ଜ୍ୟୋତିଷ

ଘରକୁ ପେଚା ଆସିବା ଦ୍ୱାରା ମିଳିଥାଏ ଏହି ୭ ଗୋଟି ସଂକେତ

ଭଗବାନଙ୍କ ସୃଷ୍ଟିରେ ପ୍ରତ୍ୟେକ ଜୀବଜନ୍ତୁ, ବୃକ୍ଷଲତା ମାନଙ୍କର ଏକ ଖାସ ବିଶେଷତା ରହିଛି।ଆମ ଆଖପାଖରେ ଥିବା ଜୀବଜନ୍ତୁ ଆମକୁ କୌଣସି ନା କୌଣସି ସଂକେତ ଦେଇଥାନ୍ତି। କିଛି ପଶୁପକ୍ଷୀ ଆମକୁ ଶୁଭ ସଙ୍କେତ ଦେଇଥାନ୍ତି। ଆଉକିଛି ପଶୁପକ୍ଷୀ ଆମକୁ ଅଶୁଭ ସଂକେତ ଦେଇଥାନ୍ତି। ଯେପରି ଗଛପତ୍ର ଶୁଖି ଗଲେ ଅଶୁଭ ସଂକେତ ମିଳିଥାଏ ଏବଂ ଗଛପତ୍ର ସବୁଜମୟ ରହିଲେ, ଶୁଭ ସଙ୍କେତ ମିଳିଥାଏ। ଆଜି ଆମେ ଆପଣଙ୍କୁ ପେଚା ସମ୍ବନ୍ଧିତ କିଛି ଖାସ କଥା କହିବାକୁ ଯାଉଛୁ। ଆସନ୍ତୁ ଜାଣିବା।

ପେଚାକୁ କିଛି ଲୋକେ ଶୁଭ ମାନିଥାନ୍ତି, ତ ଆଉକିଛି ଲୋକେ ଅଶୁଭ ମାନି ଥାଆନ୍ତି। ଶାସ୍ତ୍ରରେ ପେଚାକୁ ଅଧିକ ମହତ୍ତ୍ଵ ଦିଆଯାଇଛି। ପେଚା ଦେବୀ ଲକ୍ଷ୍ମୀଙ୍କର ବାହନ ଅଟେ। ପେଚା ଦେଖିବାକୁ ସୁନ୍ଦର ହୋଇଥାଏ। କିନ୍ତୁ ତାର ଆଖି ବଡ଼ ଓ ଭୟଙ୍କର ଦେଖା ଯାଏ। ପୌରାଣିକ ମାନ୍ୟତା ଅନୁସାରେ ଦେବୀ ଲକ୍ଷ୍ମୀ ରାତ୍ରି ସମୟରେ ପୃଥିବୀପୃଷ୍ଠକୁ ଆସୁଥିବା ବେଳେ ପ୍ରଥମେ ପେଚାକୁ ଦେଖିଥିଲେ ଏବଂ ତାକୁ ନିଜ ବାହନ କରି ଥିଲେ। ତେଣୁ କୁହାଯାଏ କି ଦୀପାବଳୀ ଦିନ ପେଚା ଦେଖିଲେ ଶୁଭ ହୋଇଥାଏ। ଆସନ୍ତୁ ପେଚା ସମ୍ବନ୍ଧିତ ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣିବା।

କୁହାଯାଏ କି, ଗର୍ଭବତୀ ମହିଳା ପେଚା ଦେଖିଲେ ଶୁଭ ହୋଇଥାଏ। କୌଣସି ବେମାର ବ୍ୟକ୍ତିକୁ ପେଚା ସ୍ପର୍ଶ କଲେ, ରୋଗୀର ବଡ଼ ରୋଗ ଭଲ ହୋଇ ଯାଇଥାଏ। ଯଦି ଆପଣ କୌଣସି ଜରୁରୀ କାର୍ଯ୍ୟ ପାଇଁ ବାହାରକୁ ଯାଉଥିବା ସମୟରେ ପେଚା ଦେଖୁଛନ୍ତି, ତାହେଲେ ଆପଣଙ୍କର କାର୍ଯ୍ୟ ନିଶ୍ଚିତ ଭାବରେ ସଫଳ ହେବ। ଯଦି ପେଚା ଆପଣଙ୍କ ଆଖିରେ ଆଖି ମିଶାଇ ଦେଖୁଚି ଏଗେକେ ବୁଝି ଯାଆନ୍ତୁ କି ଅଚାନକ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି।

କୁହାଯାଏ କି, ଯଦି ପେଚା ବାମ ପଟକୁ ଦେଖି ରାବୁଥିବ, ତାହେଲେ ଶୁଭ ହୋଇଥାଏ। ଯଦି ପେଚା ଡାହାଣ ପଟକୁ ଦେଖି ରାବୁଥିବ, ତାହେଲେ ଅଶୁଭ ହୋଇଥାଏ। ଯଦି ପେଚା କୌଣସି ଘର ଉପରେ ବସିଥାଏ, ତାହେଲେ ସେହି ଘର ଖୁବ୍ ଶୀଘ୍ର ବର୍ବାଦ ହୋଇ ଯାଇଥାଏ। ଯଦି ଘରର ଛାତ ଉପରେ ପେଚା ବସିଥିବାର କୌଣସି ବ୍ୟକ୍ତି ଦେଖନ୍ତି, ତାହେଲେ ସେହି ଘରର କୌଣସି ସଦସ୍ୟଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଥାଏ। ପେଚାର ନଖ, ପର ଆଦି ତନ୍ତ୍ର ସାଧନାରେ ପ୍ରୟୋଗ କରାଯାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button