ରାଜ୍ୟ

ଆଗକୁ ବଢ଼ିଲା ମୌସୁମୀ, କୋରାପୁଟ ଛୁଇଁବା ପରେ ନିଷ୍କ୍ରିୟ ହୋଇଯାଇଥିଲା – Kalinga News

[ad_1]

ଭୁବନେଶ୍ବର : ଆଗକୁ ବଢ଼ିଲା ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଛି। ଓଡ଼ିଶା, ବିଦର୍ଭ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ବିହାରର ଆଉ କିଛି ଭାଗକୁ ମୌସୁମୀ ପରିବ୍ୟାପ୍ତ ହୋଇଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ମାଲକାନଗିରି ଓ କୋରାପୁଟ ଛୁଇଁବା ପରେ ନିଷ୍କ୍ରିୟ ହୋଇଯାଇଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।

ଏବେ ପାଗ ଅନୁକୂଳ ଥିବାରୁ ଆସନ୍ତା ୩ ଦିନରେ ରାଜ୍ୟର ଅନେକ ଜିଲ୍ଲାକୁ ଛୁଇଁବ ମୌସୁମୀ ବାୟୁ । ସେପଟେ ରାଜ୍ୟର ଏବେ ଅସହ୍ୟ ଗରମ ଓ ଗୁଳୁଗୁଳି । ପ୍ରଚଣ୍ଡ ଗୁଳୁଗୁଳିରେ ଆଉଟୁପାଉଟୁ ଜନଜୀବନ । ଉଷ୍ମ ଓ ଆର୍ଦ୍ର ବାୟୁ ପ୍ରବାହ ଫଳରେ ଗୁଳୁଗୁଳି ଲାଗି ରହିଛି । ଆଗାମୀ ୩ଦିନ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଏଭଳି ସ୍ଥିତି ଲାଗି ରହିବ । ରାଜ୍ୟରେ ମୌସୁମୀ ଆଗକୁ ବଢୁଥିବାରୁ ବର୍ଷାର ସମ୍ଭାବନା ରହିଛି ।

ତିନିଦିନ ଯାଏ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷାର ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବା ସମ୍ଭାବନା ରହିଛି । ବିଜୁଳି ଓ ଘଡ଼ଘଡ଼ି ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ମୌସୁମୀର ଅଗ୍ରସର ଓ କାଳବୈଶାଖୀ ବର୍ଷା ପ୍ରଭାବରେ କମିବ ତାପମାତ୍ରା । ଆଗାମୀ ୨ ଦିନରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ରହିଛି । ଏହା ପରେ ପାଗରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ ।

The post ଆଗକୁ ବଢ଼ିଲା ମୌସୁମୀ, କୋରାପୁଟ ଛୁଇଁବା ପରେ ନିଷ୍କ୍ରିୟ ହୋଇଯାଇଥିଲା appeared first on KNews Odisha.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button