ପ୍ରେମିକାର ବରଯାତ୍ରୀ ଆସୁଥିବା ଦେଖି ରାଗିଗଲା ପ୍ରେମିକ; ବର ଉପରେ କଲା ଏସିଡ଼ମାଡ଼ – Kalinga News

[ad_1]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାରେ ପ୍ରେମିକାଙ୍କ ବିବାହ ଅଟକାଇବା ପାଇଁ ପ୍ରେମିକ ବର ଉପରେ ଏସିଡ଼ମାଡ଼ କରିଥିବାର ଅଭବାନୀୟ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ବର ସମେତ ତିନିଜଣ ଏସିଡ଼ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେ ଶିଶୁ ବି ଅଛି। ଯିଏକି ବର ସହିତ ଘୋଡ଼ାରେ ବସିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଜୁନ ୧୮ ତାରିଖରେ ସୁରିୟାୱା ଥାନା ଅଞ୍ଚଳରେ ବହାଦୁରାନ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ବିବାହ ପାଇଁ ସୁଦାମା ଗୌତମଙ୍କ ବରଯାତ୍ରୀ ନାଚିନାଚି ହସଖୁସିରେ ଆସୁଥିଲା। ବରଯାତ୍ରୀ ଧରି ଘୋଡ଼ାଗାଡ଼ିରେ ଚଢ଼ି ସୁଦାମା କନ୍ୟାଘର ଅଭିମୁଖେ ଆସୁଥିବା ବେଳେ ହଠାତ ବର ଉପରକୁ ବାଇକରେ ଆସି ଜଣେ ଯୁବକ ଏସିଡ଼ମାଡ଼ କରିଥିଲେ। ଏଥିରେ ବରସମେତ ତିନିଜଣ ଗୁରୁତର ଆହତ ହୋଇଥିଲେ। ସଙ୍ଗେସଙ୍ଗେ ପରିବାରଲୋକ ତିନିଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତିନିଜଣ ଆହତଙ୍କ ଚିକିତ୍ସା ଚାଲିଛି।
ପୁଲିସ ଏହି ଘଟଣାର ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ସଚିନ ବିନ୍ଦ ଓ ତାର ଜଣେ ସାଥୀ ଯୁବରାଜଙ୍କୁ ଗିରଫ କରିଛି। ଏହି ଘଟଣାକୁ ନେଇ ପୁଲିସ କହିଛି, ‘ସୁଦାମା ଗୌତମଙ୍କ ଯେଉଁ ଝିଅ ସହିତ ବିବାହ ସ୍ଥିର ହୋଇଥିଲା ତାକୁ ଏକ ତରଫା ଭଲ ପାଉଥିବା ଯୁବକ ସଚିନ ଏଭଳି କାଣ୍ଡ ଘଟାଇଛି। ସେ ଯେଉଁ ଯୁବତୀଙ୍କୁ ଭଲ ପାଉଥିଲା ତାଙ୍କର ବିବାହ ସୁଦାମାଙ୍କ ସହ ସ୍ଥିର ହୋଇଥିଲା। ଏହାର ରାଗ ରାଖି ସୁଦାମାଙ୍କ ବରଯାତ୍ରୀ ଯେତେବେଳେ କନ୍ୟା ଘର ଅଭିମୁଖେ ଆସୁଥିଲା ସେତେବେଳେ ସଚିନ ଏହି ଏସିଡ଼ମାଡ଼ କରିଥିଲା।
[ad_2]




