବେ ଆଜି ଆମେ ଆପଣ ମାନଙ୍କୁ ପାଠ କିଭଳି ମନେ ରହିବ ତାହା ସମ୍ପର୍କରେ ଏକ ଛୋଟ ଉପାୟ ଜଣାଇବା ପାଇଁ ଯାଉଛୁ । ଯାହା ଦ୍ୱାରା ଆପଣ ପଢୁଥିବା ପାଠ ସହଜରେ ମନେ ରହିବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

କିଛି ପିଲା ଥାନ୍ତି ଯେଉଁମାନେ ଦିନ ରାତି କଷ୍ଟ କରି ପଢିଥାନ୍ତି । କିନ୍ତୁ ତାଙ୍କାର ପାଠ ଏତେ ଖାସ ମନେ ରହିନଥାଏ ।ଯାହାଫଳରେ ପରୀକ୍ଷାରେ ଭଲ ନମ୍ବର ଆସିନଥାଏ । ଆଉ କିଛି ପିଲା ଥାନ୍ତି ଯେଉଁମାନେ ଅଳ୍ପ ସମୟ ପଢି ମଧ୍ୟ ଭଲ ପାଠ ମନେ ରଖିଥାନ୍ତି । ପରୀକ୍ଷାରେ ଭଲ ନମ୍ବର ମଧ୍ୟ ରଖିଥାନ୍ତି । ପାଠ ପଢାରେ ମନ ନ ଲାଗିବାର କାରଣ ହେଉଛି କିଛି ପିଲା କେବଳ ପରୀକ୍ଷା ପୂର୍ବରୁ ହିଁ ପାଠ ପଢା ଆରମ୍ଭ କରିଥାନ୍ତି ।

ବର୍ଷ ସାରା ବହି ଖାତା କେମିତିଆ ତାହା ଦେଖିନଥାନ୍ତି । ସେଭଳି ପିଲାଙ୍କର ପାଠ ପଢାରେ ମନ ଲାଗେ ନାହିଁ । ଦିତୀୟରେ ହେଉଛି, ଆଜିକାଲି ଆଧୁନିକ ଯୁଗର ପିଲାମାନେ ନିଜର ମନ ରଞ୍ଜନ ପାଇଁ ମୋବାଇଲ ବ୍ୟବହାର କରୁଛନ୍ତି । ଅନେକ ଗେମ ମଧ୍ୟ ରହିଛି । ଯାହାକୁ ଅତ୍ୟଧିକ ଖେଳୁଛନ୍ତି ଯାହା ତାଙ୍କ ମନକୁ ପାଠ ପଢାରୁ ହଟାଉଛି ।

ପିଲାମାନେ ଅଳସୁଆ ନ ହୋଇ ପାଠ ପଢିବା ଉଚିତ । ପାଠ ପଢିବାର ସଠିକ ସମୟ ରଖନ୍ତୁ । ଏବଂ ସମୟ ଅନୁଯାୟୀ ନିଜର ସିଲାବସର ପାଠ ପଢାକୁ ସାରନ୍ତୁ । ଏହି ଅଭ୍ୟାସ ଛୋଟ ବେଳୁ ରହିବ ତ ଆପଣ ବଡ ହୋଇ ଜଣେ ସଫଳ ମଣିଷ ହୋଇପାରିବେ । ଯଦି ଆପଣଙ୍କର ମନ ପାଠ ପଢାରେ ଲାଗୁନାହିଁ ତେବେ ଆପଣ ପ୍ରତ୍ୟକ ଦିନ 20 ମିନିଟ ଯୋଗ କରନ୍ତୁ ।

ଏହା ଆପଣଙ୍କ ମନକୁ ଶାନ୍ତ କରିବା ସହ ଏକାଗ୍ର କରି ରଖିଥାଏ । ପଢିବା ସମୟରେ ପାଖରେ ମୋବାଇଲ ଫୋନ ରଖନ୍ତୁ ନାହିଁ । ଏହା ଆପଣଙ୍କ ଧ୍ୟାନ ହଟାଇ ଥାଏ । ସବୁବେଳେ ଆପଣ ସକାଳ ସମୟରେ ଏକାନ୍ତ ପଢିବା ପାଇଁ ଚେଷ୍ଟା କରନ୍ତୁ । ଏହି ସମୟରେ ପଢିଲେ ପାଠ ଭଲ ମନେ ରହିଥାଏ ।

ଆପଣ ଯାହା ପଢୁଛନ୍ତି ତାହାକୁ ଥରେ ଦୁଇ ଥର ଲେଖାଏ ମନେ ରଖନ୍ତୁ । ତେବେ ବନ୍ଧୁଗଣ ଏହା ଥିଲା କିଛି ଉପାୟ ଯାହା ଆପଣଙ୍କୁ ଆପଣଙ୍କ ପାଠ ପଢାରେ ସାହାର୍ଯ୍ୟ କରିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ପିଲାମାନଙ୍କ ପାଇଁ ଫଳପ୍ରଦ ରହିବ ।

Related Articles

Leave a Reply

Your email address will not be published. Required fields are marked *

Back to top button