ଖେଳ ଖବର

ଟି-୨୦ ବିଶ୍ବକପ : ଭାରତ-ପାକ ମ୍ୟାଚରେ ବର୍ଷା ବାଧକ, ୧ ଓଭର ପରେ ପୁଣି ଅଟକିଲା ମ୍ୟାଚ – Kalinga News

[ad_1]

ନ୍ୟୁୟର୍କ : ଟି-୨୦ ବିଶ୍ବକପର ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି । ତେବେ ବର୍ଷା କାରଣରୁ ମ୍ୟାଚ ଆରମ୍ଭରେ ବିଳମ୍ବ ହୋଇଥିଲା । ବର୍ଷା ଛାଡ଼ିବା ପରେ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ମ୍ୟାଚ ଆରମ୍ଭ ହୋଇଥିଲା । ଟସ ଜିତି ପାକିସ୍ତାନ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । କିନ୍ତୁ ଭାରତ ବ୍ୟାଟିଂ ଆରମ୍ଭ ହେବାର ମାତ୍ର ୧ ଓଭର ପରେ ପୁଣି ବର୍ଷା ଆରମ୍ଭ ହୋଇଯାଇଛି । ଏହି ୧ ଓଭରରେ ଭାରତର ସ୍କୋର ୮ ରନ ରହିଛି । ବର୍ଷା ହେବା ପରେ ଭାରତର ଦୁଇ ଓପନର ରୋହିତ ଶର୍ମା ଓ ବିରାଟ କୋହଲି ପାଭିଲିୟନ ଫେରିଯାଇଛନ୍ତି । ରୋହିତ ପରାଜିତ ୮ ରନ କରିଥିବାବେଳେ ବିରାଟ ଏପର୍ଯ୍ୟନ୍ତ ଖାତା ଖୋଲି ନାହାନ୍ତି । ନିଜର ୮ ରନରେ ରୋହିତ ଏକ ବିଶାଳ ଛକା ମାରିଛନ୍ତି । ପାକିସ୍ତାନ ପକ୍ଷରୁ ପ୍ରଥମ ଓଭର ଶାହିନ ଶାହା ଆଫ୍ରିଦି ବୋଲିଂ କରିଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button