ବିଜେପି ଶାସନ ଆରମ୍ଭ: ଶପଥ ନେଲେ ମୋହନ ମାଝୀଙ୍କ ନେତୃତ୍ବରେ ୧୬ ଜଣିଆ ମନ୍ତ୍ରିମଣ୍ଡଳ – Kalinga News

[ad_1]
ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
ଭୁବନେଶ୍ବର: ମୁଁ ଶ୍ରୀ ମୋହନ ଚରଣ ମାଝୀ ଈଶ୍ବରଙ୍କ ନାମରେ ଶପଥ କରୁଅଛି ଯେ ମୁଁ ବିଧି ଦ୍ବାରା ପ୍ରତିଷ୍ଠିତ ଭାରତର ସମ୍ବିଧାନ ପ୍ରତି ଶ୍ରଦ୍ଧା ଓ ନିଷ୍ଠା ରଖିବି। ଭାରତର ସାର୍ବଭୌମତ୍ବ ଓ ଅଖଣ୍ଡତା ରକ୍ଷା କରିବି। ଓଡ଼ିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ରୂପେ ମୋର କର୍ତ୍ତବ୍ୟ ଶ୍ରଦ୍ଧା ଓ ଶୁଦ୍ଧ ଅନ୍ତଃକରଣରେ ନିର୍ବାହ କରିବି ଏବଂ ବିନା ଭୟ ବା ପକ୍ଷପାତରେ, ବିନା ଅନୁରାଗ ବା ଦ୍ବେଷରେ ସବୁ ପ୍ରକାର ଲୋକଙ୍କ ପ୍ରତି ସମ୍ବିଧାନ ଓ ବିଧି ଅନୁସାରେ ନ୍ୟାୟ ପ୍ରଦାନ କରିବି …..
ଏମିତି ଶପଥ ପାଠ କରିବା ସହ ଓଡ଼ିଶାରେ ଶାସନ ଆରମ୍ଭ କରିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ନେତୃତ୍ବରେ ଓଡ଼ିଶାରେ ବିଜେପି ସରକାର ପ୍ରତିଷ୍ଠା ହୋଇଛି। ତାଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ, ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ର ମନ୍ତ୍ରୀ ଶପଥ ନେଇଛନ୍ତି। ଶପଥ ନେଲା ପରେ ମନ୍ତ୍ରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଲୋକସେବା ଭବନ ଯାଇ ଦାୟିତ୍ବ ଗ୍ରହଣ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ବିଜେପି ସରକାରର ଶପଥ ଗ୍ରହଣ ପାଇଁ ଆଜି ବ୍ୟାପକ ଆୟୋଜନ କରାଯାଇଥିଲା। ଜନତା ମଇଦାନରେ ଶପଥ ଗ୍ରହଣ ଉତ୍ସବର ଭବ୍ୟ ଆୟୋଜନ କରାଯିବା ସହ ସାରା ରାଜଧାନୀକୁ ସଜାଯାଇଥିଲା। ସହରସାରା ବିଜେପି ପତାକା ଛାଇ ଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ସବରେ ଯୋଗ ଦେବାକୁ କିଛି ଘଣ୍ଟା ପାଇଁ ଭୁବନେଶ୍ବର ଆସିଥିଲେ। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ନୀତିନ ଗଡ଼କରୀ ଓ ଜେ ପି ନଡ୍ଡାଙ୍କ ସମେତ ୧୦ଟି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। ଓଡ଼ିଶାର ତିନି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ। ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଚୟନ ସରିଥିଲା ବେଳେ ମନ୍ତ୍ରୀମାନଙ୍କୁ ନେଇ ସସ୍ପେନ୍ସ ଜାରି ରହିଥିଲା। ଗତକାଲି ରାତିରେ ଓ ଆଜି ସକାଳେ ବରିଷ୍ଠ ନେତାମାନେ ବସି ମାନସ ମନ୍ଥନ କରିଥିଲେ। ସବୁ ବିଧାୟକଙ୍କ ନଜର ବିଜେପି ରାଜ୍ୟ କାର୍ଯ୍ୟାଳୟ ଉପରେ ରହିଥିଲା। ବହୁ କସ୍ରତ ପରେ ୧୩ ଜଣଙ୍କ ନାମ ଚୂଡ଼ାନ୍ତ ହୋଇଥିଲା। ସେମାନଙ୍କୁ ଫୋନ୍ ଯୋଗେ ଜଣାଇ ଦିଆଯାଇଥିଲା।
ଯୋଗୀଙ୍କ ସମେତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ, ବହୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବି ଯୋଗ ଦେଇ ଶୁଭେଚ୍ଛା ଜଣାଇଲେ
