ଦୁଷ୍କର୍ମ ଓ ହତ୍ୟାକୁ ବି ତାହେଲେ ସମର୍ଥନ କରିବ; ଏଭଳି ଲେଖି ବିଶାଲଙ୍କୁ ଜବାବ ଦେଲେ କି କଙ୍ଗନା? – Kalinga News

[ad_1]
ମୁମ୍ବାଇ: ସାଂସଦ ହଉ ହଉ ଚାପୁଡ଼ା ଖାଇଲେ ବଲିଉଡ ଅଭିନେତ୍ରୀ ତଥା ବିଜେପିର ନବ ନିର୍ବାଚିତ ସାଂସଦ କଙ୍ଗନା ରାନାୱତ | ତାଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଆଇଏସ୍ଏଫ୍ ଗାର୍ଡ ଚାପୁଡ଼ା ମାରିଥିଲେ। ଜୁନ ୬ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏବେ ଅଭିଯୁକ୍ତ ସିଆଇଏସ୍ଏଫ୍ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି | ଅନେକ କଙ୍ଗନାଙ୍କୁ ସମର୍ଥନ କରୁଥିବା ବେଳେ ଅନେକ ଅଭିଯୁକ୍ତଙ୍କୁ ସମର୍ଥନ କରୁଥିବା ଦେଖାଯାଇଛି | ଏମିତିକି ବଲିଉଡ କଣ୍ଠଶିଳ୍ପୀ ବିଶାଲ ଦଦଲାନି ମାଡ଼ ମାରିଥିବା ସିଆଇଏସ୍ଏଫ୍ ଯବାନଙ୍କୁ ସମର୍ଥନ କରି ତାଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ |

Sambad is now on WhatsApp
Join and get latest news updates delivered to you via WhatsApp
ଏବେ ଏହାର ଜବାବ ଦେଇଛନ୍ତି କଙ୍ଗନା | ଇନଷ୍ଟା ଷ୍ଟାଟସରେ ସେ ଲେଖିଛନ୍ତି, “ପ୍ରତ୍ୟେକ ଦୁଷ୍କର୍ମକାରୀ, ହତ୍ୟାକାରୀ କିମ୍ବା ଚୋରମାନେ ଅପରାଧ କରିବା ପଛରେ କିଛି ନା କିଛି କାରଣ ଥାଏ | ବିନା କାରଣରେ କେହି କିଛି କରନ୍ତି ନାହିଁ | ତଥାପି ମଧ୍ୟ ସେମାନଙ୍କୁ ଗିରଫ କରାଯାଇ ଦଣ୍ଡ ଦିଆଯାଏ | ସେଠାରେ ସେମାନଙ୍କ କାରଣ କ’ଣ ଥିଲା ଦେଖାଯାଏନି | ମୋ ସହ ଘଟିଥିବା ଘଟଣାରେ ଯେଉଁମାନେ ଅଭିଯୁକ୍ତର ଏଭଳି କରିବା ପଛର କାରଣକୁ ସମର୍ଥନ କରୁଛନ୍ତି, ସେମାନେ ତାହେଲେ ଦୁଷ୍କର୍ମ ବା ହତ୍ୟା ଭଳି ଅପରାଧକୁ ବି ସମର୍ଥନ କରୁଥିବେ | ମୁଁ ପରାମର୍ଶ ଦେଉଛି ଦୟାକରି ଯୋଗ ଏବଂ ଧ୍ୟାନ କରନ୍ତୁ | ନଚେତ୍ ଜୀବନ ତିକ୍ତ ଲାଗିବ ଏବଂ ଭାରୀ ଅନୁଭବ ହେବ | ଏତେ ଘୃଣା ଏବଂ ଈର୍ଷା କରନ୍ତୁ ନାହିଁ, ଦୟାକରି ନିଜକୁ ମୁକ୍ତ କରନ୍ତୁ |
ତାଙ୍କର ଏଭଳି ପୋଷ୍ଟକୁ ଦେଖି ସେ ବିଶାଲଙ୍କୁ ଜବାବ ଦେଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି |
[ad_2]