ମନୋରଞ୍ଜନ

ବିହାରକୁ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସିଲେ ଅମିତାଭ ବଚ୍ଚନ, ଦେଲେ ଏତେ ଲକ୍ଷ ଟଙ୍କାର ଚେକ

ବଲୀଉଡର ମହାନାୟକ ଅମିତାଭ ବଚ୍ଚନ କେବଳ ଜଣେ ଭଲ ଅଭିନେତା ନୁହନ୍ତି ବରଂ ସେ ନିଜର ଉଦାରତା ମନୋଭାବ ପାଇଁ ବି ଅଧିକ ଚର୍ଚାରେ ରହି ଥାନ୍ତି । ଅମିତାଭ ବଚ୍ଚନ ପ୍ରାୟତଃ କୌଣସି ନା କୌଣସି ରୂପରେ ଲୋକ ମାନଙ୍କୁ ସାହାର୍ଯ୍ୟ କରୁଥିବାର ନଜର ଆସି ଥାନ୍ତି । ଏହା ମଧ୍ୟରେ ସେ ବିହାରରେ ବନ୍ୟା ପୀଡିତ ଲୋକ ମାନଙ୍କୁ ସାହାର୍ଯ୍ୟ କରିଛନ୍ତି, ଯେଉଁଥି ପାଇଁ ସେ ଚର୍ଚ୍ଚାରେ ଅଛନ୍ତି ।

ଅମିତାଭ ବଚ୍ଚନ ପରଦାରେ ଯେତେ ଭଲ ଦେଖା ଯାଆନ୍ତି, ସେ ନିଜର ଅସଲ ଜୀବନରେ ମଧ୍ୟ ସେତିକି ଭଲ ମଣିଷ ଅଟନ୍ତି, ଯାହାର ଅନେକ ଉଦାହରଣ ଆମ ସମସ୍ତଙ୍କ ପାଖରେ ଅଛି ।

ବଲୀଉଡର ଅଭିନେତା ଅମିତାଭ ବଚ୍ଚନ କେବଳ ନିଜେ ଅନ୍ୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତି ନାହିଁ, ବରଂ ସେ ଅନ୍ୟ ଲୋକମାନଙ୍କୁ ବି ଗରିବ ଲୋକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥାନ୍ତି ।

ବର୍ତ୍ତମାନ ହିଁ ସେ ବିହାରରେ ବନ୍ୟା ପୀଡିତ ଲୋକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ପ୍ରାର୍ଥନା କରିଛନ୍ତି, କିନ୍ତୁ ଏହା ପୂର୍ବରୁ ସେ ନିଜେ ସେମାନଙ୍କୁ ସାହାର୍ଯ୍ୟ କରିଛନ୍ତି । ଆପଣଙ୍କୁ କହିଦେଉଛୁ କି ବିହାର ଏବେ ବନ୍ୟା ପାଣିରେ ବୁଡି ରହିଛି । ଏବେ ପରିସ୍ଥିତି ସାମାନ୍ୟ ହେବାକୁ ଲାଗିଥିଲେ ମଧ୍ୟ ଲୋକମାନଙ୍କର ଜୀବନ ଅସ୍ତବ୍ୟସ୍ତ ରହିଛି । ଲୋକମାନଙ୍କ ପାଖରେ ନା ଖାଇବା ପାଇଁ ଖାଦ୍ୟ ଅଛି ନା ପିଇବା ପାଇଁ ପାଣି ଅଛି, ଯେଉଁ କାରଣରୁ ସମସ୍ତେ ତାଙ୍କୁ ସାହାର୍ଯ୍ୟ କରିବା ଉଚିତ ।

ବିହାର ପାଇଁ ଆଗକୁ ଆସିଲେ ଅମିତାଭ ବଚ୍ଚନ

 

 

