ରୋହିତ ଟି-୨୦ ବିଶ୍ବକପର ଅଧିନାୟକ, ପ୍ଲେଇଙ୍ଗ-୧୧ରେ ରହିବେ କେଉଁ କେଉଁ ଖେଳାଳି ? – Kalinga News

[ad_1]
ସସପେନ୍ସ ଜାରି
କୋଲକାତା: ଏକଦିବସୀୟ ୨୦୨୩ ବିଶ୍ବକପରେ ଭାରତର ପରାଜୟ ପରେ ଟିମ ଇଣ୍ଡିଆ ଏବେ ୨୦୨୪ ଟି-୨୦ ବିଶ୍ବକପ ଉପରେ ନଜର ରଖିଛି। ଏଥିରେ ବିଜୟୀ ହେବା ପାଇଁ ଭାରତୀୟ ଦଳ ଯୋଜନା ପ୍ରସ୍ତୁତ କରିଛି।
ଏହାର ଆରମ୍ଭ ୨୦୨୪ ଜୁନରେ ହେବ। ଏହି ଟୁର୍ଣ୍ଣାମେଣ୍ଟ ୱେଷ୍ଟଇଣ୍ଡିଜ ଏବଂ ଆମେରିକାର ମିଳିତ ସହଯୋଗରେ ଆଯୋଜିତ ହେବାକୁ ଯାଉଛି।
ଏଥିପାଇଁ ଭାରତର ୧୫ ଜଣିଆ ଟିମ ମଧ୍ୟରୁ ପ୍ଲେଇଙ୍ଗ-୧୧ରେ କେଉଁ କେଉଁ ଖେଳାଳି ରହିବେ ସେନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ବିସିସିଆଇ ସଚିବ ଜୟ ଶାହା ଫେବ୍ରୁଆରୀ ୧୪ରେ କହିଥିଲେ ଟି-୨୦ରେ ରୋହିତ ଶର୍ମା ଅଧିନାୟକତ୍ବ କରୁଥିବାର ନଜର ଆସିବେ। ଏହା ସହିତ ସେ ଜୋର ଦେଇ କହିଥିଲେ ଟି-୨୦ ବିଶ୍ବକପର ଟ୍ରଫି ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ନେତୃତ୍ବରେ ଜିତିବ।
ତେବେ ରୋହିତଙ୍କୁ ଛାଡି ଦେଲେ ଅବଶିଷ୍ଟ ୧୪ ଜଣ ଖେଳାଳି କିଏ ସେ ନେଇ ସସପେନ୍ସ ଜାରି ରହିଛି। ଏହି ସମ୍ଭାବ୍ୟ ତାଲିକାରେ ବିରାଟ କୋହଲି, ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ ସମେତ ଅନ୍ୟ ପ୍ରତିଭାବାନ ଖେଳାଳି ରହିବେ ବୋଲି ଚର୍ଚ୍ଚା ହେଉଛି।
ରାଞ୍ଚି ଟେଷ୍ଟରେ ଭାରତ ଇଂଲଣ୍ଡକୁ ପରାଜିତ କରିବା ରେ ଯଶସ୍ବୀ ଜୟସ୍ବାଲ, ଶୁଭମାନ ଗିଲ୍ ଏବଂ ଧ୍ରୁବ ଜୁରେଲ ଭଲ ପ୍ରଦର୍ଶନ କରିଛନ୍ତି ଏହା ସହିତ ଆଇସିସି ତାଲିକାରେ ସେମାନେ ଉପରକୁ ଉଠିଛନ୍ତି। ଏସବୁ ଖେଳାଳି ଟି-୨୦ରେ ଭଲ ପ୍ରଦର୍ଶନ କରିବାର ଆଶା ରହିଛି। ତେବେ ଚୟନ କମିଟି ଉପରେ ଏବେ ସମସ୍ତଙ୍କ ନଜର ରହିଛି।
[ad_2]