ରାଜନୀତି

ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ: ଏଥର ଗଣତନ୍ତ୍ର ଦିବସ ଅତ୍ୟନ୍ତ ସ୍ୱତନ୍ତ୍ର

ନୂଆଦିଲ୍ଲୀ: ମନ୍ କି ବାତ୍‌ର ୧୧୮ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଚଳିତ ବର୍ଷର ଗଣତନ୍ତ୍ର ଦିବସ ଅତ୍ୟନ୍ତ ସ୍ବତନ୍ତ୍ର। ଏହା ହେଉଛି ଭାରତ ଗଣତନ୍ତ୍ରର ୭୫ ତମ ବାର୍ଷିକୀ। ଏହି ବର୍ଷ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ବର୍ଷ ପୂର୍ତ୍ତି। ସଂସଦସଭାର ସେହି ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କୁ, ଯେଉଁମାନେ ଆମକୁ ଆମର ପବିତ୍ର ସମ୍ବିଧାନ ଦେଇଛନ୍ତି,ମୁଁ ପ୍ରଣାମ କରୁଛି।

ମନ୍ କି ବାତ୍‌ରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆପଣମାନେ ନିଶ୍ଚିତ ଭାବରେ ଗୋଟିଏ କଥା ଜାଣିଥିବେ ଯେ, ପ୍ରତ୍ୟେକ ଥର ମାସର ଶେଷ ରବିବାର ଦିନ ମନ୍ କି ବାତ୍ ଅନୁଷ୍ଠିତ ହୁଏ, କିନ୍ତୁ ଏଥର ଆମେ ଚତୁର୍ଥ ରବିବାର ପରିବର୍ତ୍ତେ ତୃତୀୟ ରବିବାର ଦିନ ଏକ ସପ୍ତାହ ପୂର୍ବରୁ ମିଳିତ ହୋଇଛେ। ଏକ ସପ୍ତାହ ପୂର୍ବରୁ ଆସନ୍ତା ସପ୍ତାହରେ ରବିବାର ଦିନ ହେବାକୁ ଥିବା,ଗଣତନ୍ତ୍ର ଦିବସ ପୂର୍ବରୁ ମୁଁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି ।

ଏହା ସହ ପ୍ରଧାନମନ୍ତ୍ରୀ ବହୁ ମହାନ ନେତାଙ୍କ ପ୍ରକୃତ ଶୁଣାଇଥିଲେ। ସେଥିମଧ୍ୟରେ ସମ୍ବିଧାନ ସମ୍ବନ୍ଧରେ ଡକ୍ଟର ବିଆର ଆମ୍ବେଦକର, ରାଜେନ୍ଦ୍ର ପ୍ରସାଦ, ଶ୍ୟାମା ପ୍ରସାଦ ମୁଖାର୍ଜୀ ଦେଇଥିବା ଭାଷଣକୁ ପ୍ରଧାନମନ୍ତ୍ରୀ ଶୁଣାଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button