ଖେଳ ଖବର

ଭଲିବଲ ଖେଳାଳିଙ୍କ ଠାରୁ ୧୨ଟି ଫୋନ ଚୋରି କରି ନେଇଥିବା ନାବାଳକ ଖେଳାଳି ଗିରଫ – Kalinga News

[ad_1]

ନୂଆଦିଲ୍ଲୀ: ସପ୍ତାହ ପୂର୍ବରୁ ଦିଲ୍ଲୀ ପୁଲିସ ଠକେଇ ମାମଲାରେ ଜଣେ କ୍ରିକେଟରଙ୍କୁ ଗିରଫ କରିଥିଲା। ସମ୍ପ୍ରତି ହରିୟାଣା ପୁଲିସ ଗୁରୁଗ୍ରାମରୁ ଜଣେ ଭଳିବଲ ଖେଳାଳିଙ୍କୁ ଚୋରି ଘଟଣାରେ ଗିରଫ କରିଛି। ଗିରଫ ହୋଇଥିବା ଭଲିବଲ ଖେଳାଳି ନାବାଳକ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୁଲିସ ଅଭିଯୁକ୍ତ ଖେଳାଳିଙ୍କୁ ସିଭିଲ ଲାଇନ୍ସ ଅଞ୍ଚଳସ୍ଥ ନେହେରୁ ଷ୍ଡାଡିୟମରୁ ମୋବାଇଲ ଫୋନ, ନଗଦ ଟଙ୍କା ଓ ଏସି ଚୋରି କରିଥିବା ଅଭିଯୋଗକୁ କେନ୍ଦ୍ର କରି ଗିରଫ କରିଛି। ଗିରଫ ଖେଳାଳିଙ୍କ ଠାରୁ ପୁଲିସ ୧୨ଟି ମୋବାଇଲ ଫୋନ ଓ ନଗଦ ୨୫୦୦ଟଙ୍କା ବି ଜବତ କରିଛି। ଜବତ ଫୋନଗୁଡ଼ିକ ଖେଳାଳି ଅନ୍ୟ ଭଲିବଲ ଖେଳାଳିଙ୍କ ଠାରୁ ଚୋରି କରିଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି।

ଜିଲ୍ଲା ଖେଳ ଅଧିକାରୀ ସନ୍ଧୁ ବାଲା କହିଛନ୍ତି, ‘ଏକାଡେମିରେ ୨୫ଜଣ ଖେଳାଳି ଅଛନ୍ତି। ଯେଉଁମାନଙ୍କ ପାଇଁ ହଷ୍ଟେଲର ବ୍ୟବସ୍ଥା ରହିଛି। ଏକାଡେମିର ଜଣେ କୋଚଙ୍କ ଅଭିଯୋଗ ଓ ପୁଲିସର ଆକସନ ପରେ ଅଭିଯୁକ୍ତ ଖେଳାଳିଙ୍କୁ ଏକାଡେମିରୁ ବ‌ାହାର କରି ଦିଆଯାଇଛି।

ଭଲିବଲ ଖେଳ‌ାଳିଙ୍କ ବିରୋଧରେ ଅଭିଯୋଗ କରି କୋଚ କହିଥିଲେ, ‘ଡିସେମ୍ବର ୩୧ ତାରିଖରେ ଖେଳାଳିଙ୍କ ୧୨ଟି ଫୋନ ଚୋରି ହୋଇଥିଲା। ’

ଏହି ଅଭିଯୋଗକୁ କେନ୍ଦ୍ର କରି ଇନ୍ସପେକ୍ଟର ପୁନମ ହୁଡାଙ୍କ ନେତୃତ୍ବରେ ଯାଞ୍ଚ ଆରମ୍ଭ କରାଯାଇଥିଲା। ଯାଞ୍ଚ ସମୟରେ କିଛି ପ୍ରମାଣ ଓ ସିସିଟିଭି ଫୁଟେଜକୁ ଆଧାର କରି ଜାନୁଆରି ୧ ତାରିଖ ନୂଆବର୍ଷ ଦିନ ଅଭିଯୁକ୍ତ ଭଳିବଲ ଖେଳାଳିଙ୍କୁ ଗିରଫ କରାଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button