ଆଶିଷଙ୍କ ସମସ୍ୟା ବଢ଼ିଲା, କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟିଲା – Kalinga News

[ad_1]
ଭୁବନେଶ୍ବର: ଆଇପିଏସ୍ ଆଶିଷ କୁମାର ସିଂଙ୍କ ସମସ୍ୟା ବୃଦ୍ଧି ପାଇଛି। ସେ ମାନସିକ ଏବଂ ଶାରୀରିକ ଭାବେ ସୁସ୍ଥ ଥିବା ଏମ୍ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେ ମିଛରେ ସ୍ବାସ୍ଥ୍ୟଗତ କାରଣରୁ ଛୁଟିରେ ଥିଲା ଅଭିଯୋଗ ହୋଇଛି। ଆଶିଷ ଭୁଲ୍ ତଥ୍ୟା ପ୍ରଦାନ କରିଥିବା ପ୍ରମାଣିତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏନେଇ ତାଙ୍କୁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିସନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏମ୍ସ ରିପୋର୍ଟ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଆଶିଷ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିଲେ।
ଅପରପକ୍ଷରେ ସିଏମଓରେ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିବା ଆପିଏସ ଅଧିକାରୀ ଡିଏସ୍ କୁଟ୍ଟେଙ୍କୁ ଆଶ୍ବସ୍ତି ମିଳିଛି। ତାଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇ ନିଆଯାଇଛି। ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।
[ad_2]




