ମୁମ୍ବାଇ ଇଣ୍ଡିଆନ୍ସରେ ବିଦ୍ରୋହ! ଅଲଗା ବୈଠକ କଲେ ରୋହିତ, ବୁମ୍ରା, ସୂର୍ଯ୍ୟ – Kalinga News

[ad_1]
ମୁମ୍ବାଇ: ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ଚମତ୍କାର ବିଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଆନୁଷ୍ଠାନିକ ଭାବେ ପ୍ଲେଅଫ୍ରୁ ଦୌଡ଼ରୁ ବାଦ୍ ପଡ଼ିଛି। ବୁଧବାର ରାତିର ଏହି ଘଟଣା ପରେ କିଛି ବରିଷ୍ଠ ଖେଳାଳି ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବ ନେବାର ଶୈଳୀକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପାଣ୍ଡ୍ୟା ନେତୃତ୍ବ ନେବା ପରଠୁ ଚଳିତ ସଂସ୍କରଣରେ ଖେଳାଳିଙ୍କ ମନୋବଳ ଭାଙ୍ଗିଯାଇଥିବା ଦେଖାଯାଉଛି। ଯେଉଁଥିପାଇଁ ମୁମ୍ବାଇର ବରିଷ୍ଠ ଖେଳାଳି ରୋହିତ ଶର୍ମା, ଯଶପ୍ରୀତ୍ ବୁମ୍ରା ଓ ସୂର୍ଯ୍ୟକୁମାର ଯାଦବ ଏଭଳି ସ୍ଥିତି ପରେ ଅଲଗା ହୋଇ ବୈଠକ ଆଲୋଚନା କରିଛନ୍ତି। ଦଳ ଭିତରେ ଦେଖାଦେଇଥିବା ସମସ୍ୟା ଓ ବ୍ୟକ୍ତିଗତ ଆଲୋଚନା ମାଧ୍ୟମରେ କ’ଣ ସମାଧାନ କରାଯାଇପାରିବ, ତା’ ଉପରେ ଆଲୋଚନା ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ରୋହିତ ଶର୍ମାଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଆଇପିଏଲ୍ ବିଜେତା ହୋଇଥିଲା। କିନ୍ତୁ ହଠାତ୍ ଚଳିତ ସଂସ୍କରଣ ପାଇଁ ପାଣ୍ଡ୍ୟାଙ୍କୁ ଅଧିନାୟକ ଘୋଷଣା କରାଗଲା। ଯାହାକୁ ନେଇ ଡ୍ରେସିଂ ରୁମ୍ ଭିତରେ ମତପାର୍ଥକ୍ୟ ଓ ଫାଟ ଦେଖାଦେବା ଆରମ୍ଭ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସର ଜଣେ ଅଧିକାରୀଙ୍କ କହିବାନୁସାରେ, ନେତୃତ୍ବ ପରିବର୍ତ୍ତନ ହେବା ଯୋଗୁଁ ଦଳ ଖରାପ ପ୍ରଦର୍ଶନ କରିଛି। ଖେଳରେ ଏମିତି ହୋଇଥାଏ ବୋଲି ସେ କହିଛନ୍ତି। ହେଲେ ଦିଲ୍ଲୀ କ୍ୟାପିଟାଲ୍ସଠୁ ଦଳ ପରାଜିତ ହେବା ପରେ ଅଧିନାୟକ ପାଣ୍ଡ୍ୟା ଯେଉଁଭଳି ଭାବେ ତିଲକ ବର୍ମାଙ୍କୁ ସମାଲୋଚନା କରିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ତିଲକ ଏହି ମ୍ୟାଚ୍ରେ ଅକ୍ଷର ପଟେଲ୍ଙ୍କୁ ଅଧିକ ଟାର୍ଗେଟ୍ କରିଥିଲେ ମୁମ୍ବାଇ ଜିତିପାରିଥାନ୍ତା ଏବଂ ପରାଜୟ ପାଇଁ ଖେଳ ଉପରେ ତାଙ୍କର ସଚେତନତାର ଅଭାବ ଥିବା ଦର୍ଶାଇଥିଲେ। ଯେତେବେଳେ କି ମ୍ୟାଚ୍ରେ ତିଲକ ସବୁଠୁ ଚମତ୍କାର ଖେଳିବା ସହ ୩୨ ବଲ୍ରୁ ୬୩ ରନ୍ ସଂଗ୍ରହ କରି ଦଳକୁ ଜିତାଇବାକୁ ଉଦ୍ୟମ କରିଥିଲେ। ଅଧିନାୟକଙ୍କ ଯୁବ ଖେଳାଳିଙ୍କ ପ୍ରତି ଏଭଳି ମନୋଭାବକୁ ଡ୍ରେସିଂ ରୁମ୍ରେ ମଧ୍ୟ ନାପସନ୍ଦ କରାଯାଇଥିଲା।
[ad_2]