ଦେଶ- ବିଦେଶ
ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କୁ ଆଶ୍ବସ୍ତି ମିଳିଲାନି, ଅପେକ୍ଷା କରିବାକୁ କହିଲେ କୋର୍ଟ – Kalinga News
[ad_1]
ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ସୁପ୍ରିମକୋର୍ଟରେ ଶକ୍ତ ଝଟ୍କା ଲାଗିଛି। କେଜ୍ରିୱାଲଙ୍କ ଜାମିନ ଉପରେ ଦିଲ୍ଲୀ ହାଇକୋର୍ଟ ରୋକ୍ ଲଗାଇବାପରେ ସେ ଏହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ। କିନ୍ତୁ ସୁପ୍ରିମକୋର୍ଟରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ପାଇଁ ଅପେକ୍ଷା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ ମନୋଜ ମିଶ୍ର ଏବଂ ଏସଭି ଭଟ୍ଟିଙ୍କ ଖଣ୍ଡପୀଠ ଆଜି କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିଥିଲେ। କେଜ୍ରିୱାଲଙ୍କ ପକ୍ଷରୁ ଆଜି କୋର୍ଟରେ ବରିଷ୍ଠ ଓକିଲ ଅଭିଶେକ ମନୁ ସିଂହଭି ଏବଂ ବିକ୍ରମ ଚୌଧାରୀ ଉପସ୍ଥିତ ଥିବାବେଳେ ଇଡି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ୍ଭି ରାଜୁ କୋର୍ଟରେ ପକ୍ଷ ରଖିଥିଲେ।
[ad_2]