ରାଜନୀତି

ନୂଆପଡ଼ା ବିଜେଡିରେ ବିଦ୍ରୋହ: ବିଧାୟକଙ୍କ ବିରୋଧରେ ଦଳୀୟ କର୍ମକର୍ତ୍ତାଙ୍କ ସଂଗିନ ଅଭିଯୋଗ – Kalinga News

[ad_1]

‘୧୦% ପିସି ନେଇ କାମ ବିକ୍ରି କରୁଛନ୍ତି’

ନୂଆପଡ଼ା: ନୂଆପଡ଼ାରେ ବିଧାୟକ ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ବିରୋଧରେ ସ୍ଥାନୀୟ କିଛି ନେତା ସଂଗିନ ଅଭିଯୋଗ ଆଣିଛନ୍ତି। ବିଧାୟକ ପିସି ନେଇ ଠିକା କାମ ବିକ୍ରି କରୁଥିବା ଶନିବାର ସ୍ଥାନୀୟ ମୃତ୍ତିକା ସଂରକ୍ଷଣ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନେତାମାନେ କହିଛନ୍ତି। ଏହା ସହ ଆଗାମୀ ନିର୍ବବାଚନରେ ନୂଆପଡ଼ା ବିଧାନସଭା ଆସନରେ ଶ୍ରୀ ଢୋଲକିଆ କିମ୍ବା ତାଙ୍କ ପରିବାରର କାହାରିକୁ ପ୍ରାର୍ଥୀ କରାଗଲେ ଦଳରୁ ଏମାନେ ସମୂହ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି। ନୂଆପଡ଼ା ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ରଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେଡି ସଂପାଦକ ସରୋଜ ସାହୁ, ବିଜେଡି ଜିଲ୍ଲା ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ଜିଲ୍ଲା ବିଜେଡି ଉପସଭାପତି ଭାନୁପ୍ରତାପ ସିଂ ମାଝୀ, ଜିଲ୍ଲା ସଂପାଦକ ସୁଧୀର ମିଶ୍ର, ହେମନ୍ତ କର, ନୂଆପଡ଼ା ଜିଲ୍ଲା ସରପଞ୍ଚ ସଂଘ ସଭାପତି ପ୍ରେମଲାଲ ନାଏକ, ବରିଷ୍ଠ ନେତା ବାହାରୀଲାଲ ବିଶ୍ବାଲ, ଆଶୋକ ଦବାଙ୍ଗନ, ନୂଆପଡ଼ା ଏନ୍‌ଏସି ଅଧକ୍ଷଙ୍କ ପ୍ରତିନିଧି ମୁଜାଇଦ ମହମ୍ମଦ, ସନ୍ତୋଷ ମହାନ୍ତି, ନୂଆପଡ଼ା ନଗର ସଭାପତି ମହେଶ ନିଆଲ, ମାନିଗୁଡ଼ା ସରପଞ୍ଚ ଯୋଗେନ୍ଦ୍ର ବାଗ, ଦିର୍ଲିମୁଣ୍ଡା ସରପଞ୍ଚ  ସନ୍ଧ୍ୟାରାଣୀ ମିର୍ଦ୍ଧା, ଡୁମେରପାଣି ସରପଞ୍ଚ ଟେକରାମ ସାହୁ, ରଜନା ସରପଞ୍ଚ କ୍ଷୀରସିନ୍ଧୁ ଭୋଇ, ଭୁବନ ବାଗ, ଟକିରାପଡ଼ା ସରପଞ୍ଚ ଯମୁନା ତାଣ୍ଡି, ସେହେବାଜ ହୁସେନ ଉପସ୍ଥିତ ଥିଲେ। ବିଜେଡିର ଏହି ବରିଷ୍ଠ ନେତାମାନଙ୍କ ଅଭିଯୋଗ ଅନୁସାରେ, ବିଧାୟକ ଶ୍ରୀ ଢୋଲକିଆ ମନ୍ତ୍ରୀ ହେବା ଦିନରୁ ଦଳରେ ମନଇଚ୍ଛା କାମ କରୁଛନ୍ତି। ବରିଷ୍ଠ ନେତା ମାନଙ୍କୁ ନେଇ କୌଣସି କାର୍ଯ୍ୟକ୍ରମ କରୁନାହାନ୍ତି। ଦଳର କାର୍ଯ୍ୟକ୍ରମ ଖରିଆରରୋଡ଼ରେ ସୀମିତ ରହୁଛି। ଏପରିକି ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଜୋନ୍‌ ନଂ ୯ ପାଇଁ ଟିକଟ ବିକ୍ରି କରି ଦଳୀୟ ପାଣ୍ଠିକୁ ଆତ୍ମସାତ କରିଥିବା ବିଜେଡି ଜିଲ୍ଲା ସଭାପତି ଶ୍ରୀ ମିଶ୍ର ସମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ନିର୍ବାଚନରେ ପ୍ରାର୍ଥୀ କରାଗଲେ ଦଳରୁ ଇସ୍ତଫା ଦେବାକୁ ଧମକ

