ରାଜନୀତି

ମୋଦୀଙ୍କ ଶପଥ ଆଜି: ଶପଥ ସମାରୋହ ପାଇଁ ଦିଲ୍ଲୀ ପ୍ରସ୍ତୁତ – Kalinga News

[ad_1]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରପତି ଭବନରେ ୫ଟି ଅର୍ଦ୍ଧସାମରିକ ୟୁନିଟ୍, ଏନଏସଜି କମାଣ୍ଡୋ, ଡ୍ରୋନ୍ ଓ ସ୍ନାଇପର ମୁତୟନ ସମେତ ଏକ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଦିଲ୍ଲୀ ପୁଲିସ ଅଧିକାରୀମାନେ କହିଛନ୍ତି। ରବିବାର ସନ୍ଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏହି ସମାରୋହରେ ସାର୍କ (ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଙ୍ଗଠନ) ରାଷ୍ଟ୍ରଗୁଡ଼ିକର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଗତବର୍ଷ ଜି-୨୦ ଶିଖର ସମ୍ମିଳନୀ ପାଇଁ ଯେଭଳି ସୁରକ୍ଷା ଲାଗୁ ହୋଇଥିଲା, ଏଥର ମଧ୍ୟ ସେଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଶପଥ ଗ୍ରହଣ ସମାରୋହରେ ଯୋଗ ଦେଉଥିବା ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ନିର୍ଦ୍ଦିଷ୍ଟ ମାର୍ଗ ଯୋଗାଇ ଦିଆଯିବ। ହୋଟେଲରୁ ସଭାସ୍ଥଳକୁ ଓ ଫେରିବା ପାଇଁ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଅତିଥିମାନଙ୍କ ମାର୍ଗରେ ସ୍ନାଇପର ଓ ସଶସ୍ତ୍ର ପୁଲିସ ମୁତୟନ କରାଯିବା ସହ ରାଜଧାନୀରେ ରଣନୈତିକ ଭାବେ ଡ୍ରୋନ୍ ମୁତୟନ ହେବ ବୋଲି ଜଣାପଡ଼ିଛି। ଶପଥ ଗ୍ରହଣ ସମାରୋହରେ ବାଂଲାଦେଶ, ଶ୍ରୀଲଙ୍କା, ମାଳଦ୍ୱୀପ, ଭୁଟାନ, ନେପାଳ, ମରିସସ୍ ଏବଂ ସିସିଲ୍ସର ଶୀର୍ଷ ନେତାମାନେ ଯୋଗ ଦେଉଥିବାରୁ ଲୀଲା, ତାଜ, ଆଇଟିସି ମୌର୍ଯ୍ୟ, କ୍ଲାରିଜ୍ ଓ ଓବରୟ ଭଳି ହୋଟେଲଗୁଡ଼ିକ ସୁରକ୍ଷା ବଳୟ ମଧ୍ୟରେ ରହିଛି। ରାଷ୍ଟ୍ରପତି ଭବନ, ଯେଉଁଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ସେଠାରେ ଉଭୟ ପରିସର ଭିତରେ ଏବଂ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ। ଦିଲ୍ଲୀ ପୋଲିସର ସ୍ୱାଟ୍ (ସ୍ପେଶାଲ ୱେପନ୍ସ ଆଣ୍ଡ୍‌ ଟେକ୍ଟିକ୍ସ) ଏବଂ ଏନଏସଜି କମାଣ୍ଡୋଙ୍କୁ ରାଷ୍ଟ୍ରପତିଙ୍କ ବାସଭବନ ଚାରିପଟେ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୁତୟନ କରାଯିବ। ୫ କମ୍ପାନି ଅର୍ଦ୍ଧସାମରିକ ବାହିନୀ ଏବଂ ଦିଲ୍ଲୀ ସଶସ୍ତ୍ର ପୋଲିସ (ଡିଏପି) ଯବାନଙ୍କ ସମେତ ପାଖାପାଖି ୨୫୦୦ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ମୁତୟନ ହେବେ ବୋଲି ଜଣେ ଅଧିକାରୀ କହିଛନ୍ତି। ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ପାଇଁ ରବିବାର ସକାଳୁ କେନ୍ଦ୍ରୀୟ ଦିଲ୍ଲୀରେ ଟ୍ରାଫିକ୍ ଡାଇଭର୍ସନ୍ ହେବ। ଆଜି ଜାତୀୟ ରାଜଧାନୀ ସୀମାରେ ସୁରକ୍ଷା ଯାଞ୍ଚ ଲାଗୁ ହୋଇଥିବା ବେଳେ ୨୦ରୁ ଅଧିକ ସ୍ଥାନରେ ଯାଞ୍ଚ ବ୍ୟବସ୍ଥା ହୋଇଛି।