ମହାନୟକ ଅମିତାଭ ବଚ୍ଚନ ବିହାରରେ ବନ୍ୟା ପୀଡିତଙ୍କୁ ସାହାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାହତ କୋଷରେ ୫୧ ଲକ୍ଷ ଟଙ୍କାର ଚେକ ଦେଇଛନ୍ତି, ଯାହାର ସୂଚନା ସେଠିକାର ଉପ ମୁଖ୍ୟମନ୍ତ୍ରୀ ଟ୍ୱୀଟ କରି ଦେଇଛନ୍ତି । ଆଜ୍ଞା ହଁ, ସୁଶୀଲ କୁମାର ମୋଦୀ ଟ୍ୱୀଟ କରି ଲେଖିଲେ କି ସୁପ୍ରସିଦ୍ଧ କଳାକାର ଅମିତାଭ ବଚ୍ଚନ ବିହାରର ବନ୍ୟା ପୀଡିତଙ୍କ ପାଇଁ ୫୧ ଲକ୍ଷ ଟଙ୍କାର ଚେକ ପଠାଇଛନ୍ତି । ଯେଉଁଥିପାଇଁ ଆମେ ତାଙ୍କର ଆଭାର ପ୍ରକାଶ କରୁଛୁ । ଆପଣ ମଧ୍ୟ ଚାହିଁଲେ ମୁଖ୍ୟମନ୍ତ୍ରୀଙ୍କର ରାହତ କୋଷରେ ସାହାର୍ଯ୍ୟ କରି ପାରିବେ ।

ବନ୍ୟା ପୀଡ଼ିତଙ୍କ ପାଇଁ ଅମିତାଭ ବଚ୍ଚନଙ୍କର ଚିଠି

ଗତ ୪ ଅକ୍ଟୋବର ରେ ଅମିତାଭ ବଚ୍ଚନ ଏକ ଚିଠି ନୀତୀଶ କୁମାରଙ୍କୁ ଲେଖିଥିଲେ, ଯେଉଁଥିରେ ସେ ବନ୍ୟା ପୀଡିତଙ୍କ ଦୁଃଖକୁ ଅନୁଭବ କରି ଭାବୁକତାପୂର୍ବକ କଥା ଲେଖିଲେ । ଏହି ଚିଠିକୁ ପଢୁଥିବା ପ୍ରତ୍ୟେକ ବ୍ୟକ୍ତିର ଆଖିରେ ଲୁହ ଚାଲି ଆସିଥିଲା । ଏଥିରେ ଅମିତାଭ ବଚ୍ଚନ ଲେଖି ଥିଲେ କି ସେ ବନ୍ୟାପୀଡିତଙ୍କ ଦୁଃଖକୁ ତ ଶେଷ କରି ପାରିବେ ନାହିଁ, କିନ୍ତୁ ତାଙ୍କ ପାଇଁ ଅଳ୍ପ କିଛି ସାହାର୍ଯ୍ୟ ତ କରି ପାରିବେ, ଯାହା ଦ୍ଵାରା ଏହି ଦୁଃଖର ଶିକାର ହୋଇଥିବା ଲୋକମାନଙ୍କୁ ଅଳ୍ପ ଖୁସି ମିଳିପାରିବ । ଏହା ସହିତ ସେ ନିଜର ଚେକ ବି ପଠାଇଥିଲେ ।

ବନ୍ୟା ପରେ ରୋଗରେ ପଡିଲା ବିହାର

ବର୍ତ୍ତମାନ ବନ୍ୟାରୁ ସଂପୂର୍ଣ୍ଣ ମୁକ୍ତି ମିଳି ନାହିଁ କି ବିହାର ର ଲୋକମାନେ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି । ବିହାରରେ ବର୍ତ୍ତମାନ ଦିନରେ ଚିକନଗୁନିୟା ଓ ଡେଙ୍ଗୁ ଭଳି ରୋଗ ବ୍ୟାପିଛି । ଏଥିରେ ୯୦୦ରୁ ବି ଅଧିକ ଲୋକମାନେ ଆକ୍ରାନ୍ତ ହୋଇ ସାରିଛନ୍ତି । କହିଦେଉଛୁ କି ବନ୍ୟାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୬୭ ଲୋକଙ୍କର ଜୀବନ ଯାଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button