ସେହିପରି ବିଜେଡି ଯୁବ ସଭାପତି ଶ୍ରୀ ପଣ୍ଡା ବିଧାୟକଙ୍କୁ ଆକ୍ଷେପ କରି କହିଥିଲେ ଯେ, ବିଜେଡିର ଭାବମୂର୍ତ୍ତିକୁ ନୂଆପଡ଼ା ବିଧାୟକ ନଷ୍ଟ କରିଦେଇଛନ୍ତି। ବିଧାୟକ ପାଣ୍ଠି ସହ ଅନ୍ୟାନ୍ୟ ଯୋଜନାର କାମ ବିଜେଡି କର୍ମୀ ତଥା ବିଜେପି, କଂଗ୍ରେସ କର୍ମୀମାନଙ୍କୁ ୧୦ ପ୍ରତିଶତ ପିସି ନେଇ ବିକ୍ରି କରୁଛନ୍ତି। ବିଧାୟକ ଶ୍ରୀ ଢୋଲକିଆ ଶ୍ରୀ ପଣ୍ଡାଙ୍କୁ କାମ ଦେଇ ତାଙ୍କ ପାଖରୁ ମଧ୍ୟ ୧୦ ପ୍ରତିଶତ ପିସି ନେଇଥିବା ସେ କହିଥିଲେ। ସେପରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ତଥା ବିଭିନ୍ନ ବିଭାଗରେ ଥିବା ଆଉଟସୋର୍ସିଂ ପଦବି ପାଇଁ ମଧ୍ୟ ଟଙ୍କା ନେଇଥିବା ଅଭିଯୋଗ କରିଥିଲେ। ତା’ସହ ଜିଲ୍ଲାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବିଗୁଡ଼ିକରେ ଦଳୀୟ ନେତା ଓ କର୍ମୀଙ୍କୁ ସୁଯୋଗ ଦେଉନାହନ୍ତି। ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରେ ସୁନାବେଡ଼ା ଅଭୟାରଣ୍ୟକୁ ଆସିଥିବା ରାସ୍ତା କାମକୁ ବିନା ଟେଣ୍ଡରରେ ପିସି ନେଇ ବିକ୍ରି କରିଥିବା ଅଭିଯୋଗ କରିଥିଲେ। ସେହିପରି ରାୟପୁରରେ ଥିବା ବିଭିନ୍ନ ବେସରକାରୀ ଚିକିତ୍ସାଳୟରେ ବିଏସ୍‌କେୱାଇ କାର୍ଡର ଚୁକ୍ତିନାମା କରାଇ ତାଙ୍କଠାରୁ ଓଡ଼ିଶାରୁ ଯାଉଥିବା ପ୍ରତ୍ୟେକ ରୋଗୀପିଛା ନିଜର କମିସନ ଫିକ୍ସ କରିଥିବା ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତାମାନେ ଅଭିଯୋଗ କରିଥିଲେ। ଆଗାମୀ ଦିନରେ ବିଧାୟକଙ୍କ ବିରୋଧରେ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ମିଶ୍ର କହିଥିଲେ। ଏ ସଂପର୍କରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ପଚାରିବାରୁ ସେ ଅଭିଯୋଗକୁ ଖଣ୍ଡନ କରି କହିଥିଲେ, ‘ଟିକେଟ୍‌ ଓ ଠିକାକାମ ପାଇଁ ଏଭଳି ମେଳିବାନ୍ଧି ମତେ ବିରୋଧ କରୁଛନ୍ତି। ମତେ ବିରୋଧ କରିବା ମାନେ ଦଳକୁ ବିରୋଧ କରିବା ସହ ସମାନ। ମୋ ନାମରେ ଯାହା ଅଭିଯୋଗ ଆଣିଛନ୍ତି ସେସବୁ ମିଥ୍ୟା ଓ ଭିତ୍ତିହୀନ।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button