ଖେଳ ଖବର

ନ୍ୟୁୟର୍କରେ ନିଜ ମହମ ପ୍ରତିମୂର୍ତ୍ତି ସହ ସଚିନ – Kalinga News

[ad_1]

ନ୍ୟୁୟର୍କ: କ୍ରିକେଟ୍‌ ଜଗତର ସବୁଠୁ ସୁପରିଚିତ ନାମ ସଚିନ ତେନ୍ଦୁଲକର ତାଙ୍କ ପ୍ରଶଂସକଙ୍କ ନିମନ୍ତେ ଏକ ଅଭୁଲା ମୁହୂର୍ତ୍ତ ଛାଡ଼ିଛନ୍ତି। ନ୍ୟୁୟର୍କସ୍ଥିତ ମର୍ଲିନ ଏଣ୍ଟରଟେନ୍‌ମେଣ୍ଟ୍‌ର ମାଡାମ୍‍ ତୁସାଦରେ ଥିବା ନିଜ ମହମ ପ୍ରତିମୂର୍ତ୍ତି ନିକଟରେ ଛିଡ଼ା ହୋଇ ଚର୍ଚ୍ଚାକୁ ଆସିଛନ୍ତି। ଏନ୍‍ୱାଇସିରେ ତାଙ୍କର ମହମ ପ୍ରତିମୂର୍ତ୍ତିର ପହଞ୍ଚିବା ଅବସରକୁ ପାଳନ କରି କ୍ରିକେଟ୍‌ ଜଗତର ଏହି କିମ୍ବଦନ୍ତୀ ବ୍ୟକ୍ତିତ୍ୱ ବିଶ୍ୱସ୍ତରରେ ଲୋକପ୍ରିୟ ଭ୍ରାମ୍ୟମାଣ ମହମ ପ୍ରତିମୂର୍ତ୍ତିକୁ ମଧ୍ୟ ଉନ୍ମୋଚିତ କରିଛନ୍ତି। ଚଳିତ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ଅବସରରେ ଜୁନ୍‌ ୯ ତାରିଖରେ ନସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମ୍‍ରେ ବହୁ ପ୍ରତୀକ୍ଷିତ ଭାରତ ବନାମ ପାକିସ୍ତାନ ମ୍ୟାଚ୍‍ ପୂର୍ବରୁ ଏହି ଦୃଶ୍ୟ ସମସ୍ତଙ୍କ ନଜରକୁ ଆସିଛି। ତେନ୍ଦୁଲକର ୨୦୧୪ରେ ମୂଳତଃ ଅତ୍ୟନ୍ତ ନିଖୁଣ ଭାବରେ ନିର୍ମିତ ତାଙ୍କର ମହମ ପ୍ରତିମୂର୍ତ୍ତି କଡ଼ରେ ଛିଡ଼ା ହୋଇଥିବାବେଳେ ପ୍ରଶଂସକ ଅତ୍ୟନ୍ତ ଉଲ୍ଲସିତ ହୋଇଉଠିଥିଲେ। ଏହି କ୍ରୀଡ଼ା ଓ ତାହାର ପ୍ରଶଂସକଙ୍କ ଉପରେ ବିଶ୍ୱବ୍ୟାପୀ ତାଙ୍କ ଚିରସ୍ଥାୟୀ ପ୍ରଭାବର ପ୍ରତୀକ ସ୍ୱରୂପ ତେନ୍ଦୁଲକରଙ୍କର ବିଶ୍ୱର ସର୍ବବୃହତ୍‍ ମହମ ସଂଗ୍ରହାଳୟ ସହିତ ଦୀର୍ଘକାଳର ସମ୍ପର୍କ ରହିଆସିଛି ଏବଂ ମାଡାମ ତୁସାଦ୍‍ ଲଣ୍ଡନ ନିମନ୍ତେ ତାଙ୍କର ପ୍ରଥମ ପ୍ରତିମୂର୍ତ୍ତି ୨୦୦୯ରେ ଅନାବରଣ ହୋଇଥିଲା। ସେବେଠାରୁ ତାଙ୍କ ସମ୍ମାନାର୍ଥେ ଆଉ ପାଞ୍ଚଟି ପ୍ରତିମୂର୍ତ୍ତି ନିର୍ମାଣ କରାଯାଇସାରିଛି।

