ଅପରାଧ

ପ୍ରେମିକାଙ୍କୁ ଜନଗହଳି ରାସ୍ତାରେ ପିଟିପିଟି ହତ୍ୟା – Kalinga News

[ad_1]

ମୁମ୍ବାଇ: ମୁମ୍ବାଇର ବସାଇ ପୂର୍ବଚିଞ୍ଚପଡ଼ା ଅଞ୍ଚଳରେ ଆଜି ଏକ ବର୍ବର ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଜନଗହଳିପୂର୍ଣ୍ଣ ରାସ୍ତାରେ ପିଟିପିଟି ହତ୍ୟା କରିଛି ପ୍ରେମିକ। ଘଟଣା ଘଟିବା ସମୟରେ ଅନେକ ପୁରୁଷ ଓ ମହିଳା ଏହା ଦେଖୁଥିଲେ ମଧ୍ୟ କେହି ଆକ୍ରମଣକାରୀକୁ ଅଟକାଇବାକୁ ‌ଚେଷ୍ଟା କରିନଥିଲେ। ଆଜି ସକାଳେ, ସବୁଦିନ ଭଳି ରୋହିତ ଯାଦବ(୩୨) ଓ ନିଜର ପୂର୍ବ ପ୍ରେମିକା ଆରତୀ ଯାଦବ (୨୨) ନିଜ ନିଜ କର୍ମକ୍ଷେତ୍ରକୁ ଯାଉଥିଲେ। ସକାଳ ୮ଟା ୩୦ ମିନିଟ୍‌ ସମୟରେ ଆରତୀଙ୍କ ପଛରେ ଯାଇ ‘ଏଭଳି କାହିଁକି କଲୁ’ ବୋଲି ରୋହିତ ପଚାରିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ହଠାତ୍‌, ରୋହିତ ନିଜ ହାତରେ ଧରିଥିବା ରେଞ୍ଚ୍‌କୁ ଧରି ଆରତୀଙ୍କ ମୁଣ୍ଡକୁ ଆଘାତ କରିଥିଲା। ପ୍ରଥମ ଆଘାତରେ ହିଁ ଆରତୀ ତଳେ ପଡ଼ିଯାଇଥିଲେ। ଏଥିରେ ରୋହିତ କ୍ଷାନ୍ତ ହୋଇନଥିଲା ଏବଂ ତାଙ୍କୁ ବାରମ୍ବାର ପିଟି ଚାଲିଥିଲା। ରାସ୍ତାରେ ଶତାଧିକ ଲୋକ ଠିଆ ହୋଇ ଏଭଳି ନୃସଂଶ କାଣ୍ଡ ଦେଖୁଥିଲେ ମଧ୍ୟ କେହି ଅଟକାଇବାକୁ ଚେଷ୍ଟା କରିନଥିଲେ। ଆରତୀଙ୍କ ମୃତ ଦେହ ନିକଟରେ ରୋହିତ ବସିରହିଥିଲା। ଶେଷରେ ପୁଲିସ ପହଞ୍ଚି ରୋହିତକୁ ଗିରଫ କରିବାସହ ମୃତଦେହକୁ ଜବତ କରିଥିଲା।

ମୃତ ଆରତୀଙ୍କ ସାନ ଭଉଣୀ ଘଟଣା ସମ୍ପର୍କରେ କହିଛନ୍ତି ଯେ ରୋହିତ ଗତ ଦୁଇ ଦିନ ଧରି ତାଙ୍କ ଭଉଣୀଙ୍କୁ ଆକ୍ରମଣ କରୁଥିଲା। ଶନିବାର, ଆରତୀଙ୍କୁ ବାଡ଼େଇବା ସହ ମୋବାଇଲ୍‌ ଭାଙ୍ଗି ଦେଇଥିଲା। ଏନେଇ ସେମାନେ ଭାଲିବ୍‌ ପୁଲିସ୍‌ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। କିନ୍ତୁ ସେଠାର ପୁଲିସ କିଛି ହେବନାହିଁ ବୋଲି କହି ଫେରାଇ ଦେଇଥିଲା। ରବିବାର ଅପରାହ୍‌ଣରେ ପୁଣିଥରେ ରୋହିତ ଆକ୍ରମଣ କରିଥିଲା ଓ ସେମାନେ ପୁଣି ଥରେ ପୁଲିସ ଥାନାକୁ ଯାଇଥିଲେ। ଥାନାକୁ ଡକାଇ ପୁଲିସ ରୋହିତକୁ ପିଟିଥିଲା ଓ କିଛି ସମୟ ପରେ ଛାଡ଼ିଦେଇଥିଲା। ପୁଲିସ କହିଛି, ‌ରୋହିତ ଓ ଆରତୀ ଉଭୟ ପଡ଼ୋଶୀ ଅଟନ୍ତି। ଉଭୟଙ୍କ ମଧ୍ୟରେ ଦୁଇ-ତିନି ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ତେବେ ଗତ କିଛିଦିନ ଧରି ଆରତୀ ରୋହିତ ଠାରୁ ଦୂରେଇ ରହୁଥିଲା। ଅନ୍ୟଜଣଙ୍କ ପ୍ରେମରେ ପଡ଼ି ଆରତୀ ଏଭଳି ଅଣଦେଖା କରୁଛି ବୋଲି ରୋହିତ ସନ୍ଦେହ କରି ଏଭଳି ଜଘନ୍ୟ ହତ୍ୟା ଘଟାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button