ଦିଗପହଣ୍ଡିରେ ଲଢ଼େଇ ପାଇଁ ସଜବାଜ: ବିପିନ ପ୍ରଧାନ ଏବେ ବିଜେପି ମୁହଁ – Kalinga News
[ad_1]
ଦିଗପହଣ୍ଡି: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲାର ରାଜନୈତିକ ଦୃଶ୍ୟପଟ ବଦଳିବାରେ ଲାଗିଛି। ବହୁନେତା ଏବେ ଦଳବଦଳ କରୁଛନ୍ତି। ଏହି କ୍ରମରେ ଦିଗପହଣ୍ଡି ନିର୍ବାଚନଣ୍ଡଳୀର ଅନ୍ୟତମ ଚର୍ଚ୍ଚିତ ଚେହେରା ତଥା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେପିରେ ଯୋଗ ଦେଇଛନ୍ତି। ଆଜି ଭୁବନେଶ୍ୱରଠାରେ ଆୟୋଜିତ ମିଶ୍ରଣ ପର୍ବରେ ବିପିନଙ୍କ ସମେତ ଦିଗପହଣ୍ଡି ବ୍ଲକ୍ ଅଧ୍ୟକ୍ଷା ଯମୁନା ନାୟକ, ପୂର୍ବତନ ସରପଞ୍ଚ ସଂଘ ସଭାପତି କେ. ହରିବନ୍ଧୁ ରେଡ୍ଡି, ପୂର୍ବତନ ବ୍ଲକ୍ ବିଜେଡି ସଭାପତି ଉଦୟନାଥ ସ୍ବାଇଁ, ପୂର୍ବତନ ନଗର ବିଜେଡି ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ ପ୍ରମୁଖ ବିଜେପିରେ ଯୋଗଦାନ କରିଛନ୍ତି। ଏପରିକି ବ୍ଲକ୍ର ବହୁ ପୂର୍ବତନ ସରପଞ୍ଚ ଓ ସମିତିସଭ୍ୟ, ବର୍ତ୍ତମାନର ସରପଞ୍ଚ ଓ ୧୪ଜଣ ସମିତି ସଭ୍ୟ ଏବଂ ବହୁ କର୍ମୀ ମଧ୍ୟ ବିପିନଙ୍କ ନେତୃତ୍ବରେ ବିଜେପିରେ ଯୋଗ ଦେଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିପିନ ୩୦ ବର୍ଷ ଧରି ବିଜେଡିର ଜଣେ ଦୃଢ଼ ସଂଗଠକ ଭାବେ ବେଶ୍ ଜଣାଶୁଣା। ତେବେ, ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ବିପିନ ଓ ସ୍ବର୍ଗତ ସୂର୍ଯ୍ୟନାରାୟଣଙ୍କ ପୁତ୍ର ତଥା ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ରଙ୍କ ମଧ୍ୟରେ ଫାଟ ଦେଖାଯାଇଥିଲା। କିଛିଦିନ ତଳେ ବିପିନଙ୍କ ସମର୍ଥକ ମେଳିକରି ତାଙ୍କୁ ବିଜେଡିରୁ ବିଧାୟକ ଟିକେଟ ଦେବାକୁ ଦାବି କରିଥିଲେ। ପରବର୍ତ୍ତୀ ସମୟରେ ବିପିନଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଥିଲା। ଶେଷରେ ଆଜି ସେ ତାଙ୍କ ସମର୍ଥକ ସହିତ ବିଜେପିରେ ଯୋଗ ଦେଇଛନ୍ତି, ଯାହାକି ଦିଗପହଣ୍ଡି ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।
[ad_2]