ମନୋରଞ୍ଜନ

ବିବାହର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଲେନି ସୋନାକ୍ଷୀଙ୍କ ୨ଭାଇ ! – Kalinga News

[ad_1]

ମୁମ୍ବାଇ: ନେଟଫ୍ଲିକ୍ସର ଚର୍ଚ୍ଚିତ ସିରିଜ୍ ‘ହୀରାମଣ୍ଡି’କୁ ନେଇ ଏବେ ଚର୍ଚ୍ଚାରେ ଥିଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଏହି ସିରିଜରେ ଫରିଦନ ଭୂମିକାରେ ନଜର ଆସି ଦର୍ଶକଙ୍କ ମନ କିଣିଥିଲେ ସୋନାକ୍ଷୀ। ତେବେ ସିରିଜ୍ ପାଇଁ ଚର୍ଚ୍ଚାରେ ଥିବା ସୋନାକ୍ଷୀ ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ଖୁବଶୀଘ୍ର ନିଜ ପ୍ରେମିକ ଜାହୀର ଇକବାଲଙ୍କୁ ବିବାହ କରିବେ। ଜୁନ ୨୩ରେ ଅର୍ଥାତ କାଲି ଦୁହେଁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହି ବିବାହକୁ ନେଇ ସୋନାକ୍ଷୀଙ୍କ ଦୁଇ ଭାଇ ଖୁସି ନଥିବା ଜଣାପଡିଛି |

ବିବାହ ପୂର୍ବରୁ ସୋନାକ୍ଷୀଙ୍କ ମେହନ୍ଦି କାର୍ଯ୍ୟକ୍ରମ ହୋଇଥିଲା, ଯେଉଁଥିରେ ଏହି ଦମ୍ପତି ସେମାନଙ୍କ ପରିବାର ସହିତ ପୋଜ୍ ଦେଇଥିବାର ଫଟୋ ଭାଇରାଲ ହୋଇଥିଲା ​​| କିନ୍ତୁ ଏହି ଫଟୋରେ ଅଭିନେତ୍ରୀଙ୍କ ୨ଭାଇ ଲବ ଏବଂ କୁଶ ନଜର ଆସିନଥିଲେ। ଏହି ଫଟୋ ଭାଇରାଲ ହେବା ପରେ ଅଭିନେତ୍ରୀଙ୍କ ୨ଭାଇ ଏହି ବିବାହରେ ଖୁସି ନଥିବା ଅନୁମାନ କରାଯାଉଛି।

ଅଭିନେତ୍ରୀ ମୁସଲିମ ଅଭିନେତା ଜହିର ଇକବାଲଙ୍କୁ ବିବାହ କରିବାକୁ ଯାଉଥିବାରୁ ଅଭିନେତ୍ରୀଙ୍କ ପୁରା ପରିବାର ଏହି ବିବାହ ବିରୋଧରେ ବୋଲି ଚର୍ଚ୍ଚା ହେଉଥିଲା | ହେଲେ ଶତ୍ରୁଘ୍ନ ସିହ୍ନା ଓ ତାଙ୍କ ପତ୍ନୀ ବିବାହ ପୂର୍ବ କାର୍ଯ୍ୟକ୍ରମରେ ଯୋଗ ଦେବାରୁ କେବଳ ୨ଭାଇ ସୋନାକ୍ଷୀଙ୍କ ନିଷ୍ପତ୍ତିରେ ଖୁସି ନଥିବା ନେଇ ଚର୍ଚ୍ଚା ଜୋର ଧରିଛି |



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button