ନିର୍ଦ୍ଧାରିତ ସମୟରେ ସବୁ ବିଧାୟକ, ସାଂସଦ, ନିମନ୍ତ୍ରିତ ଅତିଥି ଓ ବହୁ ବିଜେପି କର୍ମୀ ଜନତା ମଇଦାନରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପହଞ୍ଚିଲା ପରେ ଲୋକମାନେ ଜୋର୍ଦାର କରତାଳି ଓ ଜିନ୍ଦାବାଦ ଧ୍ବନି ଦେଇ ତାଙ୍କୁ ସ୍ବାଗତ କରିଥିଲେ। ଲୋକମାନଙ୍କ ସହ ହାତ ମିଳାଇ ସେ ମଞ୍ଚ ଆଡ଼କୁ ଯାଇଥିଲେ। ଉତ୍ସବକୁ ନିମନ୍ତ୍ରିତ ହୋଇଥିବା ସାଧୁ ସନ୍ଥମାନଙ୍କୁ ସେ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ। ନିର୍ଦ୍ଧାରିତ ସମୟ ଅପରାହ୍ନ ୫ଟାରେ ଆରମ୍ଭ ହୋଇଥିଲା ଶପଥ ଗ୍ରହଣ ଉତ୍ସବ। ପ୍ରଥମେ ସବୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ଅତିଥିମାନେ ପହଞ୍ଚିଥିଲେ। ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ମଞ୍ଚକୁ ଆସିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଲା ପରେ ଆରମ୍ଭ ହୋଇଥିଲା ଶପଥ ଗ୍ରହଣ ଉତ୍ସବ। ରାଜ୍ୟପାଳ ରଘୁବର ଦାସ ପ୍ରଥମେ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। ତାଙ୍କ ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ଶପଥ ନେଇଥିଲେ। ପରେ ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀମାନେ ଶପଥ ପାଠ କରିଥିଲେ। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ରାଜ୍ୟପାଳଙ୍କ ନିର୍ଦ୍ଦେଶନାମା ପାଠ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଶପଥ ନେଲା ପରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଣାମ ଜଣାଇ ତାଙ୍କ ଆଶୀର୍ବାଦ ନେଇଥିଲେ। ଏହାପରେ ମଞ୍ଚରେ ଉପସ୍ଥିତ ଥିବା ସମସ୍ତ ଅତିଥିମାନଙ୍କ ସହ ସେମାନେ କରମର୍ଦ୍ଦନ କରିଥିଲେ। ସମସ୍ତେ ନୂଆ ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜନତା ମଇଦାନରେ ଉପସ୍ଥିତ ଥିବା ସମବେତ ଜନତାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ହାତ ହଲାଇ ଅଭିବାଦନ ଜଣାଇଥିଲେ। ତାହାପରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କର ଫଟୋ ସେସନ୍ ହୋଇଥିଲା। ମନ୍ତ୍ରିମଣ୍ଡଳର ସବୁ ସଦସ୍ୟଙ୍କ ଗହଣରେ ନୂଆ ମୁଖ୍ୟମନ୍ତ୍ରୀ ଲୋକସେବା ଭବନ ଯାଇଥିଲେ। ପୋର୍ଟିକୋ ନିକଟରେ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ସେଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଭିତରକୁ ପଶିଥିଲେ। ତୃତୀୟ ମହଲାକୁ ଯାଇ ଦାୟିତ୍ବ ଗ୍ରହଣ କରିଥିଲେ। ତାହାପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ଲୋକସେବା ଭବନ ଯିବା ପୂର୍ବରୁ ସବୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା। ଲୋକସେବା ଭବନ ପୋର୍ଟିକୋରେ ସେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ।
[ad_2]