ଜ୍ୟୋତିଷ

କୁକୁର ଯଦି ପାଦ ଶୁଙ୍ଘେ କେଉଁ ସଙ୍କେତ ମିଳିଥାଏ ? ଏହା ସହିତ ପଢନ୍ତୁ ଆଜିର 20 ଟି Anuchinta

ନମସ୍କାର ବନ୍ଧୁଗଣ, ଅନେକ କିଛି କଥା ରହିଛି ଯାହାର ଅଣଦେଖା ଆମେ କରିଥାଉ ଏବଂ ତାହାର ପରିଣାମ କଣ ହୋଇଥାଏ ତାହା ଆମେ ଜାଣି ନଥାଉ । ଯାହାଦ୍ୱାରା ଜୀବନରେ ଖରାପ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଅନୁଚିନ୍ତା ସମ୍ପର୍କରେ ଅବଗତ କରାଇବାକୁ ଯାଉଛୁ ଯାହା ଆପଣଙ୍କୁ ଆଗକୁ ଆସୁଥିବା ଅନେକ କିଛି କଥାର ସଙ୍କେତ ଦେଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସମସ୍ତ ଉପକାରୀ ଅନୁଚିନ୍ତା ସମ୍ପର୍କରେ ।

ପ୍ରଥମ: ଯଦି କୌଣସି ଦିନ ବିଲେଇ ପାଦକୁ ଚାଟିଦିଏ ତେବେ ଏହା ଅଶୁଭ ହୋଇଥାଏ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବାର ସଙ୍କେତ ଦେଇଥାଏ । ଦିତୀୟ: ଆପଣ ଶୋଇଥିବା ସମୟରେ ବିଲେଇ ଯଦି ଆପଣଙ୍କ ମୁଣ୍ଡକୁ ଚାଟିଦିଏ ତେବେ ଆଇନ ଜନିତ ସମସ୍ୟା ଦେଖା ଦେଇଥାଏ ।

ତୃତୀୟ: ସକାଳୁ ଉଠିବା ସମୟରେ କୌଣସି ପଶୁର ନାମ ଧରିବା ଉଚିତ ନୁହେଁ । କାରଣ ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ । ଚତୁର୍ଥ: ସକାଳୁ ଉଠିବା ପରେ ପ୍ରଥେମ ଆଇନା ଦେଖିବା ଉଚିତ ନୁହେଁ । ଏହାକୁ ଅଶୁଭ ମନାଯାଏ । ଏବଂ ଦିନସାରା ଆପଣଙ୍କ ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ ।

ପଞ୍ଚମ: ଯଦି କୌଣସି ପକ୍ଷୀ ଆପଣଙ୍କ ଘରେ ଆସି ବସା ବାନ୍ଧେ ତେବେ ଏହା ଶୁଭ ହୋଇଥାଏ । ଏହା ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବାର ସଙ୍କେତ ଦେଇଥାଏ । ଷଷ୍ଠ: ଦୀପାବଳି ଦିନ ଯଦି ଆପଣ ତୁଲସୀ ଗଛରେ ଝିଟିପିଟି ଚଢିଥିବାର ଦେଖନ୍ତି ତେବେ ଏହା ଶୁଭ ହୋଇଥାଏ । ଆପଣଙ୍କୁ ଅପାର ଧନ ପ୍ରାପ୍ତି ହେବାର ଏହା ଏକ ଶୁଭ ସଂକେତ ଅଟେ ।

ସପ୍ତମ: ସକାଳୁ ଉଠିବା ପରେ ଯଦି ଆପଣଙ୍କୁ ଶଙ୍ଖର ଧ୍ୱନି ଶୁଣିବା ପାଇଁ ମିଳେ ତେବେ ଏହା ବହୁତ ଶୁଭପ୍ରଦ ହୋଇଥାଏ । ଏବଂ ଲକ୍ଷ୍ମୀଙ୍କ ଆଗମନ ହେବାର ସଙ୍କେତ ଦେଇଥାଏ । ଅଷ୍ଟମ: ରାସ୍ତାରେ ଯାଉଥିବା ସମୟରେ ଯଦି ଆଖୁ ଦେଖନ୍ତି ତେବେ ଏହା ଶୁଭପ୍ରଦ ହୋଇଥାଏ । ଧନ ପ୍ରାପ୍ତି ହେବାର ଏହା ସଂକେତ ଦେଇଥାଏ । ନବମ: ଯଦି ଆପଣ ଘର ଦୁଆର ବନ୍ଧରେ ବାରମ୍ବାର କୁକୁର ଭୁକିବାକୁ ଲାଗନ୍ତି ତେବେ ଏହା ଅଶୁଭ ହୋଇଥାଏ । ଏହା ଧନହାନି ଏବଂ ରୋଗଗ୍ରସ୍ତ ହେବାର ସଙ୍କେତ ହୋଇଥାଏ ।

ଦଶମ: ଯଦି କୌଣସି କୁକୁର ଆସି ଆପଣଙ୍କ ପାଦ ଶୁଙ୍ଘେ ତେବେ ଏହା ଶୁଭ ହୋଇଥାଏ । ଏହା ଆପଣଙ୍କୁ ଅର୍ଥ ଲାଭ ହେବାର ସଙ୍କେତ ଦେଇଥାଏ । ଏଗାର: ଯଦି ଘରର ପୋଷା କୁକୁର ଆଖିରେ ଲୁହ ଆସେ ଏବଂ ସେ ଖାଇବା ଛାଡିଦିଏ ତେବେ ଏହା ଅଶୁଭ ହୋଇଥାଏ । ଆପଣଙ୍କ ଘର ଉପରେ କୌଣସି ବିପଦ ପଡିବାର ସଙ୍କେତ ଦେଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ,ଶେୟାର କରିବାକୁ ଜମା ବି ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button