ଖେଳ ଖବର

ପହଞ୍ଚିଲେ ୫ ମହିଳା ହକି ଦଳ: ୧୨ରୁ ଆରମ୍ଭ ପ୍ରୋ-ଲିଗ୍‌ – Kalinga News

[ad_1]

ପାରମ୍ପରିକ ନୃତ୍ୟଗୀତରେ ସ୍ବାଗତ

ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହକି ପ୍ରୋ-ଲିଗ୍‌ ମ୍ୟାଚ୍‌ ଖେଳିବାକୁ ଶନିବାର ରାଉରକେଲା ପହଞ୍ଚିଛନ୍ତି ୫ଟି ମହିଳା ଦଳ। ଭାରତ ସମେତ ଚୀନ, ୟୁଏସଏ, ନେଦରଲାଣ୍ଡ୍‌ସ ଓ ଅଷ୍ଟ୍ରେଲିଆ ଦଳ ପହଞ୍ଚିଛନ୍ତି। ସମସ୍ତ ୫ଟି ଦଳ ଭୁବନେଶ୍ବରରୁ ବିମାନରେ ଝାରସୁଗୁଡ଼ା ପହଞ୍ଚିଥିଲେ। ଖେଳାଳି, ସପୋର୍ଟ‌୍ ଷ୍ଟାଫ୍‌, କୋଚ୍‌ମାନଙ୍କ ପାଇଁ ୫ଟି ବସ୍‌ ବନ୍ଦୋବସ୍ତ କରାଯାଇଥିଲା। ପ୍ରତ୍ୟେକ ଦଳ ନିଜ ପାଇଁ ଉଦ୍ଦିଷ୍ଟ ବସ୍‌ରେ ସଡ଼କ ପଥରେ ଆସି ରାଉରକେଲାରେ ଅପରାହ୍ନ ପ୍ରାୟ ୩.୪୦ରେ ପହଞ୍ଚିଥିଲେ।

ସେଠାରେ ପାରମ୍ପରିକ ବାଦ୍ୟଗୀତରେ ହକି ଦଳଗୁଡ଼ିକୁ ସ୍ବାଗତ କରାଯାଇଥିଲା। ସମସ୍ତ ୫ଟି ଦଳ ‘ମେ ଫେୟାର୍‌ ବିଶ୍ବ ହକି ଗ୍ରାମ’ରେ ରହୁଛନ୍ତି। ଦଳଗୁଡ଼ିକ ଆଜି ବିଶ୍ରାମ ନେଇଥିବାବେଳେ ରବିବାର ଅଭ୍ୟାସ କରିବେ।

ଉଲ୍ଲେଖଯୋଗ୍ୟ, ଆସନ୍ତା ୧୨ ତାରିଖରୁ ପ୍ରୋ-ଲିଗ୍‌ ମହିଳା ବର୍ଗର ମ୍ୟାଚ୍‌ ଆରମ୍ଭ ହେବ। ଉଦ୍‌ଘାଟନୀ ଦିନର ପ୍ରଥମ ମ୍ୟାଚ୍‌ ୟୁଏସ୍‌ଏ ଓ ନେଦରଲାଣ୍ଡ୍‌ସ ମଧ୍ୟରେ ଖେଳାଯିବ। ଭାରତ ତା’ର ଅଭିଯାନ ୧୨ ତାରିଖରୁ ଚୀନ ବିପକ୍ଷରେ ଆରମ୍ଭ କରିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button