ହାଇଆଲର୍ଟ‌୍, ଡ୍ରୋନ୍‌ ନିଷିଦ୍ଧ
ଜି-୨୦ ଭଳି ସୁରକ୍ଷା ବ୍ୟବସ୍ଥା
ରାଷ୍ଟ୍ରପତି ଭବନରେ ତ୍ରିସ୍ତରୀୟ ସୁରକ୍ଷା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆ‌ସନ୍ତାକାଲି ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନରେ ଏହି ଐତିହାସିକ ଶପଥ ଗ୍ରହଣ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀ ପରିଷଦର ଅନ୍ୟ ସଦସ୍ୟଙ୍କୁ ଆସନ୍ତାକାଲି ସନ୍ଧ୍ୟା ୭.୧୫ ସମୟରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଶପଥ ଗ୍ରହଣ ଉତ୍ସବରେ ୭ ଜଣ ବିଶ୍ବ ନେତାଙ୍କ ସମେତ ୮ ହଜାରରୁ ଅଧିକ ଅତିଥି ମଧ୍ୟ ଯୋଗଦେବେ। ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ, ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ସିସିଲ୍ସ ଉପରାଷ୍ଟ୍ରପତି ଅହମଦ ଅରିଫ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା, ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ, ଭୂଟାନ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବଗେ ସମାରୋହରେ ସାମିଲ ହେବେ।

ଇତିମଧ୍ୟରେ ମାଳଦ୍ବୀପ ରାଷ୍ଟ୍ରପତି ମୁଇଜୁ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପଠାଯାଇଥିବା ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କ୍ୟାବିନେଟରେ ୨୭ରୁ ୩୦ ମନ୍ତ୍ରୀ ଯୋଗ ଦେବେ ବୋଲି ଆଶା କରାଯାଉଛି। ମିଳିଥିବା ସୂଚନାନୁଯାୟୀ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ , ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡା ଏନଡିଏ ମେଣ୍ଟ ସହଯୋଗୀଙ୍କ ସହ କ୍ୟବିନେଟରେ ସେମାନଙ୍କ ପ୍ରତିନିଧିତ୍ବ ନେଇ ଆଲୋଚନା ଜାରି ରଖିଛନ୍ତି। ଆମେରିକାରେ ମୋଦୀଙ୍କ ସମର୍ଥକମାନେ ଆସନ୍ତାକାଲି ୨୨ଟି ସହରରେ ଉତ୍ସବ ମନାଇବାପାଇଁ ଯୋଜନା କରିଛନ୍ତି। ଆମେରିକାର ନ୍ୟୁୟର୍କ, ଜର୍ସି ସିଟି, ୱାସିଂଟନ୍‌ ଡିସି ,ବୋଷ୍ଟନ, ଆଟଲାଣ୍ଟା, ହୋଷ୍ଟନ, ଡଲ୍ଲାସ, ସିକାଗୋ, ଲସ ଏଞ୍ଜେଲ୍ସ ଏବଂ ସାନ୍‌ ଫ୍ରାନସିସ୍କୋ ପରି ସହରଗୁଡ଼ିକରେ ଉତ୍ସବ ପାଳନ କରାଯିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button