ଅପରାଧ

୩୦ସେକେଣ୍ଡରେ ପ୍ରେମିକର ୧୫ଥର ଆକ୍ରମଣରେ ଟଳି ପଡ଼ିଲା ପ୍ରେମିକା – Kalinga News

[ad_1]

ନୂଆଦିଲ୍ଲୀ: ମୁମ୍ବାଇସ୍ଥିତ ବସଇ ଅଞ୍ଚଳରୁ ଏକ ଲୋମଟାଙ୍କୁରା ଘଟଣାର ଲାଇଭ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ପ୍ରେମିକ ତାର ପ୍ରେମିକାଙ୍କୁ ରାସ୍ତା ମଝିରେ ସମସ୍ତଙ୍କ ସାମ୍ନାରେ ହତ୍ୟା କରୁଥିବାର ଦେଖିବାକୁ ମିଳୁଛି। ଉକ୍ତ ପ୍ରେମିକ ଜଣକ ମାତ୍ର ୩୦ସେକେଣ୍ଡ‌େରେ ତାର ପ୍ରେମିକାର ଜୀବନ ନେଇଯାଇଥିବା କୁହାଯାଉଛି। ମୃତକଙ୍କ ନାମ ଆରତୀ ଯାଦବ  ଓ ବୟସ ୨୦ବର୍ଷ ବୋଲି କୁହାଯାଉଥିବା ବେଳେ ହତ୍ୟାକାରୀ ପ୍ରେମିକ ନାମ ରୋହିତ ଯାଦବ ବୋଲି ଜଣାପଡ଼ିଛି।

ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି, ରୋହିତ ଲୋକଙ୍କ ଗହଳି ଥିବା ସତ୍ତ୍ବେ ଆରତୀଙ୍କ ଉପରକୁ ରେଞ୍ଚିରେ ଆକ୍ରମଣ କରୁଛି। ଏହି ଆକ୍ରମଣକୁ ଜଣେ ପଥଚାରୀ ଅଟକାଇବାକୁ ଆସିଥିଲେ କିନ୍ତୁ ରୋହିତ ତାଙ୍କୁ ରେଞ୍ଚି ଧରି ଦୌଡ଼ାଇବାକୁ ଲାଗିଥିଲେ। ଏହାପରେ ଭୟରେ ଆଉ କେହି ସାମ୍ନାକୁ ଆସି ନଥିଲେ। ୩୦ ସେକେଣ୍ଡ ମଧ୍ୟରେ ରୋହିତ ଆରତୀଙ୍କ ଉପରେ ୧୫ଥର ରେଞ୍ଚିରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ରକ୍ତାକ୍ତ ଅବସ୍ଥାରେ ଆରତୀ ରାସ୍ତାରେ ଟଳି ପଡ଼ିବା ପରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ରୋହିତକୁ ଗିରଫ କରି ଥାନାକୁ ନେବା ସହିତ ଆରତୀଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ପୁଲିସ ଅଧିକାରୀ ଏହି ହତ୍ୟା ଘଟଣାକୁ ନେଇ କହିଛନ୍ତି, ରୋହିତ ପୁଲିସ ସମ୍ମୁଖରେ ସ୍ବୀକାର କରି କହିଛି କି, ସେ ଅନେକ ଦିନ ହେବ ଆରତୀଙ୍କୁ ଭଲ ପାଇ ଆସୁଥିଲା। କିନ୍ତୁ କିଛିଦିନ ହେବ ଆରତୀ ତା ସହିତ କଥ‌ା ହେବା ବନ୍ଦ କରି ଦେଇଥିଲେ। ତେଣୁ ରୋହିତ ଆରତୀଙ୍କ ଅନ୍ୟ ପିଲା ସହ ପ୍ରେମ ସମ୍ପର୍କ ଅଛି ବୋଲି ସନ୍ଦେହ କରି ହତ୍ୟା ଭଳି ଏକ ଚରମ ପଦ‌କ୍ଷେପ ଉଠାଇ ଦେଇଥିଲା। ପୁଲିସ ଘଟଣାର ଆଗାମୀ ଯାଞ୍ଚ ଜାରି ରଖିଛି।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button