ଖେଳ ଖବର
ଟି-୨୦ ବିଶ୍ବକପ୍ : ସ୍କଟଲାଣ୍ଡ ଆଗରେ ୧୬୦ ରନର ଲକ୍ଷ୍ୟ ରଖିଲା ବାଂଲାଦେଶ, ସାକିବଙ୍କ ଅର୍ଦ୍ଧଶତକ – Kalinga News

[ad_1]
ସେଣ୍ଟ ଭିନସେଣ୍ଟ : ସେଣ୍ଟ ଭିନସେଣ୍ଟର କିଙ୍ଗସଟାଉନରେ ଚାଲିଥିବା ଟି-୨୦ ବିଶ୍ବକପର ୨୭ତମ ମ୍ୟାଚ ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ସ୍କଟଲାଣ୍ଡ ଆଗରେ ୧୬୦ ରନର ବିଜୟ ଲକ୍ଷ୍ୟ ରଖିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମ୍ୟାଚରେ ନେଦରଲାଣ୍ଡସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବାଲାଂଦେଶ ଆରମ୍ଭରୁ ଅଳ୍ପରନ ବ୍ୟବଧାନରେ ୨ଟି ଓ୍ବିକେଟ ହରାଇଥିଲା । ନଜମୁଲ ହସଲ ସାଣ୍ଟୋ ଓ ଲିଟନ ଦାସ ୧ ରନ ଲେଖାଏଁ କରି ଆଉଟ ହୋଇଥିଲେ । ତେବେ ଓପନର ତନଜିଦ ହାସାନ ଓ ସାକିବ-ଅଲ-ହସନଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ସାକିବ ୬୪ ରନ କରିଥିବାବେଳେ ତାନଜିଦ ୩୫ ରନ କରିଥିଲେ । ସେହିପରି ମହମ୍ମଦୁଲ୍ଲା ୨୫ ରନ ଓ ଜାକେଲ ଅଲି ୧୪ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୫୯ ରନ କରିଥିଲା ।
[ad_2]




