ଅପରାଧ

ନିଟ୍‌ ଦୁର୍ନୀତି ମାମଲାରେ ମୁହଁ ଖୋଲିଲେ ଆରଜେଡି ନେତା ତେଜସ୍ୱୀ ଯାଦବ – Kalinga News

[ad_1]

ପାଟ୍‌ନା: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ଶୁକ୍ରବାର ଦିନ ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କୁ ନିନ୍ଦା କରିଛନ୍ତି। ନିଟ୍-ୟୁଜି ୨୦୨୪ ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତି ମାମଲାର ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବଙ୍କ ସହଯୋଗୀଙ୍କ ହାତ ରହିଛି ବୋଲି ବିଜୟ କୁମାର ଅଭିଯୋଗ ଆଣିବା ପରେ ଏବେ ମୁହଁ ଖୋଲିଛନ୍ତି ତେଜସ୍ବୀ ଯାଦବ। କିଙ୍ଗପିନକୁ ଦୃଷ୍ଟିରେ ନପକାଇବାକୁ ସେ ଏପରି ବୟାନ ଦେଇଛନ୍ତି ବୋଲି ତେଜ୍ବସୀ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ସିହ୍ନା ଦାବି କରିଥିଲେ ଯେ ତେଜସ୍ୱୀ ଯାଦବଙ୍କ ସହଯୋଗୀ ପ୍ରୀତମ କୁମାର ବିହାର ସଡ଼କ ନିର୍ମାଣ ବିଭାଗ (ଆରସିଡି)ର ଜଣେ କର୍ମଚାରୀଙ୍କୁ ସିକନ୍ଦର ପ୍ରସାଦ ଯାଦେଭେଣ୍ଡୁଙ୍କ ପାଇଁ ଏକ କୋଠରୀ ବୁକ୍ କରିବା ପାଇଁ ଡାକିଥିଲେ। ସିକନ୍ଦର ପ୍ରସାଦ ଯାଦେଭେଣ୍ଡୁ ହେଉଛନ୍ତି ଜଣେ ଇଞ୍ଜିନିୟର, ଯିଏକି ନିଟ୍-ୟୁଜି ୨୦୨୪ ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତି ଜଣେ ମନ୍ତ୍ରୀ ଜୀଙ୍କ ସଂଯୋଗ ରହିଛି ବୋଲି ଖୁଲାସା କରିଥିଲେ।

ଏପଟେ ନିଟ୍-ୟୁଜି ୨୦୨୪ ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତି ଅଭିଯୋଗ ନେଇ ଗିରଫ ହୋଇଥିବା ପରୀକ୍ଷାର୍ଥୀ ଅନୁରାଗ ଯାଦବ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଦିଆଯାଇଥିବା ଲିକ୍ ପ୍ରଶ୍ନପତ୍ର ପ୍ରକୃତ ପରୀକ୍ଷା ପ୍ରଶ୍ନପତ୍ର ସହିତ ମେଳ ଖାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button