‘ମାଷ୍ଟର ବ୍ଲାଷ୍ଟର’ ଭାବେ ପରିଚିତ ତେନ୍ଦୁଲକର ବିଶ୍ୱସ୍ତରରେ ତାଙ୍କର ଅତୁଳନୀୟ କ୍ଷମତା ଓ କ୍ରୀଡ଼ା‌ବିତ୍‍ ମନୋଭାବ ପାଇଁ କ୍ରିକେଟ୍‌ପ୍ରେମୀଙ୍କର ହୃଦୟ ଜିଣିଛନ୍ତି ଏବଂ କ୍ରିକେଟ୍‌ ଇତିହାସରେ ସେ ଅନ୍ୟତମ ମହାନ ବ୍ୟାଟ୍‍ସମ୍ୟାନ ବିବେଚିତ ହେଉଛନ୍ତି। ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ଆନ୍ତର୍ଜାତିକ କ୍ୟାରିୟର କରିଥିବା ତେନ୍ଦୁଲକର ନିଜ ନାମରେ ଅଗଣିତ ରେକର୍ଡ ଧାରଣ କରିଛନ୍ତି, ଯେଉଁଥିରେ ଉଭୟ ଟେଷ୍ଟ ଓ ଏକଦିବସୀୟ ଆନ୍ତର୍ଜାତିକ (ଓଡିଆଇ) କ୍ରିକେଟ୍‌ରେ ସର୍ବାଧିକ ରନ୍‍ ସ୍କୋର ଅନ୍ତର୍ଭୁକ୍ତ। ସେ ମଧ୍ୟ ଏକମାତ୍ର ଖେଳାଳି ଯିଏ ୧୦୦ ଆନ୍ତର୍ଜାତିକ ଶତକ ହାସଲ କରିଛନ୍ତି। ନିଜ ଜାଜ୍ଜ୍ବଲ୍ୟମାନ ଖେଳ ଜୀବନରେ ତେନ୍ଦୁଲକର ତାଙ୍କର ପ୍ରଶଂସକ ଏବଂ ସାଥୀ କ୍ରିକେଟର୍‌ଙ୍କ ନିକଟରୁ ଅଶେଷ ସମ୍ମାନ ଓ ପ୍ରଶଂସା ଲାଭ କରିଛନ୍ତି, ଯାହା ଜଣେ ବାସ୍ତବ କ୍ରିକେଟ୍‌ କିଂବଦନ୍ତି ପୁରୁଷ ଭାବରେ ତାଙ୍କର ପରମ୍ପରାକୁ ମଜଭୁତ କରିଛି।

ଜୁନ୍‍ ୧୦ ତାରିଖଠାରୁ ବିଶ୍ୱକପ୍‍ ଫାଇନାଲ ପର୍ଯ୍ୟନ୍ତ ତେନ୍ଦୁଲକରଙ୍କ ମହମ ପ୍ରତିମୂର୍ତ୍ତି ମାଡାମ ତୁସାଦ୍‍ ଲବିରେ ପ୍ରଶଂସକଙ୍କ ନିମନ୍ତେ ମାଗଣାରେ ଦେଖିବା ଏବଂ ଫଟୋ ଉଠାଇବା ନିମନ୍ତେ ଉପଲବ୍ଧ ହେବ। ପରବର୍ତ୍ତୀ ସମୟରେ ଉକ୍ତ ପ୍ରତିମୂର୍ତ୍ତି ସଂଗ୍ରହାଳୟରେ କ୍ରୀଡ଼ା ଜଗତର ଅନ୍ୟ କିଂବଦନ୍ତି ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତି ସହିତ ସ୍ଥାୟୀ ଭାବରେ ସ୍ଥାନିତ ହେବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button