ସୁହାନୀଙ୍କ ପରିବାରକୁ ଭେଟିବା ବେଳେ ହସିବାରୁ ଟ୍ରୋଲ୍ ହେଲେ ଆମୀର – Kalinga News
[ad_1]
ମୁମ୍ବାଇ: ଫେବ୍ରୁଆରି ୧୬ରେ ବଲିଉଡ ଅଭିନେତ୍ରୀ ସୁହାନୀ ଭଟନାଗରଙ୍କ ୧୯ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ୨୦୧୬ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଦଙ୍ଗଲ’ରେ ଆମୀର ଖାନଙ୍କ ସାନ ଝିଅ ଭୂମିକାରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ସୁହାନୀ। ତାଙ୍କୁ ବବିତା ଫୋଗଟ୍ଙ୍କ ପିଲା ବେଳର ଭୂମିକା ମିଳିଥିଲା। ତାଙ୍କର ମୃତ୍ୟୁ ହେବା ଖବର ଶୁଣି ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିବା ପରେ ଏବେ ତାଙ୍କ ପରିବାରକୁ ଭେଟିଛନ୍ତି ଆମୀର |
Sambad is now on WhatsApp
Join and get latest news updates delivered to you via WhatsApp
ଏତେ ବିଳମ୍ବରେ ସୁହାନୀଙ୍କ ପରିବାରକୁ ଭେଟିବା ସହ ହସୁଥିବାରୁ ଲୋକେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି | ଆମୀରଙ୍କ ଏକ ଫଟୋ ଏବେ ଖୁବ ଭାଇରାଲ ହେଉଛି | ଫଟୋରେ ସେ ଓ ସୁହାନୀଙ୍କ ପରିବାର ନଜର ଆସୁଛନ୍ତି | ସୁହାନୀଙ୍କ ଫଟୋ ଧରି ସେ କ୍ୟାମେରାକୁ ଦେଖିବା ସହ ହସୁଥିବାରୁ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି |
#AamirKhan visits late #SuhaniBhatnagar‘s parents in Faridabad. I can’t believe they are smiling after mourning a death 😒 pic.twitter.com/CMHcWzSapw
— $@M (@SAMTHEBESTEST_) February 23, 2024
ଏହା ପୂର୍ବରୁ ସୋସିଆଲ ମିଡିଆରେ ଦୁଃଖପ୍ରକାଶ କରି ସେ ଲେଖିଥିଲେ ଯେ, “ସୁହାନୀଙ୍କ ଦେହାନ୍ତ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ । ତାଙ୍କ ମାତା ପୂଜାଜୀ ଏବଂ ସମଗ୍ର ପରିବାର ପ୍ରତି ଆମର ସମବେଦନା ରହିଛି। ସୁହାନୀ ଜଣେ ପ୍ରତିଭାବାନ ଝିଅ ଥିଲେ। ସୁହାନୀଙ୍କ ବିନା ‘ଦଙ୍ଗଲ’ ଅସମ୍ପୂର୍ଣ୍ଣ ହୋଇଥାନ୍ତା। ସୁହାନୀ, ତୁମେ ସବୁବେଳେ ଆମ ହୃଦୟରେ ଉଜ୍ଜ୍ୱଳ ତାରା ପରି ରହିବ। ତୁମର ଅମର ଆତ୍ମାକୁ ଶାନ୍ତି ମିଳୁ।”
[ad_2]