ମନୋରଞ୍ଜନ

ଝିଅ ସୋନାକ୍ଷୀ ଓ ପ୍ରେମିକ ଇକବାଲଙ୍କ ବିବାହ ସଂପର୍କରେ ମୁହଁ ଖୋଲିଲେ ଶତ୍ରୁଘ୍ନ ସିହ୍ନା – Kalinga News

[ad_1]

ନୂଆଦିଲ୍ଲୀ: ଶେଷରେ ଝିଅ ସୋନାକ୍ଷୀ ସିହ୍ନ‌ା ଓ ତ‌ାଙ୍କ ପ୍ରେମିକ ଜହିର ଇକବାଲଙ୍କ ବିବାହ ସଂପର୍କରେ ମୁହଁ ଖୋଲିଛନ୍ତି ଶତ୍ରୁଘ୍ନ ଶିହ୍ନା। ଜୁମ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ଶତ୍ରୁଘ୍ନ କହିଛନ୍ତି ଯେ ସେ ତାଙ୍କ ଝିଅ ସହ ବିବାହ ବିଷୟରେ କିଛି ବି କଥ‌ା ହୋଇନାହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ବି ତାଙ୍କ ଝିଅ ସେମାନଙ୍କୁ ବିବାହ ବିଷୟରେ ଜଣାଇବେ ସେ ଏବଂ ତାଙ୍କ ପତ୍ନୀ ତାଙ୍କୁ ଆଶୀର୍ବାଦ ଦେବେ। ଏହାପୂର୍ବରୁ ଆମେ ଖବର ପ୍ରକାଶ ପାଇଥିଲା ଯେ ଏହି ସୋନାକ୍ଷୀ ଜୁନ୍ ୨୩ ତାରିଖରେ ମୁମ୍ବାଇରେ ବିବାହ କରିବେ।

ସୋନାକ୍ଷୀ ଏବଂ ଜହିରଙ୍କ ବିବାହ ବିଷୟରେ ଶତ୍ରୁଘ୍ନ ଖୁବ୍ ଅସ୍ପଷ୍ଟ ଉତ୍ତର ଦେଇଛନ୍ତି। ସେ କହିଛନ୍ତି, “ମୁଁ ବର୍ତ୍ତମାନ ଦିଲ୍ଲୀରେ ଅଛି। ନିର୍ବାଚନ ଫଳାଫଳ ପରେ ମୁଁ ଏଠାକୁ ଆସିଛି। ମୋ ଝିଅର ଯୋଜନା ବିଷୟରେ ମୁଁ କାହା ସହିତ କଥାବାର୍ତ୍ତା କରି ନାହିଁ। ତେଣୁ ଆପଣଙ୍କ ପ୍ରଶ୍ନ ହେଉଛି, ସେ ବିବାହ କରୁଛନ୍ତି କି? ମୋତେ ଏବିଷୟରେ କିଛି ଜଣାନାହିଁ। ମୁଁ ବି ‌ସେତିକି ଜାଣିଛି ‌ଯେତିକି ଗଣମାଧ୍ୟରେ ଦେଖୁଛି। ଯଦି ‌ସେ ସେପରି କରେ ତ ମୁଁ ଓ ମୋ ପତ୍ନୀ ତାକୁ ଆଶୀର୍ବାଦ ଦେବୁ।’’

ଅଭିନେତା-ରାଜନେତା ଏହା ମଧ୍ୟ ବୁଝାଇ ଦେଇଛନ୍ତି ଯେ ତାଙ୍କ ଝିଅର ନିଜ ପାଇଁ ନିଷ୍ପତ୍ତି ନେବାର ଅଧିକାର ଅଛି। ସେ କହିଛନ୍ତି, “ଆମେ ତାଙ୍କ ବିଚାରକୁ ସମ୍ପୂର୍ଣ୍ଣ ରୂପେ ବିଶ୍ବାସ କରୁଛୁ। ସେ କଦାପି ବେଆଇନ ନିଷ୍ପତ୍ତି ନେବ ନାହିଁ। ଜଣେ ପ୍ରାପ୍ତ ବୟସ୍କ ଭାବରେ ସେ ନିଜେ ନିଷ୍ପତ୍ତି ନେବାର ଅଧିକାର ପାଇଛନ୍ତି।”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button