ରାଜନୀତି

ଏବେ ରାଜ୍ୟସଭା ଲଢ଼େଇ, ୧୦ ଆସନ ପାଇଁ ବିଜ୍ଞପ୍ତି ଜାରି – Kalinga News

[ad_1]

ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟମାନେ ଲୋକସଭାକୁ ନିର୍ବାଚିତ ହେବା ପରେ ରାଜ୍ୟସଭାରେ ୧୦ଟି ପଦବି ଖାଲି ପଡ଼ିଛି। ରାଜ୍ୟସଭା ସଚିବାଳୟ ଉକ୍ତ ଖାଲି ପଡ଼ିଥିବା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ୧୦ଟି ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ୭ଟି, କଂଗ୍ରେସର ୨ଟି ଓ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ପାଖରେ ଗୋଟିଏ ଆସନ ଥିଲା। ବିହାର, ମହାରାଷ୍ଟ୍ର ଓ ଆସାମରୁ ୨ଟି ଲେଖାଏଁ ଆସନ ଖାଲି ପଡ଼ିଥିବା ବେଳେ ରାଜସ୍ଥାନ, ତ୍ରିପୁରା, ହରିୟାଣା ଓ ମଧ୍ୟପ୍ରଦେଶରୁ ଗୋଟିଏ ଲେଖାଏଁ ଆସନ ଖାଲି ପଡ଼ିଛି।

ଏହି ସବୁ ଆସନ ପାଇଁ ନିର୍ବାଚନ ହେଲେ ହରିୟାଣା ଓ ରାଜସ୍ଥାନରେ କଂଗ୍ରେସ ହାତରେ ଥିବା ଗୋଟିଏ ଲେଖାଏଁ ୨ଟି ଆସନ ବିଜେପିକୁ ଯାଇପାରେ। ରାଜ୍ୟସଭାରୁ ନିମ୍ନ ସଦନକୁ ଯାଇଥିବା ସଦସ୍ୟମାନଙ୍କ ମଧ୍ୟରେ ହରିୟାଣାର ରୋହତକରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ହରିୟାଣାର ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ସିଂହ ହୁଡା ଏବଂ କେରଳର ଆଲାପୁଜାରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ରାଜସ୍ଥାନର ରାଜ୍ୟସଭା ସାଂସଦ କେସି ବେଣୁଗୋପାଳ ଅଛନ୍ତି। ହରିୟାଣା ଓ ରାଜସ୍ଥାନ ବିଧାନସଭାରେ ଏହି ଦୁଇଟି ଆସନ ଜିତିବା ପାଇଁ ବିଜେପି ପାଖରେ ସଂଖ୍ୟା ରହିଛି। ଆସାମରେ ବିଜେପିର ଦୁଇ ଜଣ ସାଂସଦ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଓ କାମାକ୍ଷା ପ୍ରସାଦ ତାସା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ତେବେ ଆସାମରୁ ଖାଲି ପଡିଥିବା ଦୁଇଟିଯାକ ଆସନ ଜିତିବା ବିଜେପି ପାଇଁ କଷ୍ଟକର ହେବ ଯଦି ଇଣ୍ଡି ମେଣ୍ଟ ସହଯୋଗୀ କଂଗ୍ରେସକୁ ସମର୍ଥନ କରନ୍ତି। ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂଖ୍ୟା ଦୃଷ୍ଟିରୁ ଦୁଇଟି ଯାକ ଆସନ ବଜାୟ ରଖିପାରେ, ଯେଉଁଥିରୁ ଗୋଟିଏ ଆସନରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ପ୍ରତିନିଧିତ୍ୱ କରୁଥିଲେ। ବିହାରର ଦୁଇଟି ଆସନ ଏନ୍‌ଡିଏ ଓ ବିଜେପି ମଧ୍ୟରେ ବାଣ୍ଟିହେବା ସମ୍ଭାବନା ରହିଛି।

ଉକ୍ତ ୧୦ଟି ଆସନ ବ୍ୟତୀତ କେରଳର ୩ ସାଂସଦ ଜୁଲାଇ ପହିଲାରେ ଅବସର ନେବାକୁ ଯାଉଛନ୍ତି ଏବଂ ଏହି ଆସନ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଓ କେରଳ କଂଗ୍ରେସ (ମଣି) ହାତରେ ଗୋଟିଏ ଲେଖାଏଁ ଆସନ ଅଛି। ଜୁଲାଇ ମଧ୍ୟଭାଗରେ ୪ ଜଣ ମନୋନୀତ ସଦସ୍ୟ ବି ଅବସର ନେବେ। ସେମାନେ ହେଲେ ମହେଶ ଜେଠମାଲାନୀ, ରାମ ଶକଲ, ରାକେଶ ସିହ୍ନା ଓ ସୋନାଲ ମାନସିଂହ। ଏହି ୪ ଜଣ ପ୍ରାର୍ଥୀ ହେବା ପରେ ବିଜେପିରେ ଯୋଗ ଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button