ଶପଥନେଲେ ୧୦୧ ବିଧାୟକ: ଅନ୍ୟ ବିଧାୟକ ଶପଥ ନେବେ ଆଜି – Kalinga News

[ad_1]
ମୋହନଙ୍କ ଠାରୁ ଆରମ୍ଭ, ଶେଷରେ ରମାକାନ୍ତ
ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ବିଧାନସଭା ନିର୍ବାଚନ ଜିତିଥିବା ବିଧାୟକଙ୍କ ଭିତରୁ ୧୦୧ଜଣ ଆଜି ବିଧାୟକ ଭାବେ ଶପଥ ନେଇଛନ୍ତି। ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି ବିଧାନସଭାରେ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇଥିଲେ। ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ନେଇଥିବାବେଳେ ଶେଷରେ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଶପଥ ଗ୍ରହଣ କରିଥିଲେ। ଆଠଗଡ଼ ବିଧାୟକ ତଥା ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପୂର୍ବରୁ ରାଜ୍ୟପାଳ ଶପଥ ଗ୍ରହଣ କରାଇଥିଲେ। ବୁଧବାର ବାକି ୪୫ଜଣ ବିଧାୟକ ଶପଥ ପାଠ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ବିଧାନସଭାରେ ଅସ୍ଥାୟୀ ବାଚସ୍ପତି ଶ୍ରୀ ସ୍ବାଇଁଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ମନ୍ତ୍ରୀଗଣ ଆଜି ବାଚସ୍ପତିଙ୍କୁ ବିଧାନସଭାକୁ ସ୍ବାଗତ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, କେତେକ ମନ୍ତ୍ରୀ ଓ ବିଧାୟକମାନେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଶପଥ ଗ୍ରହଣ କରିବାକୁ ବିଧାନସଭା ଗୃହକୁ ଯାଇଥିଲେ। ଆଜି ଶପଥ ନେଇଥିବା ବିଧାୟକମାନେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଠାରୁ ପାଇଥିବା ସାର୍ଟିଫିକେଟ୍ର ନକଲ ଦେବା ପରେ ଶପଥ ଗ୍ରହଣ କରିଥିଲେ। ସମସ୍ତେ ଶପଥ ନେବା ପରେ ବିଧାନସଭା ରେଜିଷ୍ଟରରେ ଦସ୍ତଖତ କରିଥିଲେ। ଏହାପରେ ବିଧାନସଭା ପକ୍ଷରୁ ଏକ କିଟ୍ ବ୍ୟାଗ୍ ଦିଆଯାଇଥିଲା। ଆସନ୍ତା ୨୦ତାରିଖରେ ବାଚସ୍ପତି ନିର୍ବାଚନ ଥିବାରୁ ସମସ୍ତ ବିଧାୟକଙ୍କୁ ବିଧାନସଭାକୁ ଆସିବାକୁ କୁହାଯାଇଛି।
[ad_2]




